ମାଈ ହାତୀର ଗଳିତ ମୃତଦେହ ଠାବ

ପରଜଙ୍ଗ ୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସାଆନ୍ଦା ବିଟ୍‌ ଅଧୀନ ବସନ୍ତପଡ଼ା ଗ୍ରାମ ନିକଟ ବାଙ୍କଧରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରମୁଣ୍ଡରେ ଥିବା ଖାଲରୁ ଶନିବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୧୦ବର୍ଷ ହେବ। ହାତୀପଲ ଆକ୍ରମଣରେ ପାଖାପାଖି ୭ଦିନ ତଳେ ହାତୀଟିର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଞ୍ଜର ହରମୋହନ ନାୟକ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କଠାରୁ ସୂଚନା ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ଫରେଷ୍ଟର ରାମଚନ୍ଦ୍ର ରାଉତ, ମୋବାଇଲ ସ୍କ୍ବାଡ୍‌ ଫରେଷ୍ଟର ସୁରେନ୍ଦ୍ର ନାୟକ, ଗାର୍ଡ ପଞ୍ଚାନନ ସିଂ ପ୍ରମୁଖ ପହଞ୍ଚତ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ପ୍ରାଣୀଧନ ଅଧିକାରୀ ଡା. ରଞ୍ଜିତ କୁମାର ସାହୁ ବ୍ୟବଚ୍ଛେଦ କରିଥିଲେ। ଏହାପରେ ବନ କର୍ମଚାରୀଙ୍କ ସହାୟତାରେ ଗାତ ଖୋଳି ହାତୀ ମୃତଦେହକୁ ପୋତି ଦିଆଯାଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୪ ତାରିଖରେ ଉକ୍ତ ଅଞ୍ଚଳରେ ହାତୀପଲ ଚଳପ୍ରଚଳ କରୁଥିଲେ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜଙ୍ଗଲରେ ହାତୀଙ୍କ ଗର୍ଜନ ଶୁଣାଯାଇଥିଲା। ସମ୍ଭବତଃ ଉକ୍ତ ସମୟରେ ମାଈ ହାତୀଟି ଅନ୍ୟ ହାତୀଙ୍କ ଆକ୍ରମଣର ଶିକାର ହୋଇଥିଲା। ଖାଲରେ ଖସିପଡ଼ିବା ପରେ ଉଠି ନ ପାରି ହାତୀଟି ପ୍ରାଣ ହରାଇଛି। ଅଞ୍ଚଳବାସୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହାତୀ ଉପଦ୍ରୁତ ଅଞ୍ଚଳ ହୋଇଥିଲେ ମଧ୍ୟ ବନ କର୍ମଚାରୀ ଆସୁନାହାନ୍ତି। ତେଣୁ ହାତୀ ମୃତ୍ୟୁ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନ ଥିଲା।
ଫରେଷ୍ଟ ଗାର୍ଡ ପଞ୍ଚାନନ ସିଂ ଗ୍ରାମବାସୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି। ସେ ନିଜ ସ୍ପଷ୍ଟୀକରଣରେ କହିଛନ୍ତି, ଅନ୍ୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଘଉଡ଼ାଇବାକୁ ପଡୁଛି। କାର୍ଯ୍ୟବ୍ୟସ୍ତତା କାରଣରୁ ତାଙ୍କ ପକ୍ଷେ ଉକ୍ତ ଅଞ୍ଚଳକୁ ଆସିବା ସମ୍ଭବପର ହେଉନାହିଁ। ରେଞ୍ଜର ହରମୋହନ ନାୟକ କୁହନ୍ତି, ଗାର୍ଡଙ୍କ ଦ୍ୱାରା ଅବହେଳା ହୋଇଛି। ଲୋକମାନଙ୍କ ସହ ଯୋଗାଯୋଗ କରୁ ନ ଥିବାରୁ ୭ଦିନ ପରେ ହାତୀମୃତ୍ୟୁ ସମ୍ପର୍କରେ ସୂଚନା ମିଳୁଛି। ଏ ନେଇ ଡିଏଫ୍‌ଓଙ୍କୁ ଅବଗତ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମହାବିରୋଡ ରେଞ୍ଜରେ ହାତୀ-ମଣିଷ ଲଢ଼େଇ ତୀବ୍ର ରୂପ ଧାରଣ କରିଛି। କେତେବେଳେ ହାତୀ ତ ଆଉ କେବେ ମଣିଷଙ୍କ ଜୀବନ ଯାଉଛି। ସମ୍ପୃକ୍ତ ଅଞ୍ଚଳରେ ହାତୀ ଉପଦ୍ରବରେ ଶତାଧିକ ପରିବାର ବାସ ହରାଇଲେଣି। ହାତୀ ଆକ୍ରମଣରେ ଆହତଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ଟପିଲାଣି। ହାତୀଙ୍କୁ ଘଉଡ଼ାଇବାର ବାଟ ମିଳୁ ନ ଥିବାବେଳେ ବନ କର୍ମଚାରୀ ଜନଆକ୍ରୋଶର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri