ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା ଡାକ୍ତର ସୁରେଶ ଚନ୍ଦ୍ରା ଜଣେ ଚାରି ବର୍ଷର ପିଲାକୁ ଥଣ୍ଡା ଭଲ କରେଇବା ପାଇଁ ସିଗାରେଟ ପିଆଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଡାକ୍ତର ସୁରେଶ ଚନ୍ଦ୍ରା ନିଶାସକ୍ତ ଅବସ୍ଥାରେ ଥାଇ ପିଲାଟିକୁ ସିଗାରେଟ ଧୂଆଁ ଟାଣିବାକୁ କହୁଛନ୍ତି । ସେ ଦାବି କରିଛନ୍ତି ଯେ ଏହା ଦ୍ୱାରା ପିଲାଟିର ଥଣ୍ଡା ଭଲ ହେବ। ଏହି ଅମାନବୀୟ କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
#Jalaun : शराबी डॉक्टर की आपत्तिजनक करतूत
सिरफिरा डॉक्टर बच्चे को सिगरेट पिला कर रहा है जुकाम का ईलाज
डॉ की करतूत कैमरे में हुई कैद वीडियो सोशल मीडिया पर वायरल
सामुदायिक स्वास्थ्य केन्द्र कुठौंद में तैनात है डॉक्टर सुरेश चंद्र@brajeshpathakup | @CMOfficeUP | @UPGovt |… pic.twitter.com/9AKL4PfvlP
— News1India (@News1IndiaTweet) April 16, 2025
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜଲାଉନର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ତୁରନ୍ତ ଡାକ୍ତର ସୁରେଶ ଚନ୍ଦ୍ରାଙ୍କୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ଏସିଏମଓ)ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଅନେକ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜଲାଉନ ପୋଲିସ ଏବଂ ଜିଲା ପ୍ରଶାସନ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି।


