ରାଜନଗର,୩୦ା୭(ଭାସ୍କର ରାତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପାଣି ଘେରରେ ଥିବା ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ ଗ୍ରାମର ପ୍ରସନ୍ନ କୁମାର ରାଉତଙ୍କ ସ୍ତ୍ରୀ ସଂଘମିତ୍ରା ରାଉତ ଗର୍ଭଯନ୍ତ୍ରଣା ପାଇବାରୁ ଲୋକେ ଟ୍ରଲି ସାହାଯ୍ୟରେ ଭରା କୁମ୍ଭୀର ଥିବା ପାଣିରେ ବୋହି ନେଉଛନ୍ତି।
ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ପାଣିଘେରରେ ଥିବା ତଥା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଶଙ୍କଣାତୈଳା ଗ୍ରାମର ପ୍ରଭାତ ରାଉତଙ୍କ ସ୍ତ୍ରୀ ରୀତାଞ୍ଜଳି ରାଉତ ମଧ୍ୟ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ଟ୍ରଲିରେ ବୋହି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ରଶ୍ମୀ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ଥର ବନ୍ୟା ଆସିବାରୁ ରାଜନଗର ବ୍ଲକର ୫ଟି ପଞ୍ଚାୟତର ୧୫ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ବଉଳା କୁମ୍ଭୀର ପାଣିରେ ଚଳପ୍ରଚଳ କରୁଛନ୍ତି। ଏଭଳି ବିପଦପୂର୍ଣ୍ଣ ଭାବେ ଗର୍ଭବତୀଙ୍କୁ ପାଣି ଭିତରେ ଭାର କରିନେବା କେତେ ସୁରକ୍ଷିତ ତାହା ଏବେ ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


