ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ କରିଥିବା ବେଳେ ଏହାକୁ ସରପଞ୍ଚ ସଂଘ ସମର୍ଥନ କରୁଥିବା ନେଇ ସାମାଜିକ ଗଣମାଧ୍ୟମ ଓ ପୋଷ୍ଟରରେ ପ୍ରଚାର କରାଯାଇଥିଲା। ଏହାକୁ ବ୍ଲକ୍‌ର ୧୯ଜଣ ସରପଞ୍ଚ ବିରୋଧ କରି ଜିଲାପାଳଙ୍କୁ ସାକ୍ଷାତ କରି ତୀବ୍ର ନିନ୍ଦା କରିବା ସହ ବ୍ଲକ କାର୍ଯ୍ୟକ୍ରମ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାହତ ଘଟୁଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମଗ୍ର କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୧୯ ସରପଞ୍ଚ ଜିଲପାଳଙ୍କୁୁ ଭେଟି ଅଞ୍ଜୁ କୁମାରଙ୍କ ଆନ୍ଦୋଳନକୁ ସେମାନଙ୍କର ଆଦୌ ସମର୍ଥନ ନ ଥିବା କିମ୍ବା ତାଙ୍କର କୌଣସି ମତାମତ ନିଆଯାଇ ନ ଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି। ଏହି ଆନ୍ଦୋଳନ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ବ ଓ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି। ବ୍ଲକ ପ୍ରଶାସନକୁ ଅଯଥାରେ ଅପମାନ ଏବଂ ହଇରାଣ ହରକତ କରାଯାଉଥିବା ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ପଟେ ଜିଲା ପ୍ରଶାସନ ପକ୍ଷରୁ ପ୍ରତିନିଧି ଆସି ସରପଞ୍ଚ ଅଞ୍ଜୁ କୁମାରଙ୍କ ସହ ଆଲୋଚନା କରି ତାଙ୍କ ଅଭିଯୋଗର ତଦନ୍ତ ହେବ ବୋଲି କହିବା ପରେ ସେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ତେବେ ଏହି ଘଟଣାରେ ସରପଞ୍ଚ ସଂଘ ଦୁଇଫାଳ ହୋଇଥିବା ଆଲୋଚନା ହେଉଛି। ପୂର୍ବରୁ ସମିତିସଭ୍ୟମାନେ ମଧ୍ୟ ଦୁଇଫାଳ ହୋଇ ଏହି ଆନ୍ଦୋଳନକୁ ବିରୋଧ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri