ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବୁକ୍‌କୁ ଟାମ୍ପରିଂ କରି ବ୍ୟାପକ ଅନିୟମିତତା କରିଥିବା ଜଣାପଡ଼ିଛି। ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ପ୍ରତିଶତ ପୌର ପରିଷଦରେ ଜମା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀମାନେ ଅନେକ ରସିଦ୍‌ ବୁକ୍‌ ପୌର ପରିଷଦରେ ଜମା ମଧ୍ୟ ଦେଇ ନାହାନ୍ତି। ପୌରାଧ୍ୟକ୍ଷା କଳ୍ପନା ମାଝି ଏହା ଜାଣିବା ପରେ ୫ଜଣିଆ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ମିଳିବା ପରେ ପୌରାଧ୍ୟକ୍ଷା ମାଝି ଏହି କେଳେଙ୍କାରୀ ବିରୋଧରେ ବିହିତ କାର୍ଯାନୁଷ୍ଠାନ ନେବା ପାଇଁ ବୁଧବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ସେହିପରି ଅନିୟମିତତାରେ ସମ୍ପୃକ୍ତ କର୍ମଚାରୀ ଏକ୍ସପର୍ଟ ଇନ୍ସପେକ୍ଟରଙ୍କ ଚ୍ୟାମ୍ବରରେ ପୌରାଧ୍ୟକ୍ଷା ମାଝି ଏବଂ ଅନ୍ୟ କାଉନସିଲରମାନେ ବୁଧବାର ତାଲା ମାରି ଦେଇଛନ୍ତି। ତାଲା ମାରିବା ପରେ ଚାବିକୁ ପୌର ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କୁ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ପୌର ପରିଷଦ ଅଞ୍ଚଳରେ ରହିଥିବା ଘର, ଦୋକାନ, ମଲ୍‌ ଆଦିରୁ ପ୍ରତିମାସ ୟୁଜର୍ସ ଫି ସଂଗ୍ରହ କରାଯାଇଥାଏ। ଏଥିପାଇଁ ପୌର ପରିଷଦ ପକ୍ଷରୁ କେତେଜଣ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କେତେକ କର୍ମଚାରୀ ତାହା ସଂଗ୍ରହ କରୁଥିବାବେଳେ ସଂଗୃହୀତ ରାଶି ଏବଂ ୟୁଜର୍ସ ଫି ପାଇଁ ଉଦ୍ଦିଷ୍ଟ ରସିଦ ବୁକ୍‌ ଅନ୍ୟ କେତେକ କର୍ମଚାରୀଙ୍କ ପାଖରେ ରହିଥାଏ। ତେବେ ୟୁଜର୍ସ ଫି ଦେଉଥିବା ଦୋକାନୀ ତଥା ଲୋକେ ଠିକ୍‌ ଭାବେ ପ୍ରଦାନ କରୁଥିବାବେଳେ ସମ୍ପୃକ୍ତ କେତେଜଣ କର୍ମଚାରୀ ଉଦ୍ଦିଷ୍ଟ ରସିଦକୁ ଚତୁରତାର ସହିତ ଟାମ୍ପରିଂ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ କରିବା ଭଳି ତଥ୍ୟ ପଦାକୁ ଆସିଛି। ଦୃଷ୍ଟାନ୍ତ ସ୍ବରୂପ ୟୁଜର୍ସ ଫି ରସିଦ ବୁକ୍‌-୨୩, ରସିଦ କ୍ରମାଙ୍କ-୧୭ରେ ଗତ ୨୦୨୩ ଜୁନ ୯ତାରିଖ ୨ହଜାର ଟଙ୍କା ୟୁଜର୍ସ ଫି ଅସୁଲି ହୋଇଛି। ୟୁଜର୍ସ ଫି ଦେଇଥିବା ଲୋକଙ୍କୁ ସେହି ପରିମାଣର ଠିକ୍‌ ରସିଦ ମଧ୍ୟ ଦିଆଯାଇଛି। କିନ୍ତୁ ପୌର ପରିଷଦରେ ଜମା ହୋଇଥିବା ୟୁଜର୍ସ ଫି ଖାତାର ସେହି ରସିଦ୍‌ କପିରେ ତାକୁ ୨ଶହ ଟଙ୍କା ଭାବେ ଉଲ୍ଳେଖ କରାଯାଇଛି। ଅର୍ଥାତ୍‌ ୨୦୦୦ ଟଙ୍କାରୁ ଗୋଟିଏ ଶୂନକୁ ଚତୁରତାର ସହିତ ନିଭାଇ ଦିଆଯାଇଛି।
କେବଳ ସେହି ଗୋଟିଏ ରସିଦ୍‌ ନୁହେଁ। ତଦନ୍ତ ପରେ ଅନେକ ରସିଦରେ ଏଭଳି ହୋଇଥିବା ଏବଂ ବହୁତ ରସିଦ ବୁକ୍‌ର ଥଳକୁଳ ମିଳୁ ନ ଥିବା ଜଣାପଡ଼ିଛି। ତଦନ୍ତ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ୭୮ ରସିଦ ବୁକ୍‌ ମଧ୍ୟରୁ ସମ୍ପୃକ୍ତ କର୍ମଚାରୀମାନେ ଏପର୍ଯ୍ୟନ୍ତ ୧୦ଟି ରସିଦ୍‌ ବୁକ୍‌ ତଦନ୍ତ କମିଟି ପାଖରେ ଜମା କରିନାହାନ୍ତି। ଅନ୍ୟପଟେ ୧୮ଟି ରସିଦ୍‌ ବୁକ୍‌ ଠିକ୍‌ଥିବାବେଳେ ବାକି ୫୦ଟି ରସିଦ୍‌ ବୁକ୍‌ରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରୁ ୟୁଜର୍ସ ଫି ଅସୁଲିରେ ସମ୍ପୃକ୍ତ କର୍ମଚାରୀମାନେ କେତେ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବେ, ତାହା ସହଜରେ ଅନୁମେୟ। ତେବେ ଏ ଦିଗରେ ପ୍ରଶାସନ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କିଭଳି କାର୍ଯାନୁଷ୍ଠାନ ନେଉଛି, ତାହା ଆଗାମୀ ଦିନ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri