Posted inଜାତୀୟ

Operation Sindoorରେ ଏହି ୫ ଜଣ ବଡ ଆତଙ୍କବାଦୀ ନିପାତ: ଆସିଲା ଲିଷ୍ଟ୍‌

ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ଅଧୀନରେ ଭାରତ ଦ୍ୱାରା ନିହତ ପାକିସ୍ତାନୀ ଆତଙ୍କବାଦୀଙ୍କ ନାମ ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ସେନାର ଆକ୍ରମଣରେ ୫ ଜଣ ବଡ଼ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିମଧ୍ୟରେ ମୁଦାସର ଖାଦିଆନ, ଖଲିଦ, ହାଫିଜ ଜମିଲ, ୟୁସୁଫ ଅଜହର ଏବଂ ହାସନ ଖାନଙ୍କ ନାମ ରହିଛି। ଏହି ସମସ୍ତ ଆତଙ୍କବାଦୀ ଲସ୍କର ଏବଂ ଜୈଶ ସହିତ ଜଡିତ ଥିଲେ। ଯେଉଁମାନେ ହାଫିଜ ସଇଦ ଏବଂ ମାସୁଦ ଆଝାରଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ।

୧-ମୁଦାସର ଖାଦିଆନ ଖାସ୍‌- ଏହି ଲଶ୍କର-ଇ-ତୋଇବା ଆତଙ୍କବାଦୀ ମୁରିଡକେରେ ମାର୍କାଜ ତୋଇବାର ପ୍ରଭାରୀ ଦାୟିତ୍ୱରେ ଥିଲେ। ଅପରେଶନ ଦିନ ରାତିରେ ସେଠାରେ ଉପସ୍ଥିତ ଥିଲେ। ପ

୨. ହାଫିଜ ମହମ୍ମଦ ଜମିଲ – ଜୈଶ-ଏ-ମହମ୍ମଦ ସହିତ ଜଡିତ ଜମିଲ ମୌଲାନା ମାସୁଦ ଆଜାହରଙ୍କ ବଡ଼ ଭାଇ ଥିଲେ। ଯେଉଁଦିନ ଅପରେଶନ ହୋଇଥିଲା, ଜମିଲ ବାହାବଲପୁରରେ ତାଙ୍କ ଘରେ ଶୋଇଥିଲେ। ଜମିଲ ମର୍କଜ ସୁଭାନାଲ୍ଲାହର ଦାୟିତ୍ୱରେ ଥିଲେ। ଜମିଲ ଯୁବକମାନଙ୍କୁ ମୌଳବାଦୀ କରିବା ଏବଂ ଜୈଶ-ଏ-ମହମ୍ମଦ ପାଇଁ ପାଣ୍ଠି ସଂଗ୍ରହ କରିବାରେ ସକ୍ରିୟ ଭାବରେ ଜଡିତ ଥିଲେ।

୩. ମହମ୍ମଦ ୟୁସୁଫ ଆଜହର- ମହମ୍ମଦ ୟୁସୁଫ ଆଜହର ମାସୁଦ ଆଜହରଙ୍କ ଶଳା ଥିଲେ। ଆଜହର ଜୈଶର ମଦ୍ରାସାରେ ଅସ୍ତ୍ରଶସ୍ତ୍ର ତାଲିମ ପରିଚାଳନା କରୁଥିଲା। ଜମ୍ମୁରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣରେ ଆଜହର ସାମିଲ ଥିଲେ। IC-814 ହାଇଜ୍ୟାକିଂ ମାମଲାରେ ତାଙ୍କୁ ୱାଣ୍ଟେଡ ବୋଲି ବିବେଚନା କରାଯାଉଥିଲା।

୪. ଖାଲିଦ ଓରଫ ଆବୁ ଆକାଶ- ଲସ୍କର-ଏ-ତୋଇବାର ଏହି ଆତଙ୍କବାଦୀ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିଲା। ଆକ୍ରମଣ ଦିନ ସେ ତାଙ୍କ ଘରେ ଶୋଇଥିଲେ। ଖାଲିଦଙ୍କ ଉପରେ ଜମ୍ମୁରେ ଆତଙ୍କ ସୃଷ୍ଟି କରିବାର ଅଭିଯୋଗ ଥିଲା। ଖାଲିଦଙ୍କ ଅନ୍ତିମ ସଂସ୍କାର ଫୈସଲାବାଦରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏବଂ ଫୈସଲାବାଦର ଡେପୁଟି କମିଶନର ଯୋଗ ଦେଇଥିଲେ।

୫. ମହମ୍ମଦ ହାସନ ଖାନ- ଏହି ଜୈଶ ଆତଙ୍କବାଦୀ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜୈଶ-ଏ-ମହମ୍ମଦର ଅପରେଶନାଲ କମାଣ୍ଡର ମୁଫତି ଅସଗର ଖାନ କଶ୍ମୀରୀଙ୍କ ପୁଅ ଥିଲେ। ଏହା ପୂର୍ବରୁ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସମନ୍ବୟ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri