ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ନିଆଁରେ ଘିଅ ଢାଳିଲେ ସମ୍ବିତ, କହିଲେ ବିପର୍ଯ୍ୟୟବେଳେ…

ଭୁବନେଶ୍ୱର,୧୨ା୧୦: ପ୍ରକାଶ ବେହେରା ବିଜେଡି ଛାଡ଼ିବା ପରେ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି।

ସମ୍ବିତ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନ ଥିଲେ। ସେ କଂଗ୍ରେସରୁ ଭାଜପା ପରେ ବିଜେଡିକୁ ଆସିଥିଲେ। ତାଙ୍କୁ ଦଳ କଟକ-ବାରବାଟୀରୁ ପ୍ରାର୍ଥୀ କରିଥିଲା। ସେତେବେଳେ ଆମର କିଛି ଭୁଲ୍‌ ଲୋକ, ଭୁଲ୍‌ ନିଷ୍ପତ୍ତି ନେଇଥିଲେ। ସେତେବେଳର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ୱ ସେଭଳି ନିଷ୍ପତ୍ତି ନେଇଥିବେ। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ ଓ ଆମ ଆଖିକୁ ଠିକ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି ବୋଲି ସମ୍ବିତ କହିଛନ୍ତି। ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ସମ୍ବିତଙ୍କ କଥାର କଡ଼ା ଜବାବ ଦେଇଛନ୍ତି ପ୍ରକାଶ। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ। ସମ୍ବିତ ଏଭଳି ବାଚାଳାମୀ ନ କରି ତାଙ୍କ ହାଇକମାଣ୍ଡଙ୍କୁ ପଚାରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରକାଶ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁରରୁ ଜିତିଥିଲେ।

ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲେପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ପ୍ରକାଶ ତାଙ୍କର ଚିଠିରେ ଲେଖିଛନ୍ତି, ‘ବହୁ ଚିନ୍ତା ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଛି ଓ ଆପଣଙ୍କ ନେତୃତ୍ୱକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ନାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ୱ ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି।

ବାରବାଟୀ- କଟକ ଜନତା ଅତି ସ୍ଵଳ୍ପ ସମୟ ମଧ୍ୟରେ ରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ । କଟକର ଜନସାଧାରଣ ଓ କର୍ମ କର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକ‌ତା ଯେତେବେଳେ ଅନୁଭବ କରିବେ ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବାରେ ଅବହେଳା କରି ବି ନାହିଁ ।

ଟାଙ୍ଗୀ ସାଲେପୁରର ଗୁରୁଜନ, ଭଉଣୀଭାଇ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡି ହୋଇ ରହିଛନ୍ତି ଓ ମୁଁ ସଦା ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି । ସେମାନଙ୍କ ସହ ସର୍ବଦ ର୍ବଦା ମୁଁ ଯୋଡି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ଭବ୍ୟରେ କେବେବି ଅବହେଳା କରି ନାହିଁ । ସାରାଜୀବନ ସେମାନଙ୍କ ଋଣ ଶୁଝି ବାକୁ ବାକୁ ଚେଷ୍ଟା କରିବି।

ବହୁ ଆଲୋଚନା ଓ ବିଚାର ବିମର୍ଷ ପରେ ନିସ୍ୱାର୍ଥପର ଭାବରେ ଟାଙ୍ଗୀ–ସାଲେପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ମୋର ଗୁରୁ ଜନ, ବନ୍ଧୁ, ଶୁଭେଛୁ, ଭଉଣୀ-ଭାଇ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବି ବୋଲି ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri