Posted inଜାତୀୟ

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର କେନ୍ଦ୍ରକୁ ଅବଗତ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏନେଇ ଅବଗତ ହେବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରକାଶଥାଉ କି, ଶିଖ୍‌ ଯୁବତୀଙ୍କୁ ବଳପୂର୍ବକ ପାକିସ୍ତାନର ନଙ୍କନା ସାହିବ୍‌ଙ୍କୁ ନିଆଯାଇ ଧର୍ମାନ୍ତରୀକରଣ କରାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏକ ଭିଡିଓ ମେସେଜ୍‌ରେ ଯୁବତୀଙ୍କ ପରିବାର ମଧ୍ୟ ଆପତ୍ତି ଉଠାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି। ଅମରିନ୍ଦର ମଧ୍ୟ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌, କାଗଜପତ୍ର ଚିରି ଫିଙ୍ଗିଦେଲେ ବିରୋଧୀ

ନୂଆଦିଲ୍ଲୀ,୧୮ା୧୨: ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ହେଲେ ବିରୋଧୀ ଦଳ ବିଲ୍ ପାସ୍ ହେବା ପରେ ପ୍ରବଳ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri