ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ନେଇ ହେଉଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଚାକିରି ଆଶାୟୀମାନେ ପରୀକ୍ଷା ବାତିଲ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ନିଷ୍ପତ୍ତି ବିଳମ୍ବିତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିସ୍ଥିତିରେ ପରୀକ୍ଷା ଅନିୟମିତା ଅଭିଯୋଗ ନେଇ ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ରାଜସ୍ବ ବିଭାଗକୁ ପରୀକ୍ଷାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିବା ସହ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ପରୀକ୍ଷା ସବୁବେଳେ ତ୍ରୁଟିଶୂନ୍ୟ ହେବା କଥା। ଉଚିତ ସ୍ଥାନରେ ପରୀକ୍ଷା ହେଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି। ଆର୍‌ଆଇ ଓ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେନାହିଁ। ଏହି ପରୀକ୍ଷା ଓଏସ୍‌ଏସ୍‌ଏସି ଦ୍ବାରା ପରିଚାଳିତ ହୋଇଥାଏ। ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାଫ୍‌ସିଲେକ୍ସନ ବୋର୍ଡ ଆଉଟ୍‌ସୋର୍ସିଂ କରିଥିବା ଖବର ଆସୁଛି। ସେହି କମ୍ପାନିର କ୍ରେଡିବିଲିଟିକୁ ନେଇ ବି ପ୍ରଶ୍ନ ଉଠିଛି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଯେଉଁ ଅଭିଯୋଗ ହସ୍ତଗତ ହୋଇଛି, ମୋତେ ଲାଗୁଛି, ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହେଁ। ସରକାର ଏ ଦିଗରେ ଅନୁଧ୍ୟାନ କରିବେ ଏବଂ ବ୍ଲାକ୍‌ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି, ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ, ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ। ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଗତ ୩ ତାରିଖରେ ଚାକିରି ଆଶାୟୀମାନେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବାବେଳେ କଟକରେ ଷ୍ଟୁଡେଣ୍ଟସ୍‌ ଏଗ୍‌ନେଷ୍ଟ କରପ୍‌ଶନ ଜିଲାପାଳଙ୍କ ଅଫିସ ଘେରାଇ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଶନିବାର ଏହି ଛାତ୍ର ସଙ୍ଗଠନ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛି। ସଙ୍ଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର ଖବରଦାତା ସମ୍ମିଳନୀରେ କହିଛନ୍ତି, ରବିବାର ସା ୬ଟା ସୁଦ୍ଧା ସରକାର ପରୀକ୍ଷା ବାତିଲ କରିବା ସହ ଦାବି ପୂରଣ ନ କଲେ ୭ ତାରିଖ ସୋମବାର ସକାଳ ୯ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ହେବ। ଓଡ଼ିଶାର ପ୍ରତ୍ୟେକ ଘରୁ ଜଣେ ଜଣେ ମେଧାବୀ ବାହାରି ଏଥିରେ ସାମିଲ ହେବେ। ଓଏସ୍‌ଏସ୍‌ଏସିର ଆର୍‌ଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ସଂଗଠନ ପକ୍ଷରୁ ଦୃଢ ବିରୋଧ କରାଯାଉଛି। ପରୀକ୍ଷା ବାତିଲ, ପୁନର୍ବାର ସ୍ବଚ୍ଛତାର ସହିତ ପରୀକ୍ଷା ଓ ଦୁର୍ନୀତି ପଛରେ ଥିବା ଦଲାଲ ଓ ବଡ଼ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ଚାଲିଛି। ସିଫି ଭଳି କଳା ତାଲିକାଭୁକ୍ତ ସଂସ୍ଥାକୁ କିପରି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଗଲା ଓ ସିଫି କିଭଳି ଅଯୋଗ୍ୟ ସେଣ୍ଟରମାନ ଚୟନ କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ପ୍ରଶ୍ନପତ୍ର ପ୍ରଘଟ ପରେ ମଧ୍ୟ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା କରିବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସବୁକୁ ପ୍ରସଙ୍ଗ କରି ରାଜ୍ୟର ବିଭିନ୍ନ ଜିଲାରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ପରେ ମଧ୍ୟ ସରକାର ନିରବ। ତେଣୁ ଏବେ ସରକାରଙ୍କୁ ଚରମବାଣୀ ଦେଉଛୁ ବୋଲି ଆବାହକ ମହାପାତ୍ର କହିଛନ୍ତି। ସମ୍ମିଳନୀରେ ସଙ୍ଗଠନର ସଦସ୍ୟ ସୁନୀଲ କୁମାର ମିଶ୍ର, ତୋଫାନ ପରିଡା, ପରମେଶ୍ୱର ବଳ ଓ ରାହୁଲ କୁମାର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri