Posted inଜାତୀୟ

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ଆକ୍ଟ-୨୦୨୨, ତାମିଲନାଡୁ ଡ. ଆମ୍ବେଡକର ଲ’ ୟୁନିଭର୍ସିଟି (ଆମେଣ୍ଡମେଣ୍ଟ) ଆକ୍ଟ-୨୦୨୨, ତାମିଲନାଡୁ ଡ. ଏମ୍‌ଜିଆର୍‌ ମେଡିକାଲ ୟୁନିଭର୍ସିଟି, ଚେନ୍ନାଇ (ସଂଶୋଧନ) ଆଇନ-୨୦୨୨, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୨, ତାମିଲନାଡୁ ୟୁନିଭର୍ସିଟି (ଦ୍ୱିତୀୟ ସଂଶୋଧନ), ଆଇନ-୨୦୨୨, ତାମିଲନାଡୁ ମତ୍ସ୍ୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୩, ତାମିଲନାଡୁ ଭେଟେରିନାରି ଆଣ୍ଡ୍‌ ଆନିମଲ୍‌ ସାଇନ୍ସେସ୍‌ ୟୁନିଭର୍ସିଟି (ଆମେଣ୍ଡ୍‌ମେଣ୍ଟ) ଆକ୍ଟ ଏବଂ ତାମିଲନାଡୁ ୟୁନିଭର୍ସିଟିଜ୍‌ ଲଜ୍‌ (ସେକେଣ୍ଡ ଆମେଣ୍ଡ୍‌ମେଣ୍ଟ) ଆକ୍ଟ-୨୦୨୨। ନବପ୍ରଣୀତ ଆଇନ ବଳରେ ତାମିଲନାଡୁ ସରକାର ରାଜ୍ୟର ୧୮ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିପାରିବେ। ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଥିବା ରାଜ୍ୟପାଳଙ୍କ ହାତରେ ଏହି ନିଯୁକ୍ତି କ୍ଷମତା ରହିଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଓ ରାଜ୍ୟପାଳ ରବି ମୁହଁାମୁହିଁ ହୋଇଥିଲେ। ତେବେ ଗତ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟପାଳ ରବିଙ୍କୁ ଭର୍ତ୍ସନା କରି ଏଗୁଡ଼ିକ ଆଇନରେ ପରିଣତ ହେବ ବୋଲି ସ୍ପଷ୍ଟ ରାୟ ଦେବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଏହାକୁ ଏକ ଐତିହାସିକ ନିଷ୍ପତ୍ତି ଭାବେ ଅଭିହିତ କରିଥିଲେ। ଏହା କେବଳ ତାମିଲନାଡୁର ନୁହେଁ, ବରଂ ଭାରତର ସମସ୍ତ ରାଜ୍ୟ ସରକାରଙ୍କ ବିଜୟ ବୋଲି ଷ୍ଟାଲିନ୍‌ କହିଥିଲେ। ଏକ ବିଧେୟକ ବିଧାନସଭାରେ ଦ୍ୱିତୀୟ ଥର ପାଇଁ ପାରିତ ହେଲେ ରାଜ୍ୟପାଳ ତାକୁ ଅନୁମୋଦନ କରିବାକୁ ବାଧ୍ୟ ବୋଲି ସାମ୍ବିଧାନିକ ନିୟମ ରହିଥିବା ସତ୍ତ୍ୱେ ରାଜ୍ୟପାଳ ଜାଣିଶୁଣି ବିଳମ୍ବ କରିଚାଲିଥିଲେ ବୋଲି ଷ୍ଟାଲିନ୍‌ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ସମାଲୋଚନା କରିଥିଲେ। ଶନିବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଡିଏମ୍‌କେର ରାଜ୍ୟ ସଭା ସଦସ୍ୟ ତଥା ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ପି. ଓ୍ବିଲ୍‌ସନ କହିଛନ୍ତି, ଭାରତର ପ୍ରଥମ ଥର ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ବିନା ସ୍ବାକ୍ଷରରେ ଆଇନ ପରିଣତ ହୋଇ ଇତିହାସ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ବଳରେ ଏହା ସମ୍ଭବ ହୋଇଛି ବୋଲି ଓ୍ବିଲ୍‌ସନ ଟୁଇଟ୍‌ କରିଛନ୍ତି।

ଡିଏମ୍‌କେ ସରକାର ପ୍ରଥମେ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜ୍ୟପାଳଙ୍କୁ ସମସ୍ତ ବିଧେୟକ ଉପରେ ସ୍ବାକ୍ଷର କରିବା ସକାଶେ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ସେଥିରୁ ୨ଟି ବିଧେୟକ ପୂର୍ବର ଏଆଇଏଡିଏମ୍‌କେ ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ରାଜ୍ୟପାଳ ସେହି ସମସ୍ତ ବିଲ୍‌କୁ ପକାଇ ରଖିଥିବା ଦେଖି ଷ୍ଟାଲିନ୍‌ଙ୍କ ଦଳ ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଥିଲା ଯେ, ଭାଜପା ଦ୍ୱାରା ନିଯୁକ୍ତ ରାଜ୍ୟପାଳ ନିର୍ବାଚିତ ସରକାରଙ୍କୁ ନୂ୍ୟନ କରିବାକୁ ଯାଇ ରାଜ୍ୟର ବିକାଶ ଧାରାରେ ବାଧକ ସାଜିଛନ୍ତି। ଅନ୍ୟପକ୍ଷେ ସେତେବେଳେ ରାଜ୍ୟପାଳଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, କୌଣସି ରାଜ୍ୟର ରାଜ୍ୟପାଳ ‘କେବଳ ଜଣେ ଟେକ୍ନିକାଲ ସୁପରଭାଇଜର’ ନୁହନ୍ତି। ବିଲ୍‌ ପାରିତ କରିବାରେ ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୨୩ ନଭେମ୍ବର ୧୦ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କ କାର୍ଯ୍ୟକୁ ଭର୍ତ୍ସନା କରିବା ସହ ‘ନିଅଁା ସହ ଖେଳନାହିଁ’ ବୋଲି ତାଙ୍କୁ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ରବି ସମ୍ପୃକ୍ତ ବିଧେୟକଗୁଡ଼ିକୁ ଅଣଦେଖା କରିଚାଲିଥିଲେ। ତେବେ ଗତ ୮ ତାରିଖରେ ଜଷ୍ଟିସ୍‌ ପର୍ଦ୍ଦିଓ୍ବାଲାଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୨୦୦ ଅଧୀନରେ ମାତ୍ର ୩ଟି ବିକଳ୍ପ ରହିଛି। ସେଗୁଡ଼ିକ ହେଲା ରାଜ୍ୟପାଳ ବିଧେୟକଗୁଡ଼ିକରେ ସ୍ବାକ୍ଷର କରିବେ, ସମ୍ମତିକୁ ସ୍ଥଗିତ ରଖିବେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ। କିନ୍ତୁ ଏହି ୩ ବିକଳ୍ପ ପାଇଁ ସମୟସୀମା ହେଉଛି ୧ ମାସ। ଏହି ଅବଧି ମଧ୍ୟରେ ରାଜ୍ୟପାଳ ନିଷ୍ପତ୍ତି ନ ନେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତ ବିଚାର କରିପାରିବେ। ଏହି ରାୟ ରାଜ୍ୟପାଳଙ୍କ କ୍ଷମତାକୁ ନୂ୍ୟନ କରୁନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଏହାକୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଭା ସଦସ୍ୟ କପିଲ ସିବଲ ମଧ୍ୟ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ଅଦାଲତ ବିଲ୍‌ ସମ୍ପର୍କିତ ପଦକ୍ଷେପ ନେବାରେ ରାଜ୍ୟପାଳମାନଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ଐତିହାସିକ। ଏଥିରେ ରାଜ୍ୟପାଳମାନଙ୍କ ଭୂମିକାକୁ ପରିଭାଷିତ କରାଯାଇଥିବାରୁ ଏହା ସଂଘୀୟ ବ୍ୟବସ୍ଥା ପାଇଁ ଶୁଭଙ୍କର ବୋଲି ସିବଲ କହିଛନ୍ତି।

ରାଜ୍ୟପାଳ କୌଣସି ବିଲ୍‌ ଉପରେ ବିଚାର ପାଇଁ ପଠାଇବାର ୩ ମାସ ଭିତରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିବେ ବୋଲି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ପାଇଁ ବିଧେୟକ ଉପରେ ନିଷ୍ପତ୍ତି ନେବା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ପ୍ରଥମ ଥର ଏଭଳି ସମୟସୀମା ନିର୍ଦ୍ଧାରଣ କରିଛନ୍ତି। ତାମିଲନାଡୁ ବିଧାନସଭା ଦ୍ୱାରା ପାରିତ ୧୦ ବିଲ୍‌କୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମୋହର ନ ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଂରକ୍ଷିତ ରଖିବା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ୪ ଦିନ ତଳେ ଭର୍ତ୍ସନା କରିଥିଲେ। ଏଥିସହ ସମସ୍ତ ରାଜ୍ୟପାଳଙ୍କ ପାଇଁ ଏ ସଂକ୍ରାନ୍ତରେ ସମୟସୀମା ନିର୍ଦ୍ଧାରଣ କରିଥିଲେ। ୪୧୫ ପୃଷ୍ଠା ସମ୍ବଳିତ ଏହି ରାୟ ଶୁକ୍ରବାର ରାତି ୧୦ଟା ୫୪ ମିନିଟ୍‌ରେ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି।

ସର୍ବୋଚ୍ଚ ଅଦାଲତଙ୍କ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ରାୟରେ ଜଷ୍ଟିସ୍‌ ଜେ.ବି. ପର୍ଦ୍ଦିଓ୍ବାଲା ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ସମୟସୀମାକୁ ଆପଣାଯିବା ଉପଯୁକ୍ତ ହେବ ବୋଲି ଆମେ ମନେକରୁଛୁ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଥିବା
ବିଧେୟକକୁ ରାଷ୍ଟ୍ରପତି ଗ୍ରହଣ କରିବା ଦିନଠାରୁ ୩ ମାସ ଭିତରେ ତା’ ଉପରେ ସମ୍ମତି ଦେବେ ବୋଲି ଆମେ ସମୟସୀମା ସ୍ଥିର କରୁଛୁ। ରାଷ୍ଟ୍ରପତି ଏହି ଅବଧି ମଧ୍ୟରେ ବିଧେୟକ ଉପରେ ନିଷ୍ପତ୍ତି ନ ନେଲେ ତାଙ୍କୁ ବିଳମ୍ବ ହେବାର ଉପଯୁକ୍ତ କାରଣ ରେକର୍ଡରେ ଦର୍ଶାଇବାକୁ ପଡ଼ିବ। ଏପରି କି ରାଷ୍ଟ୍ରପତି ଏନେଇ ସମ୍ପୃକ୍ତ ରାଜ୍ୟକୁ ମଧ୍ୟ ଅବଗତ କରାଇବେ। ରାଜ୍ୟଗୁଡ଼ିକ ମଧ୍ୟ ସମନ୍ବୟ ରକ୍ଷା ପୂର୍ବକ ସହଯୋଗୀ ହୋଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତର ତୁରନ୍ତ ଦେବେ ବୋଲି ଶୀର୍ଷ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ଶୀତ ମଧ୍ୟରେ ଆସୁଛି ଲଘୁଚାପ: ନୂଆବର୍ଷରେ ହେବ ଘନୀଭୂତ

ଭୁବନେଶ୍ୱର,୨୬।୧୨: ଆସନ୍ତା ଡିସେମ୍ବର ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri