ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ ପରୀକ୍ଷାରେ ୫୦୦ରୁ ୪୭୧ମାର୍କ( ୯୪.୨%) ରଖି ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ଟପ୍ପର ପ୍ରତୀକ୍ଷାଙ୍କ ଯାଆଁଳା ଭଉଣୀ ସେହି ସ୍କୁଲର ଛାତ୍ରୀ ସମୀକ୍ଷା ପଲାଇ ମଧ୍ୟ ଶତକଡା ୮୬.୨ ମାର୍କ ରଖିଛନ୍ତି। ଦୁଇ ଯାଆଁଳା ଭଉଣୀଙ୍କ ଏହି ସଫଳତା ହାସଲ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛିl ପ୍ରତୀକ୍ଷା ଓ ସମୀକ୍ଷା ହେଉଛନ୍ତି କଣ୍ଟିଆଗଡ ଗ୍ରାମର ବଟେଶ୍ୱର ମନ୍ଦିର ପରିଚାଳନା କମିଟି ସମ୍ପାଦକ ରଞ୍ଜିତ ପଲାଇ ଏବଂ ମିନତୀ ପଲାଇଙ୍କ ଝିଅ। ନିଜର ଏହି କଠିନ ପରିଶ୍ରମ, ବାପା ମା’ଙ୍କ ପ୍ରେରଣା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ଶ୍ରେୟ ଦେଇଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଳର ହିତ ପାଇଁ ବଡ଼ ନିଷ୍ପତ୍ତି ନେଲେ ନୀତୀଶ କୁମାର, ଶୁଣିଲେ ଖୁସି ହେବେ ଜେଡିୟୁ କର୍ମୀ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ପାଟନାର ଏକ ଆନେ ମାର୍ଗରେ ସୋମବାର ଜେଡିୟୁ ବିଧାନସଭାର ବୈଠକ ବସିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି…

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ବଡ଼ ଧରଣର ଭୂକମ୍ପ ଝଟକା; ଘରୁ ବାହାରି ଆସିଲେ ଲୋକେ, ସୁନାମି ଚେତାବନୀ ଜାରି

ଟୋକିଓ,୨୦।୪: ଜାପାନରେ ପୁଣି ଥରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର…

ଗଞ୍ଜାମର ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଉଠୁଛି ପଡୁଛି ସହର, ୨୧ ଦିନ ଧରି…

ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର।  ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି।…

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri