ନଦୀ ସଂଯୋଗୀକରଣ ପାଇଁ ତେଜୁଛି ଦାବି, ୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା

କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ଆନ୍ତରାଜ୍ୟ ନଦୀ ସଂଯୋଗୀକରଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୬ଟି ଏପରି ପ୍ରକଳ୍ପ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ପାନୀୟ ଜଳ ଓ ମରୁଡି ସମସ୍ୟା ଦୂରହେବ ବୋଲି ଆକଳନ କରାଯାଇଛି। ସେହି ପ୍ରକଳ୍ପଗୁଡିକ ହେଉଛି, କାତରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ, ହୀରାଧରବାଟି ବ୍ୟାରେଜ ଚିଲିକା ହ୍ରଦ ସଂଯୋଗୀକରଣ, ବାହୁଦା-ଋଷିକୂଲ୍ୟା ଅବବାହିକା ସଂଯୋଗୀକରଣ, ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ, ତେଲେଙ୍ଗିରି-ଅପରକୋଲାବ ସଂଯୋଗୀକରଣ ଓ ଅଙ୍ଗ-ସୁକତେଲ ଗାର୍ଲାଣ୍ଣ ପ୍ରକଳ୍ପ। ରାଜ୍ୟ ସରକାରଙ୍କ ଏହି ପ୍ରୟାସ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ନଦୀଗୁଡିକର ସଂଯୋଗୀକରଣ ପାଇଁ ସମ୍ପ୍ରସାରିତ ହେଉ ବୋଲି ଜିଲାର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ରାଜନେତାମାନେ ମତ ରଖିଛନ୍ତି।
ଏସମ୍ପର୍କରେ ବରିଷ୍ଠ ଭାଜପା ନେତା ଭୂବନ ମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ମନୋଜ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ପାଇଁ ନଦୀ ସଂଯୋଗୀକରଣର ଆବଶ୍ୟକତା ବହୁତ ଅଧିକ। ଏହା କୃଷି, ପାନୀୟ ଜଳ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପଯୋଗିତା, ସାମୁଦ୍ରିକ ପ୍ରାଚୀର ହେନ୍ତାଳ ବଣ ସୃଷ୍ଟିରେ କାମରେ ଲାଗିବ। କେନ୍ଦ୍ରାପଡ଼ା ଜିଲାରେ ଲୁଣା, ଚିତ୍ରୋପତ୍ଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ, ଖରସ୍ରୋତା, ବୈତରଣୀ, ହଂସୁଆ ଆଦି ନଦୀ ସହିତ ୨୭ଟି ମୁଖ୍ୟ ନାଳରେ ସଦାସର୍ବଦା ଜଳ ପ୍ରବାହିତ ହେଉଛି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗର କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳୁଛି। ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହିତ ଅନ୍ୟ ବ୍ଲକ ଅଞ୍ଚଳର ଚାଷୀ ଉଠା ଜଳସେଚନ ଏବଂ ବର୍ଷା ଉପରେ ନିର୍ଭର କରିଥାନ୍ତି। ମୋଟ ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମିରୁ ୩୧,୦୮୧ ହେକ୍ଟର ଜମି ମରୁଡି ପାଇଁ ପଡିଆ ପଡୁଛି। ଜିଲାରେ ଥିବା ନଦୀ ଓ ନାଳର ସଂଯୋଗୀକରଣ ଦ୍ୱାରା କେବଳ କ୍ଷେତକୁ ଜଳରେ ଏହା ସୀମିତ ରହିବ ନାହିଁ। ମତ୍ସ୍ୟଜୀବୀଙ୍କଠାରୁ ଆରମ୍ଭ କରି ସବୁଜ ପରିବେଶ ଓ ପନିପରିବା ଚାଷ ବର୍ଷସାରା ହୋଇପାରିବ। କେନ୍ଦ୍ରାପଡ଼ା ଜିଲା ଏବେ ଲୁଣା ଅଞ୍ଚଳ ପାଲଟୁଛି। ଭୂଗର୍ଭ ଜଳ ଲୁଣା ହେତୁ ପାନୀୟ ଜଳ ପାଇଁ ନଦୀ ଜଳ ଉପରେ ଆଗକୁ ନିର୍ଭର କରିବାକୁ ପଡିବ। ଏହା ବ୍ୟତିତ ଜାତୀୟ ଉଦ୍ୟାନ ଓ ପ୍ରାକୃତିକ ବିପର୍ଯ୍ୟୟର ଉପସମ ପାଇଁ ନଦୀ ସଂଯୋଗୀକରଣ ଆବଶ୍ୟକ। ଏବେ ଗ୍ରୀଷ୍ମଋତୁରେ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଫଳରେ ଜୈବ ବିବିଧତା ନଷ୍ଟ ହେଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ସହିତ ଔଷଧୀୟ ଗୁଳ୍ମଲଟା ନଷ୍ଟ ହେଉଛି। ସେହିପରି ମଧୁର ଓ ଲୁଣା ଜଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥାଏ। ହେନ୍ତାଳ ବଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମୁଦ୍ରିକ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। ଏହାର ଉଦାହରଣ ୧୯୯୯ ମହାବାତ୍ୟା ସମୟରେ ଦେଖିବାକୁ ମିଳିଥିଲା। ହେନ୍ତାଳବଣ ପାଇଁ ବହୁ ଜନଜୀବନ ରକ୍ଷା ପାଇଥିଲା। ସମ୍ପ୍ରତି ସାଗରମାଳା ଯୋଜନାରେ ଉପକୂଳ ରାଜପଥ ନିର୍ମାଣ ହେବ। ଏହି ସମୟରେ ଜିଲା ମଧ୍ୟରେ ୫ କିଲୋମିଟର ସୀମାନ୍ତର ଅଞ୍ଚଳରେ ଉପକୂଳ କେନାଲ ଖୋଳାଯିବା ସହ ଜିଲା ମଧ୍ୟରେ ଜଳପଥର ସଂଯୋଗୀକରଣ ହୋଇପାରିଲେ ଜିଲାବାସୀ ଉପକୃତ ହେବେ। ସୁନାମୀ, ବାତ୍ୟା, ବନ୍ୟା ଓ ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ବହୁ ଉପକାରରେ ଆସିବ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କୁ ପଚାରିବାରେ ନଦୀ ସଂଯୋଗୀକରଣ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତେବେ ଏ ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri