ଅନ୍ଧାରରେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣଙ୍କ ଭବିଷ୍ୟତ

ବ୍ରହ୍ମପୁର ଅଫିସ୍‌,୩୧ା୮-ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବାର ୨୩ ଦିନ ପରେ ବି ଛାତ୍ରୀଛାତ୍ରଙ୍କ ପାଖରେ ସାର୍ଟିଫିକେଟ୍‌ ପହଞ୍ଚି ନାହିଁ । ସାର୍ଟିଫିକେଟ୍‌ରେ ମୁଦ୍ରଣରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ମାଟ୍ରିକ ସାର୍ଟିଫିକେଟ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଯୁକ୍ତ ୨ରେ ନାମ ଲେଖାଇ ପାରୁନାହାନ୍ତି । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ଯୁକ୍ତ ୨ରେ ନାମଲେଖାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଶୁକ୍ରବାର ପ୍ରଥମ ଦିନରେ ଅଧିକାଂଶ କଲେଜରେ ନାମଲେଖା ହୋଇପାରି ନାହିଁ । ସାର୍ଟିଫିକେଟ୍‌ ନ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦର ଦାୟିତ୍ୱହୀନତାକୁ ନିନ୍ଦା କରାଯାଉଛି ।
ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି । କୌଣସି କାରଣରୁ ପ୍ରଥମ ପଯର୍ର୍‌ୟାୟରେ ନାମ ଲେଖାଇବାରୁ ବଞ୍ଚିତ ଥିବା ଏବଂ ସପ୍ଲିମେଣ୍ଟାରୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ବର୍ତ୍ତମାନ ଚାଲିଛି । ଗତ ୧୩ ତାରିଖରେ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଥିଲା। ଗୁରୁବାର ଯୋଗ୍ୟ ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ ପାଇଛି । ଏମାନେ ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ପର୍ଯ୍ୟନ୍ତ ନାମ ଲେଖାଇବେ । ତେବେ ଏହି ପର୍ଯ୍ୟାୟରେ ନାମଲେଖାଇବା ପାଇଁ ଓରଜିନାଲ ସାର୍ଟିଫିକେଟ୍‌, ନାମଲେଖା ଫି’, ପାସ୍‌ପୋର୍ଟ ଫଟୋ, ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌, କଣ୍ଡକ୍ଟ ସାର୍ଟିଫିକେଟ୍‌, ମାର୍କସିଟ୍‌ ଆଦି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସମସ୍ୟା ହେଲା, ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍‌ କରିଛନ୍ତି, ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ଓରଜିନାଲ ସାର୍ଟିଫିକେଟ୍‌ ମିଳିନି । ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରୀଛାତ୍ରମାନେ ନିଜ ନିଜ ସ୍କୁଲକୁ ସାର୍ଟିଫିକେଟ ପାଇଁ ଯାଇଥିଲେ । ହେଲେ ସାର୍ଟିଫିକେଟ୍‌ ପହଞ୍ଚି ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ସେହିପରି ସାର୍ଟିଫିକେଟ୍‌ ନ ଥିବା ଯୋଗୁ ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ କିମ୍ବା କଣ୍ଡକ୍ଟ ସାର୍ଟିଫିକେଟ୍‌ ମଧ୍ୟ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ଚିନ୍ତିତ ହୋଇପଡ଼ିଥିଲେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେମାନଙ୍କ ପାଖକୁ ମଧ୍ୟ ସାର୍ଟିଫିକେଟ୍‌ ଆସିନି, କେବେ ଆସିବ ସେମାନେ ଜାଣିନାହାନ୍ତି ବୋଲି ଉତ୍ତର ମିଳିଥିଲା। ଯେହେତୁ ବୋର୍ଡ଼ରୁ ସାର୍ଟିଫିକେଟ୍‌ ମିଳିନି, ଏଥିରେ ଛାତ୍ରୀଛାତ୍ରଙ୍କ କୌଣସି ଭୁଲ୍‌ ନାହିଁ, ଏଣୁ ନାମଲେଖା ବେଳେ ନିୟମ କୋହଳ ହେବ ବୋଲି ଆଶା ସୃଷ୍ଟି ହୋଇଥିଲା ।
ଶୁକ୍ରବାର ଅନ୍ୟାନ୍ୟ ପ୍ରମାଣପତ୍ର ସହ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ନାମଲେଖାଇବାକୁ ପହଞ୍ଚିଥିଲେ । ହେଲେ ଅନେକ କଲେଜ ନାମଲେଖାଇବାକୁ ମନା କରିଦେଇଥିଲେ। ସାର୍ଟିଫିକେଟ୍‌ କିମ୍ବା ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ ନ ଥିଲେ ନାମଲେଖାଯାଇ ପାରିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିବାରୁ ଛାତ୍ରୀଛାତ୍ରମାନେ ନିରାଶ ହୋଇ ଫେରିଛନ୍ତି ।
ଜଣେ କଲେଜ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଯଦି ବର୍ତ୍ତମାନ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ୍‌ ମିଳିନି ତେବେ ନାମଲେଖା ବେଳେ ଏହି ନିୟମକୁ କୋହଳ କରିବା ପାଇଁ ସାମ୍ସ କିମ୍ବା ବିଭାଗ ତରଫରୁ ନିର୍ଦ୍ଦେଶ ମିଳିବା କଥା । ହେଲେ କୌଣସି ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ମିଳିନି। ତେଣୁ ନାମଲେଖାଇବାକୁ ଛାତ୍ରୀଛାତ୍ରଙ୍କୁ ମନା କରିଦିଆଯାଇଛି। ଯଦି ଶନିବାର ବିଭାଗ ତରଫରୁ କୌଣସି ନିର୍ଦ୍ଦେଶନାମା ଜାରି ହୁଏ, ତେବେ ନାମଲେଖାଇବାକୁ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଉପସଚିବ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ସାର୍ଟିଫିକେଟ୍‌ ମୁଦ୍ରଣରେ ସମସ୍ୟା ଦେଖାଦେଇଛି । ସେଥିପାଇଁ ବିଳମ୍ବ ହେଉଛି। ଆସନ୍ତା ୫ତାରିଖ ବେଳକୁ ସାର୍ଟିଫିକେଟ୍‌ ଉପଲ୍ବଧ ହେବ । ତେବେ ଇଣ୍ଟର୍‌ନେଟ୍‌ରୁ ଯେଉଁ ମାର୍କସିଟ୍‌ ପ୍ରିଣ୍ଟ କରାଯାଇଛି, ତାହାକୁ ନେଇ ଛାତ୍ରୀଛାତ୍ରମାନେ ନାମଲେଖାଇ ପାରିବେ। ଆଗାମୀ ୧୦ଦିନ ଭିତରେ ସାର୍ଟିଫିକେଟ୍‌ ଦାଖଲ କରିବେ ବୋଲି ଛାତ୍ରୀଛାତ୍ରମାନେ ନାମଲେଖା ବେଳେ ଲିଖିତ ଭାବେ ଜଣାଇବେ । ଏନେଇ ସାମ୍ସଗୁଡ଼ିକୁ ସୂଚନା ଦିଆଯାଇଛି । ନାମଲେଖାରେ କୌଣସି ଅସୁବିଧା ହେବନି ବୋଲି ଆଞ୍ଚଳିକ ଉପସଚିବ ବେହେରା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri