ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ହରିହର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର -୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ରବିବାର ସୋର ଅନନ୍ତପୁର ଥାନା ଅନ୍ତର୍ଗତ ସୋଲଗାଁ ଦୟାନିଧିପୁର, ଗୁଡ଼ ଏବଂ ବାଲିଚଂଦାଘାତ ଛକ ନିକଟରେ ଚଢ଼ାଉ କରାଯାଇଛି । ୪୦୫ ଲିଟର ଜିଞ୍ଜର ଓ ୩୦ ଲିଟର ଦେଶୀ ରନ୍ଧା ମଦ ସହ ୬ଟି ବାଇକ ଜବତ ହୋଇଛି । ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଆଢୁଆଁ ଗ୍ରାମର କପିଳ ମଲ୍ଲିକ, ଶ୍ରୀହରି ଦାସ , ସୁଶାନ୍ତ ମଲ୍ଲିକ, ରାଜେଶ ମଲ୍ଲିକ, ଜୁଳୁକା ମଲ୍ଲିକ ଓ ବାଲିଛନ୍ଦା ଘାଟର ନିରାକାର ମଲ୍ଲିକ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିଲେ ।

ଜବତ ହୋଇଥିବା ଜିଞ୍ଜର ଓ ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫0 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଲମ୍ବୋଦର ମହାନ୍ତ ଓ କନେଷ୍ଟବଳ ସୁନାରାମ ସୋରେନ, ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା, ନହ।ନ ମୁର୍ମୁ ଓ ସେକ କଲିମ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ଥାନା ପକ୍ଷରୁ କେଶ ନଂ ୩୦/୨୬-୨୭ ଓ ୪0,୪୧, ୪୨, ୪୩, ୪୪, ୪୫/୨୬-୨୭ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

ଘରେ ଶୋଇଥିଲା ୨ ମାସର ଶିଶୁ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ଖଜୁରିପଡ଼ା, ୩ା୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଟିଟ୍ରାପଙ୍ଗା ପଞ୍ଚାୟତ ତିଲକପଡ଼ା ଗ୍ରାମର ଶୁଭେନ୍ଦୁ ଦିଗାଲଙ୍କ ଘରେ ନିଆଁ ଲାଗି ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି।…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri