ସମ୍ବଲପୁରରେ ପୁଣି ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର/କୁଚିଣ୍ଡା,୧୩।୪(ବିରଞ୍ଚି ଦର୍କା/ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଏକମାସ ବ୍ୟବଧାନରେ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା ଗ୍ରାମର ରାଜରାସ୍ତା ଉପରେ ହୋଇଛି ଏହି ବଡ଼ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୋବିନ୍ଦପୁର ଥାନା ବାମରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସାର୍ଗିଡିହୀ ଗ୍ରାମର ସୀତାରାମ ଷଡଙ୍ଗୀ(୩୪) ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାମଗୋଡ଼ ଆଣ୍ଠୁତଳକୁ ଗୁଳିବଦ୍ଧ ହୋଇଥିବାବେଳେ ଭିମସାରରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବଲପୁର ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ, ଏକାଧିକ ଅପରାଧିକ ମାମଲାର ଜଡିତ ଅଭିଯୁକ୍ତ ସୀତାରାମ ସନ୍ଧାନରେ ପୋଲିସ ରହିଥିଲା। ତେବେ ତାଙ୍କ ବିରୋଧରେ ଗୋବିନ୍ଦପୁର ଥାନା କେସ ନମ୍ବର ୪୬/୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୦(୨) ଓ ଅସ୍ତ୍ରଶସ୍ତ୍ର ଆଇନରେ ରୁଜୁ ମାମଲାରେ ପୋଲିସ ତାଙ୍କ ଧରିବା ପାଇଁ ଯାଇଥିଲା। ଘଟଣା ଏମିତି ଥିଲା କି, ଭୋର ସାଢେ ୫ଟାରେ ବାଇକ୍‌ରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ। ତେବେ ପୋଲିସର ପାଲଟା ଗୁଳି ଚାଳନାରେ ସେ ଗୁରୁତର ଆହତ ହୋଇ ବାଇକରୁ ପଡ଼ିଯାଇଥିଲେ। ପୋଲିସର ତାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିତ୍ସାଳୟରେ ଚିକିତ୍ସା କରାଇଥିଲା। ଏହାବାଦ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।

ତାଙ୍କ ନାମରେ ସମ୍ବଲପୁର ସହିତ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ହତ୍ୟା ଉଦ୍ୟମ ଭଳି ୨୫ ରୁ ଅଧିକ ସଙ୍ଗୀନ ମାମଲା ରହିଛି ବୋଲି ପୋଲିସ କହିଛି। ତାଙ୍କ ନିକଟରୁ ପୋଲିସ ଏକ ୭.୬୫ ମିମି ଦେଶୀ ପିସ୍ତଲ, ୧ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଖାଲି କାର୍ତୁସ (ପୋଲିସ ଉପରକୁ ଚଲାଇଥିବା ଗୁଳି),ନମ୍ବର ବିହୀନ ହିରୋ ସୁପର ସ୍ପେଣ୍ଡର ବାଇକ ଓ ନଗଦ ୧ ଲକ୍ଷ ଟଙ୍କାକୁ ଜବତ କରିଛି। ଅପରପକ୍ଷରେ ପୋଲିସ ସାଇଣ୍ଟିଫିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri