ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ ଜଣକ ମଙ୍ଗଳବାର ଅଫିସ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତହସିଲଦାର ଲଗ୍ନଜିତ ବେହେରା ଓ ଷ୍ଟାଫ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ନେଇଥିଲେ। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ମହିଳା ଓ୍ବାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ସେ ଅସୁସ୍ଥ ହୋଇ ପଡିଲେ ତାହା ଜଣାପଡିନାହିଁ। ତହସିଲଦାର ବେହେରାଙ୍କୁ ପଚାରିବାରୁ ଡାକ୍ତରୀ ରିପୋର୍ଟ ଆସିବା ପରେ ଅସୁସ୍ଥତାର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି। ମହିଳା କର୍ମଚାରୀଙ୍କ ଅସୁସ୍ଥତାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ କର୍ମଚାରୀଙ୍କ ବିବାଦ କାରଣ ହୋଇପାରେ ବୋଲି ତହସିଲ ଅଫିସରେ ଚର୍ଚ୍ଚା ହେଉଛି ।


