ସ୍ବଚ୍ଛତା ନାହିଁ

Dillip Cherian

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ ଯାଇ ଇଡିରେ ନିଯୁକ୍ତି ପାଇଥିଲେ। ଆଇପିଏସ୍‌ଙ୍କ କାର୍ଯ୍ୟକାଳ ନୀତିର ‘ରିଲାକ୍ସସେଶନ’ଅନୁଯାୟୀ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏବେ ସେହି ବାବୁ କହୁଛନ୍ତି, ଆମେ ନିୟମ ସବୁ କରିଛୁ, କିନ୍ତୁ ସେଗୁଡ଼ିକରେ ଆମେ ସବୁବେଳେ ବାନ୍ଧିହୋଇ ରହିବାକୁ ବାଧ୍ୟ ନୋହଁୁ। ତେବେ ନାରଙ୍ଗଙ୍କ କଥା ଦେଖାଯାଉ। ଏପ୍ରିଲ ପ୍ରାରମ୍ଭରେ ତାଙ୍କୁ ଇଡିର ଦାୟିତ୍ୱରୁ ମୁକ୍ତ କରାଯାଇ କର୍ନାଟକ କ୍ୟାଡରକୁ ପଠାଇ ଦିଆଯାଇଥିଲା। ଯେଭଳି ପଠାଇ ଦିଆଯାଇଥିଲା ଠିକ୍‌ ସେମିତି ତାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରି ପୁନର୍ବାର ଦିଲ୍ଲୀକୁ ଫେରାଇ ଆଣାଯାଇଛି। ସେ ଇଡିରେ ଥିବା ସମୟରେ ପିଏଫ୍‌ଆଇ, ଆଇଏଫ୍‌ଏଫ୍‌ସିଓ, ଭିଭୋ, ମାଓବାଦ ଭଳି ପ୍ରାୟ ସମସ୍ତ ହାଇ ପ୍ରୋଫାଇଲ ମାମଲା ସମ୍ଭାଳୁଥିଲେ। ସେ ଏତେ ଦରକାରୀ ଥିଲେ ଯେ, ତାଙ୍କୁ ଯିବାକୁ ଦିଆଯାଇ ନପାରେ ବୋଲି କୁହାଯାଉଥିଲା। କିନ୍ତୁ ପର୍ଯ୍ୟବେକ୍ଷକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, କାହିଁକି ତାଙ୍କୁ ହଠାତ ଶୀଘ୍ର ବିଦା କରାଯାଇଥିଲା। ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧିରେ ସମାନ କଥା ଘଟିଛି। ଏବେ ଏଚ୍‌ଆଇୟୁର ନେତୃତ୍ୱ ନେବା ସହ ଉତ୍ତରାଞ୍ଚଳର ଦାୟିତ୍ୱ (ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନ ସହିତ) ସମ୍ଭାଳୁଥିବା ଗୋଏଲଙ୍କ କାର୍ଯ୍ୟକାଳ ମଧ୍ୟ ୧ ବର୍ଷ ବୃଦ୍ଧି କରାଯାଇଛି। ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ, ଇଡିର ପଦାନୁକ୍ରମରେ ସ୍ବତନ୍ତ୍ର ନିର୍ଦ୍ଦେଶକ ପଦବୀ ହେଉଛି ଦ୍ୱିତୀୟ ଶୀର୍ଷ ର଼୍ୟାଙ୍କ। ଏଭଳି ନଅଟି ପଦବୀ ରହିଛି। ଦେଖାଯାଉଛି ଅଧିକ ‘ସ୍ବତନ୍ତ୍ର’ ପଦବୀରେ ଅଧିକ ‘ସ୍ବଚ୍ଛତା’ ନାହିଁ। ଏଣୁ ଆମେ ନିୟମଗୁଡ଼ିକ ବଦଳାଇବା କିମ୍ବା ଭାଙ୍ଗିବା ଦେଖିବାକୁ ପାଉଛୁ। ଏସିସି ଏହାକୁ ରିଲାକ୍ସସେଶନ କହିପାରେ, କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ହେଉଛି ଅମଲାତାନ୍ତ୍ରିକ ଯୋଗର ଏକ ମାଷ୍ଟରକ୍ଲାସ୍‌।
ସୋସିଆଲ ମିଡିଆରେ ବାବୁ ବିବାଦ
କେରଳର ବାବୁ ସାମ୍ରାଜ୍ୟ ନିଜର ଏକ ରିୟଲିଟି ଶୋ’ର ସଂସ୍କରଣକୁ ଅନୁଭବ କରୁଛି, ଯାହା ସାର୍ବଜନୀନ ବିବାଦ, ସୋସିଆଲ ମଡ଼ିଆ ଡ୍ରାମା ଏବଂ ଅଭିଯୋଗରେ ପରିପୂର୍ଣ୍ଣ । ଏହା ମୌସୁମୀ ପବନଠାରୁ ମଧ୍ୟ ଅଧିକ ବେଗରେ ବ୍ୟାପୁଛି ଏବଂ ଏହି ଝଡ଼ର କେନ୍ଦ୍ରରେ ଅଛନ୍ତି ଆଇଏଏସ୍‌ ଅଧିକାରୀ ଏନ୍‌ ପ୍ରଶାନ୍ଥ ଯିଏ କି ସୋସିଆଲ ମିଡିଆରେ ‘କଲେକ୍‌ଟର ବ୍ରୋ’ ଭାବେ ପରିଚିତ। ନିକଟରେ ନିଲମ୍ବିତ ହୋଇଥିବା ପ୍ରଶାନ୍ଥ ବରିଷ୍ଠ ଅମଲାତନ୍ତ୍ରୀ ଏ. ଜୟତିଲକ ଏବଂ କେ. ଗୋପାଳକ୍ରିଷ୍ଣନଙ୍କ ବିରୋଧରେ ଦୁର୍ନୀତି ଓ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ, କାର୍ଯ୍ୟାଳୟର ଅପବ୍ୟବହାର ଓ ବଢୁଥିବା ଦୁର୍ନୀତି ବିରୋଧରେ ହ୍ବିସିଲବ୍ଲୋୟର ଭାବେ କାର୍ଯ୍ୟ କରୁଥିବାରୁ ଏହାର ପ୍ରତିକ୍ରିୟା ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ଏକ ଗମ୍ଭୀର ଅଭିଯୋଗ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଗୋପାଳକ୍ରିଷ୍ଣନ ସର୍ଭିସ ନିୟମକୁ ଉଲ୍ଲଂଘନ କରି ଧର୍ମୀୟ ଆଧାରିତ ଏକ ହ୍ବାଟ୍ସଆପ୍‌ ଗ୍ରୁପ ସୃଷ୍ଟି କରିବା କାରଣରୁ ନିଲମ୍ବିତ ହୋଇଥିଲେ। ଜୟତିଲକଙ୍କୁ ସାଧାରଣରେ ସୋସିଆଲ ମିଡିଆରେ ସମାଲୋଚନା କରିବା ଯୋଗୁ ପ୍ରଶାନ୍ଥଙ୍କୁ ନିଲମ୍ବନ କରାଯାଇଥିଲା । ସୋସିଆଲ ମିଡିଆରେ ଲଢ଼େଇ କେରଳର ତଥାକଥିତ ଶୃଙ୍ଖଳିତ ପ୍ରଶାସନିକ ବ୍ୟବସ୍ଥାର ବିବାଦକୁ ସାମ୍ନାକୁ ଆଣିଛି। ସାର୍ବଜନୀନ ସ୍ତରରେ ଏହି ଅମଲାତାନ୍ତ୍ରିକ ବିବାଦ ପ୍ରଶାସନିକ ବ୍ୟବସ୍ଥାରେ ଗଭୀର ଅସନ୍ତୋଷକୁ ପ୍ରତିଫଳିତ କରୁଛି। ବିଶେଷକରି ସୋସିଆଲ ମିଡିଆରେ ଏହି ବିବାଦର ପ୍ରଚାର ସିଭିଲ ସର୍ଭିସର ଦୁର୍ବଳ ଏକତା ଓ ସର୍ବସାଧାରଣ ବିଶ୍ୱାସର ଅଧୋଗତିକୁ ଦର୍ଶାଉଛି। ଏ କଥା ଭୁଲିଯିବା ଉଚିତ ନୁହେଁ ଯେ, ଏହା ମଧ୍ୟ ଶାସନର ଏକ ବଡ଼ ବିଚ୍ୟୁତି। ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯାଉଥିବା ଯୁଗରେ ବାବୁମାନେ ଖୋଲା ମନୋଭାବ ପୋଷଣ ସହ ଉଚିତ ବ୍ୟବସ୍ଥାଗତ ମାଧ୍ୟମରେ ଆଭ୍ୟନ୍ତରୀଣ ବିବାଦର ସମାଧାନ କରିବା ପାଇଁ ଏହା ସମ୍ଭବତଃ ଏହା ଉପଯୁକ୍ତ ସମୟ।
ଉତ୍ତରଦାୟିତ୍ୱର ଦୁର୍ବଳତା
ମଧ୍ୟପ୍ରଦେଶର କ୍ଷମତା ପରିସରରେ ବାବୁମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ପ୍ରକାଶ ପାଉଛି। ଆଇଏଏସ, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନେ ସେମାନଙ୍କ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ପ୍ରତିବର୍ଷ ଘୋଷଣା କରିବାର ବାଧ୍ୟତାମୂଳକ ହୋଇଥିବାବେଳେ ମନ୍ତ୍ରୀମାନେ ୧୫ବର୍ଷରୁ ଊର୍ଦ୍ଧ୍ୱ ହେଲା ଏହାକୁ ଅଣଦେଖା କରିଆସୁଛନ୍ତି। ଏହାକୁ ନେଇ ତୀବ୍ର ବିରୋଧାଭାସ ପ୍ରକାଶ ପାଇଥିଲେ ମଧ୍ୟ କେହି ଜଣେ ଏହା ଉପରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ରାଜ୍ୟର ସାଧାରଣ ପ୍ରଶାସନ ବିଭାଗ ଦୋହରାଇଛି ଯେ, ସମସ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ବାଧ୍ୟ। ଏଥିରେ ପୈତୃକ ଓ ନିଜ ଉପାର୍ଜିତ ସମ୍ପତ୍ତି କେବେ କିଣାଯାଇଥିଲା, ତାହାର ମୂଲ୍ୟ ଏବଂ ଏବକାର ବଜାର ମୂଲ୍ୟ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ଏହା ପୂରଣ ନ କଲେ ଦରମା ବନ୍ଦ କରାଯିବା ସହ ପଦୋନ୍ନତି ଦିଆଯିବ ନାହିଁ ବୋଲି ସୂଚିତ କରିଛି। ଅନ୍ୟପଟେ ମନ୍ତ୍ରୀମାନେ ୨୦୧୬ରେ ଅନ୍‌ଲାଇନରେ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ଘେଷଣା କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ମଧ୍ୟ ଅନେକେ ଲଗାତର ଭାବେ ସମ୍ପତ୍ତିର ତଥ୍ୟ ଦେଇନାହାନ୍ତି। ବିଭିନ୍ନ ସରକାର ମଧ୍ୟ ଏହି ସମସ୍ୟକୁ ଅଣଦେଖା କରିଆସିଛନ୍ତି। ଏହା କେବଳ ଅନ୍ୟାୟ ନୁହେଁ ବରଂ ଏଭଳି ଦି ପ୍ରକାରର କଥା କେତେଦିନ ଚାଲିବ ବୋଲି ସରକାରୀ ସ୍ତରରେ ଆଲୋଚନାର ବିଷୟ ହୋଇଛି। ମନ୍ତ୍ରୀମାନେ ସ୍ବଚ୍ଛତା ଅବଲମ୍ବନ କରୁନଥିବାରୁ ଏହା ଦକ୍ଷ ସରକାର ଓ ଉତ୍ତରଦାୟିତ୍ୱର ଦୁର୍ବଳତାକୁ ଦର୍ଶାଉଛି। ବାସ୍ତବରେ ଏକ ସ୍ବଚ୍ଛ ପ୍ରଶାସନ ପାଇଁ ଅମଲାତନ୍ତ୍ରୀମାନେ ଯେମିତି ସେମାନଙ୍କ ସମ୍ପତ୍ତି ତଥ୍ୟ ଘୋଷଣା କରୁଛନ୍ତି ମନ୍ତ୍ରୀମାନେ ସେଭଳି କରିବା ଅପରିହାର୍ଯ୍ୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri