ନିଃଶୁଳ୍କ ପରୀକ୍ଷାଗାରରେ ହେଉନାହିଁ ଶିକଲ୍‌ ସେଲ୍‌ର ପରୀକ୍ଷା; ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର-ରୋଗୀ

ଦାରିଙ୍ଗବାଡି, ୧।୫ (ଅରୁଣ ସାହୁ )-ଏବେ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଛାତ୍ରବାସରେ ରହଣି ପାଇଁ ଶିକଲ୍‌ସେଲ୍‌ର ପରୀକ୍ଷା ରିପୋର୍ଟ ଆବଶ୍ୟକ ପଡୁଛି। କିନ୍ତୁ ଗତ ଏକ ମାସ ହେଲା ଏହି ରୋଗର ନିଦାନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ ଦାରିଙ୍ଗବାଡି ଅଞ୍ଚଳର ସମସ୍ତ ରୋଗୀଙ୍କ ପାଇଁ ନିଃଶୁଳ୍କ ରୋଗ ନିରୂପଣ ସେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷାଗାର ରହିଛି। ସେଠାରେ ପ୍ରାୟ ସମସ୍ତ ପ୍ରକାର ରୋଗର ନିଦାନ ପାଇଁ ମାଗଣା ପରୀକ୍ଷା କରାଯାଉଛି । ବିଶେଷ କରି ରକ୍ତ ନମୁନା ସହ ମଳ, ମୂତ୍ର ଆଦି ପରୀକ୍ଷା କରାଯାଉଛି। ହେଲେ ଉକ୍ତ ବ୍ଲକ ଅଞ୍ଚଳରେ ଶିକଲସେଲ ରୋଗୀ ସଂଖ୍ୟା ଅଧିକା ରହୁଥିବା ବେଳେ ପ୍ରାୟ ଗୋଟିଏ ମାସ ହେଲା ପରୀକ୍ଷାକୁ ବନ୍ଦ କରିିଦିଆଯାଇଛି। କାରଣ ପଚାରିବାରୁ ଗୋଟିଏ ମାସ ହେଲା ଏହି ରୋଗର ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ସରିଯାଇଛି। ଜିଲା ହେଡକ୍ୱାଟରକୁ ବାରମ୍ବାର ଚିଠି ଦ୍ୱାରା ଜଣାଇଦିଆଯାଇଥିଲେ ସୁଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କିଟ ପଠାଯାଉନାହିଁ। ଫଳରେ ଏହି ଚିକିତ୍ସାରୁ ଶହ ଶହ ରୋଗୀ ବଞ୍ଚିତ ହେଉଛନ୍ତି ବୋଲି ପରୀକ୍ଷାଗରର ଟେକନିସିଆନ ଅଧିକାରୀ ଦୁର୍ଗାପ୍ରସାଦ ଦାସ କହିଛନ୍ତି। ଗୁରୁବାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଶାଳିନୀ ପ୍ରଧାନ ହଷ୍ଟେଲରେ ନାମ ଲେଖାଇବା ପାଇଁ ଆବଶ୍ୟକ ଶିକଲସେଲର ଟେଷ୍ଟିଂ ପାଇଁ ଆସି ନିରାଶ ହୋଇଛନ୍ତି। ତାଙ୍କୁ ବାଲିଗୁଡା କିମ୍ବା ଫୁଲବାଣୀ ଯାଇ ଟେଷ୍ଟିଂ କରାଇବାକୁ ପରୀକ୍ଷାଗରର କର୍ମଚାରୀମାନେ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ, ଜିଲାର ଦାରିଙ୍ଗବାଡି ହେଉଛି ଦୁର୍ଗମ ବ୍ଲକ ଏବଂ ବିରାଟ ବ୍ଲକ ଭାବେ ପରିଚିତ। ସେମିତିରେ ଏହି ବ୍ଲକ ହେଡକ୍ୱାଟରକୁ ରୋଗୀଙ୍କୁ ଖର୍ଚ୍ଚ କରି ଆସିଥାନ୍ତି। ହେଲେ ଏବେ ଦାରିଙ୍ଗବାଡିଠାରୁ ବାଲିଗୁଡା ୫୦ କିମି ଓ ଫୁଲବାଣୀ ୧୧୦କିମି ଦୂରତା ଯାଇ ରକ୍ତ ପରୀକ୍ଷା କରାଇବାକୁ ପଡୁଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହେବା ସହ ହଇରାଣ ଭୋଗୁଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ତୁରନ୍ତ ଘଟଣାକୁ ସଜ୍ଞାନକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଅନେକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri