ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ ରୋଡ଼ରେ ଅଣ୍ଟାଏ ଉପରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଯିବା ଆସିବା ପାଇଁ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଯାତ୍ରୀ ଓ ପଥଚାରି । ଅଣ୍ଟାଏ ପାଣି ଭିତରେ ଗାଡ଼ି ଚାଳକମାନେ ଗାଡ଼ି ନେଇ ଯାଉଥିବା ଦେଖାଯାଇଛି । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଇଛି ଛତ୍ରପୁର ସହର ।
Dharitri – Odisha’s No.1 Odia Daily

