Posted inଖେଳ

କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍‌

ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ ସେମାନେ ସିରିଜକୁ ୨-୧ରେ ଜିିତିଥିଲେ। ତେବେ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ଜବରଦସ୍ତ ଥିଲେ ହେଁ ଏଥିରେ ଏଭଳି କିଛି ଘଟିଥିଲା ଯାହା ଅଧିନାୟକ ଭାବେ ଶାଇ ହୋପଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠାଇଛି। କାରଣ ଦ୍ରୁତ ବୋଲର୍‌ ଅଲଜାରି ଜୋସେଫ ମେଡେନ୍‌ ଓଭର ପକାଇବା ପରେ ରାଗରେ ମଇଦାନ ଛାଡ଼ି ପଳାଇଥିବା ନଜର ଆସିଛନ୍ତି।
ପ୍ରଥମ ଇନିଂସର ଚତୁର୍ଥ ଓଭରରେ ଏହି ଘଟଣା ଘଟିଥିଲା। ଜୋସେଫ ଜୋର୍ଡାନ କକ୍ସଙ୍କୁ ବୋଲିଂ କରୁଥିଲେ। ଓଭରର ପ୍ରଥମ ବଲ୍‌ ପରେ ଜୋସେଫ ଫିଲ୍ଡିଂକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିଲେ। ଫଲୋ ଥ୍ରୁ ପରେ ସେ ହାତ ହଲାଇ କିଛି କହୁଥିବା ନଜର ଆସିଥିଲେ। ଓଭରର ଚତୁର୍ଥ ବଲ୍‌ରେ ସେ କକ୍ସଙ୍କୁ ଆଉଟ୍‌ କରିବାକୁ ନେଇ ବଲ୍‌ ପକାଇଥିଲେ। ଏହା ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ ଶାଇ ହୋପ୍‌ଙ୍କ ହାତକୁ ଚାଲି ଯାଇଥିଲା।
ଏହାପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ବଲ୍‌କୁ ଅଟକାଇ ପରବର୍ତ୍ତୀ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ ହେବା ପରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଅସନ୍ତୁଷ୍ଟ ଥିବାରୁ ପଡ଼ିଆରେ ଅଧିନାୟକଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଜୋସେଫ ବିନା ରନ୍‌ ଦେଇ ଓଭର ସମାପ୍ତ କରିବା ପରେ ରାଗି ଯାଇ ମଇଦାନରୁ ଚାଲିଆସିଥିଲେ। ସେ ୫ମ ଓଭର ଶେଷ ହେବା ପରେ ମଇଦାନକୁ ଫେରିଥିଲେ ହେଲେ ତାଙ୍କୁ ବୋଲିଂରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋମାରିଓ ଶେଫଙ୍କୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri