ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଝଡ଼ ଥମିଲା: ମାକ୍‌ରଁଙ୍କ ସ୍ତ୍ରୀଙ୍କୁ ନେଇ ଫେସ୍‌ବୁକ୍‌ରେ ଦିଆଯାଇଥିବା ମନ୍ତବ୍ୟ ଲାଗି କ୍ଷମା ମାଗିଲେ ବ୍ରାଜିଲ୍‌ ଜନତା

ପୋର୍ଟ ଭେଲ୍‌ହୋ,୨୯।୮: କିଛି ଦିନ ଧରି ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଉଠିଥିବା ଝଡ଼ ଏବେ ଥମିଛି। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସ୍ତ୍ରୀ ବ୍ରିଜେଟ୍‌ଙ୍କୁ ନେଇ ଉପହାସ କରିବା ଭଳି ମନ୍ତବ୍ୟ ଦେଇଥିଲେ। ବ୍ୟକ୍ତି ଜଣକ ଫେସ୍‌ବୁକ୍‌ରେ ବ୍ରିଜେଟ୍‌ ଓ ବୋଲ୍‌ସୋନାରୋଙ୍କ ସ୍ତ୍ରୀ ମିଶେଲଙ୍କ ଫଟୋ ଅପଲୋଡ୍‌ କରି ଆପତ୍ତିଜନକ କମେଣ୍ଟ୍‌ ଦେଇଥିଲେ। ତେବେ ଏହାକୁ ନେଇ ବୋଲ୍‌ସୋନାରୋ ମଧ୍ୟ ସମର୍ଥନ କଲାଭଳି ମନ୍ତବ୍ୟ ଲେଖିଥିଲେ। ଫଳରେ ମାକ୍‌ରଁଙ୍କୁ ଏହା ପସନ୍ଦ ହୋଇ ନ ଥିଲା । ମାତ୍ର ଏବେ ଫେସ୍‌ବୁକ୍‌ରେ ଏଭଳି ମନ୍ତବ୍ୟ ଦିଆଯାଇଥିବା ନେଇ ବ୍ରାଜିଲ୍‌ର ବହୁ ଜନସାଧାରଣ ଦୁଃଖ ପ୍ରକାଶ କରିବା ସହିତ କ୍ଷମା ମାଗିଛନ୍ତି। ଫଳରେ ଏବେ ଦୁଇ ଦେଶରେ ଲାଗି ରହିଥିବା ଅଯଥା କଳହରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଫେସ୍‌ବୁକ୍‌ର ଏହି ଘଟଣାପରେ ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ବ୍ରାଜିଲକୁ ୨୦ ନିୟୁତ ଡଲାର ସହାୟତା ଦେବା ଲାଗି ଜି-୭ ସମ୍ମିଳନୀରେ ଘୋଷଣା କରଥିଲେ। କିନ୍ତୁ ଏହାକୁ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଗ୍ରହଣ କରିବାକୁ ମନା କରିଦେଇଥିଲେ। ମାକ୍‌ରଁ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରତ୍ୟାହାର କଲେ ଏହି ଅର୍ଥ ଗ୍ରହଣ ନେଇ ବିଚାର କରିବେ ବୋଲି ବୋଲ୍‌ସୋନାରୋ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri