ନିହଣ ମୁନ କଳାର ଚାତୁରି ଆପଣାପଣିଆ ବି ସୃଷ୍ଟି କରିଦେଇପାରେ

ଆମେ ଗତ ସଂଖ୍ୟାରେ ପିପିଲିରୁ ଶୋଭାଯାତ୍ରା ପାଇଁ କନାର କାରୁକାର୍ଯ୍ୟ କ’ଣ କ’ଣ ଆସିଥିଲା ବର୍ଣ୍ଣନା କରିଥିଲୁ। କାରିଗରଙ୍କ ନାମ ଲେଖିଥିଲୁ। କେହି ଅଣଓଡ଼ିଆ ନ ଥିଲେ। ଏଥର ଆମେ ଦେଖିବା ରୁପା ସଜ ନିର୍ମାଣର ଐତିହ୍ୟ। ‘ପଦ୍ମଝରି’ ନିର୍ମାଣ ପାଇଁ ଓ ଦୁଇଟି ଠିଆ ଦର୍ପଣ ନିର୍ମାଣ ଲାଗି ରୁପା ଦିଆଯିବା ପରେ ଚାରୋଟି ରୁପାର ବଡ଼ପାତ୍ର ଏବଂ ଦୁଇଟି ଆଳତି ଦୀପ ନିମନ୍ତେ ୩୦୦ ତୋଳା ରୁପା ଯୋଗାଇ ଦିଆଯାଇଥିଲା। ତିନିଶହ ତୋଳା ରୁପାରେ ଦୁଇଟି ଠିଆ ଦର୍ପଣ, ଚାରୋଟି ବଡ଼ପାତ୍ର ଓ ଦୁଇଟି ଆଳତି ଦୀପ ପ୍ରସ୍ତୁତ ହୋଇଥିଲା।
ରୁପାର ପାତ୍ର ନିର୍ମାଣ ସମୟରେ ରୋଷଘର ନିର୍ମାଣ କାର୍ଯ୍ୟ ବିଦ୍ୟାଧର ମହାରଣାଙ୍କ ତଦାରଖରେ ଆଗେଇ ଚାଲିଥିଲା। ଶ୍ରୀପଦ୍ମକେଶର ମନ୍ଦିରର ଦକ୍ଷିଣପାର୍ଶ୍ୱରେ ‘କାଦୁଅ ନାଳ’କୁ ପଥର ଆଣିବା ପାଇଁ ଗଭୀର ଓ ଭେଡ଼ା କରାଯାଇଥିଲା। ତାହାର କାରଣ ଆମେ ପୂର୍ବରୁ ଉଲ୍ଲେଖ କରିଥିଲୁ। ବର୍ତ୍ତମାନ ସମୟରେ ଅର୍ଥାତ୍‌ ପଥର ଆସିବା ବିଶେଷ ଭାବରେ ସମାପ୍ତ ହୋଇଯିବା ପରେ ଉକ୍ତ ନାଳ ପୋତାଯିବାକୁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ଦୁଇଟି ହାତୀ ବାରଦିନ ଧରି ବାଲି ଆଣିବା ଦ୍ୱାରା ନାଳଟି ପୋତା ହୋଇଥିଲା। ମୁଖ୍ୟ ମନ୍ଦିରର ଉତ୍ତର ଦିଗରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଏକ କୂଅ ଖୋଳାଯାଇଥିଲା। ଚବିଶ ଜଣ ପଥୁରିଆ ସେହି କାମରେ ନିଯୁକ୍ତ ହୋଇଥିଲେ। ନାଟମଣ୍ଡପର ନାକଚଣା କଳସ ନିର୍ମାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିଲା । ଯେତେବେଳେ ନାକଚଣା କଳସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁଯାଉଛି ବୋଲି ସୂତ୍ରଧରଙ୍କ ଧର୍ମପତ୍ନୀ ଶୁଣିଲେ, ସେ ନିର୍ମାଣ କାର୍ଯ୍ୟ ଦେଖିବାକୁ ଆସିଥିଲେ। ସ୍ମରଣଯୋଗ୍ୟ ଯେ, ସେତେବେଳେ ନିର୍ମାଣ କାର୍ଯ୍ୟର ମୁଖ୍ୟ ପରିଦର୍ଶକ ଏ କଥା ଜାଣିବା ପରେ ଆଦେଶ ଦେଇଥିଲେ, ତାହାଙ୍କୁ ନୀଳରଙ୍ଗର ଏକ ସିଲ୍କ ଶାଢ଼ି ଦିଆଯାଉ। ଆଦେଶ ପାଳନ ହୋଇଥିଲା।
ସୂତ୍ରଧର ସଦାଶିବ ସାମନ୍ତରାୟ ମହାପାତ୍ର ନିର୍ମାଣ କାର୍ଯ୍ୟ ପାଇଁ କୋଣାର୍କ ଶିବିରରେ ବର୍ଷ ବର୍ଷ ଧରି ରହୁଥିଲେ। ପୁଅ ଧର୍ମପଦ ସାମନ୍ତରାୟ(ମହାପାତ୍ର ଉପାଧି ଦିଆଯାଇ ନ ଥିଲା ସେପର୍ଯ୍ୟନ୍ତ) ମଧ୍ୟ ନିର୍ମାଣ କାର୍ଯ୍ୟରେ ନିମଗ୍ନ ରହୁଥିଲେ। ବାପ-ପୁଅ ଏଣେ ବ୍ୟସ୍ତ ଥିବାବେଳେ ଧର୍ମପଦର ମାଆ ନିର୍ମାଣ କାର୍ଯ୍ୟର ଖବର ରଖୁଥିଲେ। ଉତ୍ସାହକୁ ଲକ୍ଷ୍ୟ କରିବା କଥା। ଉତ୍ସାହ ନ ଥିଲେ ‘ନାକଚଣା କଳସ’ ନିର୍ମାଣ ଦେଖିବାକୁ ମନ ବଳାଇ ନ ଥାନ୍ତେ। ପରିବାରର ସହଯୋଗ ଏହାକୁ ହିଁ କୁହାଯାଏ।
ପାରିବାରିକ ସହଯୋଗ ତ ଆମେ ଜାଣିଲେ। ପାରିବାରିକ ‘ମୋହ’ ମଧ୍ୟ ଆମେ ଜାଣିବା। ପାରିବାରିକ ‘ମୋହ’ ଯୋଗୁ ନିର୍ମାଣ ଖଳାର ବାତାବରଣ ମଧ୍ୟ ଉଷ୍ମ ହୋଇଥିଲା। ଦିନେ ସୂତ୍ରଧରଙ୍କୁ ବିଶି ମହାପାତ୍ରେ ତିନୋଟି ଲାବଣ୍ୟମୟୀ କନ୍ୟାମୂର୍ତ୍ତି ନିର୍ମାଣ କରିସାରି ଗଣତି ଦେଲେ। ନାରଣ ମହାପାତ୍ରେ ସେଠି ଉପସ୍ଥିତ ଥିଲେ। ସେ ବି ଦେଖିଲେ। ହଠାତ୍‌ କହିଲେ… ଏ କି କଥା। ତୃତୀୟ କନ୍ୟାମୂର୍ତ୍ତି ଗ୍ରହଣ କରିବା କଥା ନୁହଁ…।
ଶିବେଇ ସାନ୍ତରା ତାଙ୍କ ମୁହଁକୁ ଟିକେ ଚାହିଁଲେ। ପୁଣି ବିଶି ମହାପାତ୍ରଙ୍କ ମୁହଁକୁ…! କହିଲେ- କ’ଣ ଅସୁବିଧା କହୁନ। ନାରଣ ମହାପାତ୍ରେ କହିଲେ- ସେ ପରା ନିଜ ପତ୍ନୀଙ୍କର ଅବିକଳ ମୂର୍ତ୍ତି କରିଛନ୍ତି। ମୁଁ କ’ଣ ତାଙ୍କୁ ଦେଖିନି? ମୂର୍ତ୍ତି ସମ୍ପୂର୍ଣ୍ଣ ମିଶିଯାଉଛି। ମନ୍ଦିରରେ କେମିତି ଲାଗିବ?
ସୂତ୍ରଧର ବହୁ ବୁଝାବୁଝି କରି ଜାଣିଲେ ନାରଣ ମହାପାତ୍ରଙ୍କ କଥାରେ କିଛି ସତ୍ୟତା ଅଛି। ଦୁଇଟି ମୂର୍ତ୍ତି ଗ୍ରହଣ କଲେ। ତୃତୀୟ ମୂର୍ତ୍ତିଟିକୁ ବାତିଲ କରିଦେଲେ। ବିଶି ମହାପାତ୍ରେ ଠିଆ ହୋଇଥାନ୍ତି। ମୂର୍ତ୍ତି ଗଢ଼ୁ ଗଢ଼ୁ ନିଜ ଧର୍ମପତ୍ନୀଙ୍କ କଥା ମନେପଡ଼ିବାରୁ ବୋଧହୁଏ ଅଲକ୍ଷ୍ୟରେ ମୂର୍ତ୍ତିଟି ସେହିପରି ହୋଇଯାଇଛି! ଭାବିଲେ…। ଚୁପ୍‌ ରହିଲେ।
ଗଙ୍ଗା ମହାପାତ୍ରଙ୍କୁ ସୂତ୍ରଧର ବି ଡକେଇଥିଲେ। ମହାପାତ୍ରେ ସେଠି ଉପସ୍ଥିତ ଥାଆନ୍ତି। ସବୁ ଶୁଣିଲେ। ନିଷ୍ପତ୍ତି ବି ଜାଣିଲେ। ମନ ମାନିଲାନି। ନିଖୁଣ ମୂର୍ତ୍ତିଟିଏ ସହଜରେ ହୁଏନି, ହେଲା ଯଦି ଅପାଙ୍‌କ୍ତେୟ କରିଦେବା! ପଦ୍ମର ମୂଳଦୁଆ ଉପରେ ମୂର୍ତ୍ତି ଖୋଦେଇ ହୋଇଛି। ଠିକ୍‌ ଲାଗୁଛି ଯେପରି ଦେବୀ ମୂର୍ତ୍ତି ଠିଆ ହୋଇଛନ୍ତି। ମନଲୋଭା ମୂର୍ତ୍ତି। ଦେଖିଲେ ଘଡ଼ିଏ ଅଟକିଯିବ ଦର୍ଶକ। ପରିତ୍ୟାଗ କରିବା ଉଚିତ ହେଉନାହିଁ। ଏହାଙ୍କ ସ୍ବତନ୍ତ୍ର ମୂର୍ତ୍ତି ବୋଲି ବିଚାର କରିବାରୁ ମନରେ ବିଭ୍ରାଟ ଆସୁଛି। ଦେବୀ ମୂର୍ତ୍ତି ବୋଲି ଗ୍ରହଣ କଲେ? ଏ କଥା କହି ସୂତ୍ରଧରଙ୍କ ମୁହଁକୁ ଚାହିଁଲେ। ଉଦାର ପଣରେ କଥାଟାକୁ ସୂତ୍ରଧର ଗ୍ରହଣ କଲେ। ସେ ମୂର୍ତ୍ତି ଗ୍ରହଣ ହେଲା। ବନ୍ଦାପନା ମଣ୍ଡପରେ ଶୋଭା ପାଇଥିଲା। ନିହଣ ମୁନ ବେଳେବେଳେ କଳାର ଚାତୁରିରେ ଏମିତି ସୃଷ୍ଟି କରେ… ଭ୍ରମ ସୃଷ୍ଟି ହୁଏ। ସାହିତ୍ୟରେ ବି…।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri