୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯) ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଜେଲରେ ଥିବା ହତ୍ୟା ଅଭିଯୁକ୍ତ ବାପା ଓ ଜେଜେମା’ଙ୍କୁ ରିମାଣ୍ଡରେ ନେଇ ତଦନ୍ତ ହେଉଛି। ତେବେ ବୁଧବାର କ୍ରାଇମବ୍ରାଞ୍ଚ କରୁଛି ସିନ ରିକ୍ରିଏସନ । ୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛି ହତ୍ୟାକାରି ବାପା। ଘଟଣାରେ ଅନ୍ୟ କିଏ ସଂପୃକ୍ତ ଅଛନ୍ତି ତାର କାରଣ ବି କ୍ରାଇମବ୍ରାଞ୍ଚ ଖୋଜୁଛି । ମଙ୍ଗଳବାର ୨ ହତ୍ୟା ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇ ପଚରାଉଚୁରା କରିଥିଲା ଏନେଇ
ଫତେଗଡ଼ ଥାନା ଆଇଆଇସି ପଞ୍ଚାନନ ପରିଡ଼ାଙ୍କୁ ପଚାରିବାରୁ କ୍ରାଇମବ୍ରାଞ୍ଚ ୭ରୁ ୮ଦିନ ହେବ ତଦନ୍ତ କରୁଥିବା ସୀକାର କରିଛନ୍ତି। ଅନ୍ୟପକ୍ଷେ ହତ୍ୟା ଅଭିଯୁକ୍ତ ରିମାଣ୍ଡରେ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ଧାନଚାଙ୍ଗଡା ଗାଁର ପ୍ରକାଶ ମହାନ୍ତ ୧୬ ବର୍ଷ ତଳେ କୁମା ମହାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଆକାଶ ଓ ବିକାଶ ନାମରେ ଦୁଇଟି ପୁଅ ଥଲେ। ସାଢ଼େ ୨ ବର୍ଷ ତଳେ ଜୁମାଙ୍କ ମୃତ୍ୟୁ ପରେ ପ୍ରକାଶ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ଆସୁଥିଲେ । ବଡପୁଅ ବାପାଙ୍କ ୨ୟ ବିବାହକୁ ବିରୋଧ କରୁଥିଲେ। ଗତ ୯ ତାରିଖରେ ଭୁବନେଶ୍ୱରରୁ ଏକ ବିବାହ ପ୍ରସ୍ତାବ ଆସିଥିଲା। ପ୍ରକାଶ ଓ ତାଙ୍କ ମା’ ବିବାହକୁ ଶୀଘ୍ର କରିବାକୁ ଚେଷ୍ଟା କରୁଥିଲେ। ବାପାଙ୍କର ବିବାହକୁ ବଡପୁଅ ଆକାଶ ବିରୋଧ କରିବାରୁ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ରାତିରେ ଶୋଇଥିବାବେଳେ ବାପା ଓ ଜେଜେମା’ ମିଶି ଗାମୁଛା ଭିଡି
ଦୁଇ ଭାଇଙ୍କୁ ଯୋଜନା ମୁତାବକ ହତ୍ୟା କରିଥିଲେ। ଏହାପରେ ଦୁଇ ଭାଇଙ୍କ ମୃତଦେହକୁ ଛାତରେ ଏକ ବାଉଁଶରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ମୃତ ୨ ନାବାଳକଙ୍କ ମାମୁ ଲକ୍ଷ୍ମଣ ନାୟକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୬୧ (୨୫) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ହତ୍ୟା ପ୍ରମାଣିତ ପରେ ଫଡେଗଡ଼ ଥାନା ପୋଲିସ ନାବାଳିକଙ୍କ ବାପା ପ୍ରକାଶ ମହାନ୍ତି (୪୦) ଓ ଜେଜେମା’ ସଉରୀ ମହାନ୍ତି(୬୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri