ବ୍ରଜରାଜନଗରରୁ ପୁରୀକୁ ଯିବ ରଥର ବ୍ରେକ କଣ୍ଟା

ଝାରସୁଗୁଡା, ୨୧।୬(ଆଶିଷ ରଞ୍ଜନ ଦାଶ)-ପୁରୀରେ ତିନି ରଥ ଲାଗି ବ୍ରେକ୍‌ କଣ୍ଟା ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରରୁ ଯିବ। ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ବିଗ୍ରହଙ୍କ ତିନି ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ ବ୍ରଜରାଜନଗରରେ ନିର୍ମିତ ହୋଇସାରିଛି। ରବିବାର ବ୍ରଜରାଜନଗରରୁ ଜଗୁ ବେନିଆଁ ଏବଂ ତାଙ୍କ ସହଯୋଗୀ ପୁରୀ ଯାଇ ତିନି ରଥରେ ଏହି ବ୍ରେକ ଲଗାଇବେ।

ରଥ ବ୍ରେକ୍‌ରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, ୱାସର ଆଦି ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁ ଓ ସାଥି ନିଜ କମାର ଶାଳରେ ପ୍ରସ୍ତୁତ କରିଥାନ୍ତି। ଏହି ପ୍ରସ୍ତୁତ ସାମଗ୍ରୀ ଏବଂ ନାଇଲନ ରବର ବେଲ୍ଟକୁ ସାଙ୍ଗରେ ନେଇ ରଥଯାତ୍ରାର କିଛିଦିନ ପୂର୍ବରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି। ବ୍ରେକ ତିଆରି ଖର୍ଚ୍ଚ ତଥା ବ୍ରେକ ଲଗାଇବା ପାଇଁ ପୁରୀକୁ ଯିବା ଆସିବା ଖର୍ଚ୍ଚ ସମସ୍ତେ ନିଜେ ନିଜ ପକେଟରୁ ବହନ କରିଥାନ୍ତି। ଏଥିପାଇଁ ପୁରୀ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ। ଜଗୁ ବେନିଆଁ ଏବଂ ଅଶ୍ୱିନୀ ମିଶ୍ର ଏବଂ ସହଯୋଗୀମାନେ ନିଜ ଜ୍ଞାନକୌଶଳ ବ୍ୟବହାର କରି ରଥରେ ବ୍ରେକ ଖଞ୍ଜିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିଥାଏ। ଆବଶ୍ୟକ ସମୟରେ ରଥ ରୋକିବା ପାଇଁ ବ୍ରେକର ବ୍ୟବହାର କରାଯାଏ।

ବ୍ରେକରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତି ଠିକ ଭାବରେ ନିୟନ୍ତ୍ରିତ କରିଥାଏ l ତିନି ରଥର ଏହି ବ୍ରେକ ତିଆରି କରିବା ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ l ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ l ପ୍ରତି ବେଲ୍ଟର ଲମ୍ବ ୧ଫୁଟ, ଚଉଡା ୯ଇଞ୍ଚ, ମୋଟା ୧୬ମିଲିମିଟର ରଖାଯାଏ l ଏହାସହିତ ୧୫ କେଜି ନିହାଣ କଣ୍ଟା, ୫କେଜି ଜୁଖିଆ କଣ୍ଟା ଓ ୩କେଜି ୱାସର ବ୍ୟବହାର ହୋଇଥାଏ। ଏହି ସାମଗ୍ରୀ ଗୁଡିକୁ ଜଗୁ ନିଜେ ପୁଅ ଏବଂ ସାଥିଙ୍କ ସହ ନିଜ କମାରଶାଳରେ ପ୍ରସ୍ତୁତ କରୁଥିବାବେଳେ ମହାପ୍ରଭୂଙ୍କ ରଥରେ ଏହି ଯୋଗଦାନ ତାଙ୍କ ଏବଂ ପରିବାର ବର୍ଗଙ୍କ ପୁଣ୍ୟକର୍ମର ଫଳ ବୋଲି ଜଗୁ କହିଛନ୍ତି। ଗତ ୨୦୦୮ରୁ ପ୍ରାୟ ୧୬ ବର୍ଷ ହେଲାଣି ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ ଓ ଇଞ୍ଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ ଓ ବ୍ରେକରେ ବ୍ୟବହାର ହେଉଥିବା କଣ୍ଟା ତିଆରି କରି ଆସୁଛନ୍ତି l ପୂର୍ବ ସମୟରେ ରଥ ଟଣାବେଳେ ରଥ ଗତିରେ ନିୟନ୍ତ୍ରଣ ରହୁ ନ ଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଥିଲା l ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ସେ ରଥ ଉପରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। ଅନୁମତି ମିଳିବା ପରେ ବ୍ରଜରାଜନଗର ସ୍ଥିତ କୋଇଲା ଖଣିର ସହକର୍ମଚାରୀ ଥିବା ଜଗୁ ବେନିଆଁ ଓ ଅନ୍ୟ ସାଥିମାନେ ମିଶି ୨୦୦୮ରୁ ତିଆରି କରିଚାଲିଛନ୍ତି ପୁରୀ ରଥ ପାଇଁ ବ୍ରେକ। ବଡ଼ ଠାକୁରଙ୍କ ଏହି ସେବା ପାଇଁ ଜୀବନରେ ଅପୂର୍‌ ଆନନ୍ଦ ଓ ଶାନ୍ତି ମିଳୁଥିବା ଜଗୁ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri