ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ, ଜ୍ୱାଇଁ କହି ଠକେଇ ଘଟଣା:ହଂସିତା, ଅନିଲଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର,୮ା୧(ସୂର୍ଯ୍ୟକାନ୍ତ ବେହେରା):ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍‌ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍‌ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ହଂସିତା ଏବଂ ଅନିଲଙ୍କ ଘର, କାର୍ଯ୍ୟାଳୟ ସମେତ ୧୨ସ୍ଥାନରେ ଚଢ଼ାଉ କରି ତନାଘନା ଆରମ୍ଭ କରିଛି। ନନ୍ଦନକାନନ ରଘୁନାଥ ବିହାରରେ ଥିବା କର୍ପୋରେଟର ଅଫିସ ବନ୍ଦ ଥିବାରୁ ତାଲା କାଟି ଭିତରେ ପଶିବା ସହ ବହୁ କାଗତପତ୍ର ଜବତ କରିଛି। ସେହିପରି ଅନିଲ ରହୁଥିବା ଫ୍ଲାଟରେ ଡିଜିଟାଲ ଲକ୍‌ ବ୍ୟବସ୍ଥା ଥିବାରୁ ସେଠାରେ ଭିତରକୁ ପ୍ରବେଶ କରି ନ ପାରି ଆୟକର ଟିମ୍‌ ନିରାଶ ହୋଇ ଫେରିଛି। ବିନା ଋଣରେ ହଂସିତା ଦାମୀ କାର୍‌ କିଣିବା ସହ ସେମାନଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ୟ ଆଧାରରେ ଆୟକର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପୋର୍ସେ ଗାଡ଼ି କିଣି ପାର୍ଟନର ଅନିଲ ମହାନ୍ତିଙ୍କୁ ହଂସିତା ଜନ୍ମଦିନ ଉପହାର ଦେଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ ହଂସିତା କଳାହାଣ୍ଡି ନର୍ଲାର ହୋଇଥିବାବେଳେ ମୂଳ ନା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍‌ଜିରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି। ତେବେ ବିଷ୍ଣୁପ୍ରିୟା ହଠାତ କାହିଁକି ବଡ଼ବଡ଼ିଆଙ୍କୁ ଠକିବାକୁ ମନସ୍ଥ କଲେ ପୋଲିସ ରିମାଣ୍ଡରେ ଆଣି ତାହାର ତଥ୍ୟ ଓଗାଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସେହିଭଳି ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ସରକାରୀ କାଗଜାଦିରେ ପରିବର୍ତ୍ତନ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍‌ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri