ବିଧାନସଭା ବାହାରେ ପ୍ରବଳ ହଙ୍ଗାମା, ବ୍ୟାରିକେଡ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର,୨୬।୩: କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତକାଲି ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ଘଣ୍ଟ ପିଟି ବିଧାନସଭା ଅଭିମୁଖେ ବାହାରିଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଅଭିମୁଖେ ବାହାରିଛନ୍ତି ନିଲମ୍ବିତ ୧୨ ବିଧାୟକଙ୍କ ସହ ତାରା ଓ ରମେଶ ଜେନା।

ତେବେ ବିଧାନସଭା ବାହାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଅଟକାବାରୁ କଂଗ୍ରେସ କର୍ମୀ ପ୍ରତିବାଦ କରି ବ୍ୟାରିକେଡ ଭାଙ୍ଗିଛନ୍ତି। ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ଗୃହ। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ କମ୍ପମାନ କରିଥିବାବେଳେ ପ୍ରମୁଖ ବିରୋଧୀ ବିଜେଡି ସଦସ୍ୟଙ୍କ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଗୃହୁ ଏକପ୍ରକାର ଅଚଳାବସ୍ଥାକୁ ଚାଲିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ କିଛି ଶୁଣିବା ଅବସ୍ଥାରେ ନ ଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ସଦସ୍ୟଙ୍କୁ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ସେମାନେ କର୍ଣ୍ଣପାତ କରି ନ ଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହାକୁ ନେଇ ୪ଟି ପର୍ଯ୍ୟାୟରେ ଗୃହ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଶେଷରେ ଅପରାହ୍ନ ୪ଟା ଯାଏ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଦେଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇଯାଇଥିଲା।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଂଗ୍ରେସର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଘଣ୍ଟ ମାଡ଼କରି ଗୃହକୁ ହୁଲସ୍ଥୂଲ କରିଦେଇଥିଲେ। ଏଥିସହ କଂଗ୍ରେସର ଅନ୍ୟ ସଦସ୍ୟମାନେ କରତାଳି ଓ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ସେହିପରି ବିଜେଡି ସଂରକ୍ଷଣ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ପ୍ରବଳ ନାରାବାଜି କରିଥିଲା। ଫଳରେ ଗୋଟିଏ ମିନିଟ୍‌ ମଧ୍ୟ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବପର ହୋଇପାରି ନ ଥିଲା। ପ୍ରଥମେ ବାଚସ୍ପତି ଗୃହକୁ ୧୧ଟା୩୦ ଯାଏ ମୁଲତବୀ ରଖିଥିଲେ। ଗୃହ ମୁଲତବୀ ପରେ ବିଜେଡି ସଦସ୍ୟମାନେ ବିଧାନସଭା ପ୍ରବେଶ ଦ୍ୱାରରେ ଧାରଣା ଦେବା ସହ ନାରାବାଜି କରିଥିଲେ। ସେହିପରି କଂଗ୍ରେସ ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ଧାରଣାରେ ବସିଥିଲେ। ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ସମୟରେ ଗୃହ ୧୨.୦୧, ୧୨.୩୧, ୧୨.୪୬ ମିନିଟ୍‌ ତିନୋଟି ପର୍ଯ୍ୟାୟରେ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ନିଜ ଆସନରେ ଛିଡାହୋଇ କଂଗ୍ରେସ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ବାଚସ୍ପତି କହିଥିଲେ, ବିଧାନସଭା କାର୍ଯ୍ୟ ଶୃଙ୍ଖଳାରେ ଚାଲିବାକୁ ହେଲେ ନିଜ ନିଜ ଆସନକୁ ଯାଆନ୍ତୁ। ଏପରି ପ୍ଲାକାର୍ଡ ପ୍ରଦର୍ଶନ, ଗୃହ ଭିତରେ ଘଣ୍ଟ ବଜାଇବା ଶୋଭନୀୟ ନୁହେଁ। ବିଧାୟକମାନେ ଆସନକୁ ଫେରିଯାଇ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ନିବେଦନ କରିଥିଲେ। ମାତ୍ର କଂଗ୍ରେସ ସଦସ୍ୟ ନିଜ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ୧୨ଟା ୫୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।
ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ମା’ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଗୃହ କମିଟି ଦାବିକରି ଆସୁଛି। ହେଲେ ସରକାର ନିଦାବିଷ୍ଣୁ ସାଜିଛନ୍ତି। ସେଥିପାଇଁ ଆମେ ବିଧାନସଭା ଗୃହ ତଥା ପବିତ୍ର ମନ୍ଦିରରେ ଘଣ୍ଟମାଡ଼ କରୁଛୁ। ଭାବୁଛୁ ସରକାର ଟିକେ ଚେତିବେ, ହେଲେ ତାଙ୍କର ନାରୀ ପ୍ରତି ଟିକିଏ ବି ସମ୍ମାନ ନାହିଁ। ଯେପର୍ଯ୍ୟନ୍ତ ସେମାନେ ଗୃହ କମିଟି ଗଠନ ପାଇଁ ରୁଲିଂ ଦେଇନାହାନ୍ତି ସେପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି କାଡ଼ାମ କହିଥିଲେ।
ସଦସ୍ୟ ଅରୁଣ କୁମାର ସାହୁ କହିଛନ୍ତି, ଭାଜପା ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ। ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ବରକୁ ଶାଣିତ କରୁଛି, ସେତେବେଳେ ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି। ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର। ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ୍‌ ଆଗରେ ବସିଲୁ। ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ? ଯେବେ ଜମ୍ମୁ- କଶ୍ମୀର ଏସ୍‌ଟିଏସ୍‌ସି/ଓବିସି ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କଲେ, ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ କି ବୋଲି ସାହୁ ପ୍ରଶ୍ନ କରିଥିଲେ।
ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବିରୋଧୀ ସଦସ୍ୟମାନେ ଗୃହ ଭିତରେ ଦୁଃଶାସନ ଓ ଦୁର୍ଯ୍ୟୋଧନ ଭଳି ହେଉଛନ୍ତି। ବାଚସ୍ପତିଙ୍କୁ ଗୃହ ଚଳାଇବାକୁ ଦେଉନାହାନ୍ତି। ଏହାଦ୍ୱାରା ଅନ୍ୟ ସଦସ୍ୟମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉତ୍‌ଥାପନ କରିପାରୁନାହାନ୍ତି। ବିରୋଧୀମାନେ ବିରୋଧ କରିବାକୁ ମନା ନାହିଁ, ହେଲେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସୀମା ଟପିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri