ରାଜ୍ୟରେ କାର୍ଯ୍ୟକାରୀ ହେବ ପେସା ଆଇନ, ସଶକ୍ତ ହେବ ଗ୍ରାମସଭା : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର,୩।୯: ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡ଼ା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ସେ ବାବଦରେ ତର୍ଜମା କରାଯାଉଛି। କାମ କରିଥିବା ସଂସ୍ଥାକୁ ପାଉଣା ନିଶ୍ଚିତ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଆମ ସରକାରରେ ସେମାନଙ୍କୁ ଆହୁରି କ୍ଷମତା ମିଳିବ। ୫୧୧ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିଲେ ଗତ ୫ ବର୍ଷରେ ରାଜ୍ୟରେ ଥିବା ବିଭିନ୍ନ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ କେତେ ଟଙ୍କା ଦିଆଯାଇଛି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଓ କେନ୍ଦ୍ର ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ପ୍ରଦାନ କରାଯାଇଥାଏ। ବିକାଶମୂଳକ କାମ ପାଇଁ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ଅଧୀନରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୭୦.୫୯ କୋଟି ଟଙ୍କା ଏବଂ ୨୦୨୦-୨୧ରୁ ୨୦୨୩-୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଇଁ ୫୪୯.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର ଅର୍ଥ କମିଶନ ଅଧୀନରେ ୨୦୧୯-୨୦ରେ ୨୩୮୯.୫୪ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୦୨୦-୨୧ରେ ୧୫୮୦.୬୦ କୋଟି, ୨୦୨୧-୨୨ରେ ୧୧୬୮.୩୦, ୨୦୨୨-୨୩ରେ ୧୨୦୯.୬୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧୨୨୨.୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତଗୁଡିକୁ ଅନୁଦାନ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ପୁଟିନଙ୍କ ଗସ୍ତରୁ ଭାରତକୁ ମିଳିଲା ବଡ଼ ଲାଭ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଶୁକ୍ରବାର (ଡିସେମ୍ବର ୫, ୨୦୨୫) ମସ୍କୋ ଅଭିମୁଖେ ଯାତ୍ରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri