ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର ଜଣେ ୨୮ ବର୍ଷୀୟା ଯୁବତୀଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ସମ୍ପର୍କ ଗଢ଼ି ଉଠିଥିଲା।  ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସଫେଇ କାମ କରୁଥିବା ଅରୁଣ ନିୟମିତ ବ୍ୟବଧାନରେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ।

ପରେ ଅରୁଣ ତାଙ୍କୁ ପ୍ରତାରଣା କରି ଗତ ୧ ମାସ ପୂର୍ବେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେବା ସହ ତାଙ୍କ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସରିଥିଲା। ଅରୁଣ ପୂର୍ବରୁ ସମ୍ପର୍କ ରଖିଥିବା ଯୁବତୀଙ୍କୁ ବିବାହ ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ। ଅରୁଣ ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ନିରୁପାୟ ଅବସ୍ଥାରେ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୧୫୨/୨୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ ।

ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ପୀଡ଼ିତାଙ୍କ ବୟାନ ଲିପିବଦ୍ଧ କରିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଇଥିଲେ । ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଭିଯୁକ୍ତ ଅରୁଣ ଏବଂ ପୀଡ଼ିତା ଉଭୟଙ୍କ ଡାକ୍ତରୀ ମାଇନା କରାଇବା ପରେ ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?