ସାବିତ୍ରୀ ବ୍ରତଠାରୁ ସ୍ବାମୀ ନିଖୋଜ, ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କ ଆଖିରୁ ଶୁଖୁନି ଲୁହ, ପ୍ରତିବାଦରେ ଆଜି ରାସ୍ତାରୋକୋ
ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସୋମବାର ସାବିତ୍ରୀ ବ୍ରତରେ ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ଶ୍ରୀବନ୍ତପୁର ପଞ୍ଚାୟତ ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ବ୍ୟାଙ୍କରୁ ଟଙ୍କା ଉଠାଇ ତା’ ପରଠୁ ନିଖୋଜ ହୋଇଯାଇଛନ୍ତି।

ସ୍ତ୍ରୀ ଶୁଭଲକ୍ଷ୍ମୀ ସାବିତ୍ରୀ ବ୍ରତ ପାଳନ କରି ସ୍ବାମୀର ମଙ୍ଗଳ ମନାସି ଥିବା ବେଳେ ସ୍ବାମୀ କିନ୍ତୁ ଫେରି ନାହାନ୍ତି ଘରକୁ। ଏପଟେ ଘଟଣାକୁ ତିନି ଦିନ ହୋଇଥିବା ବେଳେ ପୋଲିସ କେବଳ ଅଭିଯୋଗ ପାଇ ବସିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜଣେ ଦୋକାନୀକୁ ଉଠାଇ ନେଇ ପଚରାଉଚରା କରୁଥିଲେ ମଧ୍ୟ ଘଟଣା ବିଷୟରେ ପରିବାରକୁ କିଛି ସୂଚନା ନଦେବା ପରେ ଆଜି ଅର୍ଥାତ୍ ବୁଧବାର ରାସ୍ତାରୋକୋ କରି ଟାୟାର ଜାଳି ପ୍ରତିବାଦ ସ୍ବରୂପ ଧାରଣା ଦେଇଛନ୍ତି। ଧାରଣାସ୍ଥଳରେ ଉତ୍ତେଜନା ଲାଗି ରହି ଥିବା ବେଳେ କୁଆଖିଆ ପୋଲିସ ଓ ଗୋଟାଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି।


