ସଲମାନଙ୍କୁ ପୁଣି ହତ୍ୟା ଧମକ, ସାହସ ଅଛି ତ ବଞ୍ଚାଅ

ମୁମ୍ବାଇ,୮ା୧୧: ବଲିଉଡ୍‌ ଅଭିନେତା ତଥା ମୋଷ୍ଟ ବ୍ୟାଚଲର ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପୁଣି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ମୁମ୍ବାଇ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏନେଇ ଓ୍ବାର୍ଲି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଛାନ୍‌ଭିନ୍‌ ଚଳାଇଛି।

Image

ଗୁରୁବାର ରାତି ପ୍ରାୟ ୧୨ଟାରେ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏଥିରେ ଲେଖାଯାଇଛି ଯେ, ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇ ଉପରେ ଏକ ଗୀତ ଲେଖାଯାଇଛି, ଏହାକୁ ଛଡ଼ାଯିବ ନାହିଁ।

ଏହି ମେସେଜରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଏକ ମାସ ମଧ୍ୟରେ ଗୀତ ଲେଖକଙ୍କୁ ହତ୍ୟା କରାଯିବ, ଗୀତ ଲେଖକଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାଁରେ ବି ଗୀତ ଲେଖି ପାରିବେ ନାହିଁ। ଯଦି ସଲମାନ ଖାନଙ୍କର ସାହସ ଅଛି ତେବେ ସେ ତାଙ୍କୁ ଆସି ବଞ୍ଚାନ୍ତୁ। ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Salman Khan's friend reveals actor drove on Mumbai footpath, 'was caught by cop who did not recognise him' | Today News

ଏହାପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ରାଜସ୍ଥାନର ଜଣେ ବ୍ୟକ୍ତି ବୁଧବାର ଧରାଯାଇ ମହାରାଷ୍ଟ୍ର ପୋଲିସକୁ ହସ୍ତାନ୍ତର କରିଥିଲେ। ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କୁ ଭିକା ରାମ (୩୨)। ଯିଏକି ବିକ୍ରମ ନାମରେ ମଧ୍ୟ ଜଣାଶୁଣା ଏବଂ ସେ ରାଜସ୍ଥାନର ଜାଲୋରର ବାସିନ୍ଦା।

ହାଭେରୀ ପୋଲିସ ଅଧୀକ୍ଷକ ଅଂଶୁ କୁମାର କହିଛନ୍ତି, ମହାରାଷ୍ଟ୍ର ଏଟିଏସ (ଆତଙ୍କବାଦୀ ବିରୋଧୀ ସ୍କ୍ବାଡ୍‌) ରୁ ମିଳିଥିବା ସୂଚନାକୁ ଆଧାର କରି ହାଭେରୀ ସହରରେ ଜଣେ ବ୍ୟକ୍ତି ଧରାପଡିଥିଲେ ଏବଂ ତାଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri