ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର                   

ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ ସକାଳ ୬ ଟାରୁ ରାତି ୮ ଯାଏଁ ଘରେ ପକାଇ ରଖାଯାଇଥିଲା।

ସ୍ବାମୀ ପରୁତ୍ୟକ୍ତା ଏସ. ସାକିଲି ନିଃସନ୍ତାନ ଥିବାରୁ ତାଙ୍କ ଭାଇ ଏସ. ଦୂର୍ଯୋଙ୍କ ପୁଅ ଏସ.ବୁଦ୍ଧିଆଙ୍କୁ ପୋଷ୍ୟ ପୁଅ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବିବାଦ କାରଣରୁ ଲାଡ଼ି ଗାଁ ବିଜୟ ପଦ୍ମନାଭପୁର ଗ୍ରାମରେ ରହୁଥିବା ସାନ ଭଉଣୀ ଏସ. ପଦି ରେଡ୍ଡୀ ବଡ଼ ଭଉଣୀ ଏସ. ସାକିଲିଙ୍କୁ ନେଇ ପାଖରେ ରଖିଥିଲେ। ରବିବାର ଭୋର ପ୍ରାୟ ୬ ଟାରେ ଏସ. ସାକିଲି ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ହୃଦଘାତ ରେ ତାଙ୍କ ମୃତ୍ୟୁ ଘଟିଥିଲା।

ସେ ମୃତ୍ୟୁବରଣ କରିବା ପରେ ସାନ ଭଉଣୀ ତାଙ୍କ ମୃତଦେହକୁ ସଂସ୍କାର ନିମନ୍ତେ ବି. ତୁରୁବୁଡି ଗାଁ କୁ ଆଣିଥିଲେ। କିନ୍ତୁ ପୋଷ୍ୟ ପୁଅ ତାଙ୍କୁ ସମ୍ପତ୍ତି ନଦେଲେ ମୃତଦେହ ସଂସ୍କାର କରିବି ନାହିଁ ବୋଲି କହିଥିଲେ।ଏନେଇ ବିବାଦ ଉପୁଜିଥିଲା। ଗ୍ରାମର ଜାତି ଭଦ୍ରଲୋକ ମାନେ ଏଥିରେ ହସ୍ତକ୍ଷେପ କରି ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ।

ଘଟଣା ଦିଗପହଣ୍ଡି ଥାନାରେ ପହଞ୍ଚିଥିଲା। ପୋଲିସ ଟିମ୍ ଗାଁ ରେ ପହଞ୍ଚି ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିବା ପରେ ସରପଞ୍ଚ ଲିଙ୍ଗରାଜ ଦୋରାଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ମୃତକଙ୍କ  ବ୍ୟାଙ୍କ ଜମାଖାତାରେ ଥିବା ୨ ଲକ୍ଷ ୬୦ ହଜାର ଟଙ୍କା ସ୍ଥାୟୀ ଜମା ରାଶି,ତାଙ୍କ ଆଧାର କାର୍ଡ,ଘର ପଟ୍ଟା ପୋଷ୍ୟ ପୁଅ ଏସ.ବୁଦ୍ଧିଆଙ୍କୁ ହସ୍ତାନ୍ତର କରାଯିବା ପରେ ସେ ଗାଁ ଶ୍ମଶାନରେ ତାଙ୍କ ପାଳିତ ମାଆଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri