Odisha Weather Alert: ଘନ କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିଲେ ମଧ୍ୟ ତାପମାତ୍ରା ଅଧିକ ରହିଛି। ବୁଧବାର ଦିନ ତାପମାତ୍ରା ବୌଦ୍ଧ ଜିଲାରେ ସର୍ବାଧିକ ୩୬.୮ ଡିଗ୍ରୀ ରହିଥିଲାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୫.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ। ସେହିଭଳି ଆସନ୍ତା ୨ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଗୁରୁବାର କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଭଦ୍ରକ, ଗଞ୍ଜାମ ଆଦି ଜିଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ। ତେବେ ଭଦ୍ରକ ଓ ଜଗତ୍‌ସିଂହପୁରର କିଛି ସ୍ଥାନରେ ଏବଂ ଶୁକ୍ରବାର ଜଗତ୍‌ସିଂହପୁର ଓ ଗଞ୍ଜାମ ଜିଲାରେ ଘନ କୁହୁଡ଼ି ହେବ। ଏନେଇ ଏସବୁ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri