Posted inଜାତୀୟ

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅଞ୍ଚଳବାସୀଙ୍କୁ ଏକ ଗୋପନୀୟ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଯାଇନାହିଁ, ଯାହା ସମ୍ପୃକ୍ତ ଭୂଖଣ୍ଡର ରାଜନୈତିକ ରୂପରେଖ ଓ ଶାସନକୁ ନିର୍ଦ୍ଧାରିତ କରିଆସିଛି।
ପିଓକେ ଏବଂ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନର ନିର୍ବାସିତ ନେତାଙ୍କ କହିବା ହେଲା, ଇସ୍‌ଲାମାବାଦ ସେମାନଙ୍କ ସହ ବିଶ୍ୱାସଘାତ କରିଆସିଛି। କାରଣ ୧୯୪୯ ଏପ୍ରିଲ ୨୮ରେ ଇସ୍‌ଲାମାବାଦ ସହ ଏହି ଅଞ୍ଚଳର ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। ଗୋପନୀୟ ଭାବେ ହୋଇଥିବା ଏହି ଚୁକ୍ତିରେ ପିଓକେର ପ୍ରତିଷ୍ଠାତା ରାଷ୍ଟ୍ରପତି ସର୍ଦ୍ଦାର ଇବ୍ରାହିମ୍‌ ଖାନ୍‌, ଜମ୍ମୁ-କଶ୍ମୀର ମୁସ୍‌ଲିମ୍‌ ଲିଗ୍‌ କନ୍‌ଫରେନ୍ସ ମୁଖ୍ୟ ଚୌଧରୀ ଗୁଲାମ ଅବ୍ବାସ ଓ ପାକିସ୍ତାନ ସରକାରଙ୍କ ପ୍ରମୁଖ ପ୍ରତିନିଧି ମୁସ୍ତାକ୍‌ ଗୁର୍ମାନିଙ୍କ ଜାଲ୍‌ ଦସ୍ତଖତ କରାଯାଇଥିଲା। ଏହାକୁ ଭିତ୍ତିକରି ପାକିସ୍ତାନ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନକୁ ଜବରଦଖଲ କରିବାରେ ସକ୍ଷମ ହୋଇଥିଲା। ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନର ପ୍ରମୁଖ ରାଜନୈତିକ ଦଳ ୟୁନାଇଟେଡ୍‌ କଶ୍ମୀର ପିପୁଲ୍ସ ନ୍ୟାଶନାଲ ପାର୍ଟି (ୟୁକେପିଏନ୍‌ପି) ମୁଖପାତ୍ର ତଥା ନିର୍ବାସିତ ନେତା ନାସିର ଅଜିଜ୍‌ ଖାନ୍‌ ଏହା ପ୍ରଘଟ କରିଛନ୍ତି। ନାସିରଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ଖୋଜୁଥିବାରୁ ଅନେକ ବର୍ଷ ହେଲା ସେ ଓ ତାଙ୍କ ଦଳର ମୁଖ୍ୟ ଶୌକତ କଶ୍ମୀରୀ ସୁଇଜରଲାଣ୍ଡ ରାଜଧାନୀ ବର୍ନରେ ରହୁଛନ୍ତି। ନାସିର କହିଛନ୍ତି, ପିଓକେର ଏକ ବଡ଼ ଅଂଶ ବାଲ୍‌ତିସ୍ତାନରେ ସ୍ଥିତି ଅତ୍ୟନ୍ତ ଦୟନୀୟ ଅଛି। ସୁନାଖଣି ସମେତ ପ୍ରାକୃତିକ ସମ୍ପଦଗୁଡ଼ିକୁ ଇସ୍‌ଲାମାବାଦ ସହାୟତାରେ ଚାଇନା କମ୍ପାନୀଗୁଡ଼ିକ ଲୁଟିବାରେ ଲାଗିଛନ୍ତି। ଏହି ଲୁଣ୍ଠନ ବିରୋଧରେ ସ୍ବର ଉତ୍ତୋଳନ କଲେ ଆଇଏସ୍‌ଆଇ ସେଠାକାର ଅଧିବାସୀଙ୍କୁ ଅପହରଣ କରି ନିର୍ଯାତନା ଦେଉଛି। ଆତଙ୍କବାଦ ନିରୋଧୀ ଆଇନ ବଳରେ ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଉନାହିଁ। ଏକଦା ଚନ୍ଦ୍ର ଦେଖାଇବାର ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ସେମାନଙ୍କୁ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚତ୍ତ କରୁଛି ବୋଲି ଏକ ନ୍ୟୁଜ୍‌ ଏଜେନ୍ସିକୁ ଫୋନ୍‌ରେ ସାକ୍ଷାତ୍‌କାର ଦେଇ ନାସିର କହିଛନ୍ତି। ପିଓକେର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ୍‌ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ। ପଞ୍ଜାବ ପ୍ରଦେଶର ପୂର୍ବତନ ଗଭର୍ନର ତାସୀରଙ୍କ ବାପା ମହମ୍ମଦ ଦିନ୍‌ ତାସୀର ଜାଲିଆତି କରି ଇବ୍ରାହିମ୍‌ଙ୍କ ଦସ୍ତଖତ ଦେଇଥିବା ୟୁକେପିଏନ୍‌ପି ନେତାମାନଙ୍କୁ ଅବଗତ କରାଇଥିଲେ ବୋଲି ନାସିର କହିଛନ୍ତି। ଉକ୍ତ ଦସ୍ତାବିଜକୁ ପାକିସ୍ତାନ ଅନେକ ବର୍ଷ ଧରି ଲୁଚାଇ ରଖିଥିଲା। ୧୯୯୦ ଦଶକରେ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ପ୍ରସଙ୍ଗରେ ପିଓକେ ହାଇକୋର୍ଟର ରାୟ ସମୟରେ ପ୍ରଥମଥର ପାଇଁ ଚୁକ୍ତିନାମା ସାମ୍ନାକୁ ଆସିଥିଲା।

ଦକ୍ଷିଣ ଏସିଆର ଦରିଦ୍ରତମ ଅଞ୍ଚଳ


୩୨ ବରଫ ଆଚ୍ଛାଦିତ ପର୍ବତ, ଆକାଶକୁ ମୁଣ୍ଡଟେକି ଦଣ୍ଡାୟମାନ ହିମବାହ, ସବୁଜ ଉପତ୍ୟକା ଓ ହ୍ରଦର ଭୂଖଣ୍ଡ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ହେଉଛି ବିଶ୍ୱର ଅନ୍ୟତମ ମନୋରମ ପ୍ରଦେଶ। ସୁନା, ରୁପା ଓ ୟୁରାନିୟମ୍‌ ଭଳି ମୂଲ୍ୟବାନ ଧାତୁରେ ଭରା ଏହି ଅଞ୍ଚଳକୁ ପାକିସ୍ତାନ ୭ ଦଶନ୍ଧି ଧରି ବେଆଇନ ଭାବେ ଦଖଲ କରି ରଖିଛି। ଏକଦା ଆର୍ଥିକ ଦୃଷ୍ଟିରୁ ବେଶ ସ୍ବଚ୍ଛଳ ଥିବା ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ସମଗ୍ର ଦକ୍ଷିଣ ଏସିଆର ଦରିଦ୍ରତମ ଓ ପଛୁଆ ଅଞ୍ଚଳରେ ପରିଣତ ହୋଇଛି ବୋଲି ‘ପାକିସ୍ତାନ ଅଧିକୃତ କଶ୍ମୀର- ରାଜନୀତି, ଦଳ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ଏକ ପୁସ୍ତକରେ ଉଲ୍ଲେଖ କରାଯାଇଛି। ସୁରିନ୍ଦର କୁମାର ଶର୍ମା, ୟାକୁବ୍‌ ଉଲ୍‌ ହାସନ ଓ ଅଶୋକ ବେହୁରିଆ ହେଉଛନ୍ତି ଏହି ପୁସ୍ତକର ରଚୟିତା। ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ହେଉଛି ପିଓକେର ଏକ ଅଂଶ, ଯାହାକି ଜମ୍ମୁ-କଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ। ଗିଲ୍‌ଗିଟ୍‌ ଏହାର ରାଜଧାନୀ ଓ ସ୍କାର୍ଦ୍ଦୁ ସବୁଠୁ ବଡ଼ ସହର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri