Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ
ଆଜି ଲାଭଭାବସ୍ଥ ଚନ୍ଦ୍ର ହେତୁ ଆବଶ୍ୟକତା ପୂରଣ ହେବାରେ କୌଣସି ଅସୁବିଧା ରହିବନାହିଁ। ଦୁର୍ବଳତାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକସେବା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବରୁ ଦୈହିକ ଓ ମାନସିକ ସ୍ତରରେ ଉତ୍ସାହିତ ରହିବେ। ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମ କଲେ ଆଶା ପୂରଣ କରିପାରିବେ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସମସ୍ୟା କିମ୍ବା ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ଶାନ୍ତିଭଙ୍ଗ ହେବାର ସୂଚନା ରହିଛି।
ମିଥୁନ
ମିଥୁନ
ବୁଧ ଧନାଧିପ ଦୃଷ୍ଟିରେ ରହିଥିବାରୁ ଅର୍ଥ ସମ୍ପର୍କିତ ବିବାଦରେ ସମ୍ପର୍କୀୟମାନେ ଶତ୍ରୁତା କରିପାରନ୍ତି। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ଲାଗିରହିପାରେ। ସାମାଜିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା ଅର୍ଥ, ଆଦେଶପତ୍ର ପ୍ରଭୃତିରୁ ଉପକୃତ ହେବେ।
କର୍କଟ
କର୍କଟ
ତୃତୀୟସ୍ଥ କେତୁ ପ୍ରଭାବରେ ମତାନ୍ତରଜନିତ ଆତ୍ମୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ। କର୍ମକ୍ଷେତ୍ରରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବା ସହିତ ବ୍ୟବସାୟରେ ସଫଳତା ହାସଲ କରିବେ। ଆବଶ୍ୟକତା କାରଣରୁ ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିପାରେ।
ସି˚ହ
ସି˚ହ
ଦ୍ୱାଦଶରେ ରବି ଓ ଶୁକ୍ର ରହିଥିବା କାରଣରୁ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡିପାରେ। ପକ୍ଷପାତିତାକୁ କେନ୍ଦ୍ରକରି ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ କ୍ଷେତ୍ରରେ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିପାରନ୍ତି। ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡା ହୋଇପାରେ।
କନ୍ୟା
ରବିକ୍ଷେତ୍ରସ୍ଥ ବୁଧ ହେତୁ କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ବ୍ୟସ୍ତତା ପ୍ରକାଶ କରିବେ। କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ମଧ୍ୟରେ କାମ କରିବାକୁ ବାଧ୍ୟ ହୋଇପାରନ୍ତି। ବନ୍ଧୁମିଳନ, ଆନୁଷ୍ଠାନିକ କାମ, ପରିବହନ ଓ ସଭାସମିତିରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜି ରାଶ୍ୟାଧିପ ଏକାଦଶାଧିପତି ସହିତ ରହିଥିବାରୁ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। କିନ୍ତୁ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ମାଧ୍ୟମରେ ଅଫିସ୍‌ରେ ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। ନିଜ ପରିବେଶର କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ଶନି ଯୁକ୍ତ ଚନ୍ଦ୍ରଜନିତ ଭାବପ୍ରବଣତାରେ ଭାସିଯାଇ ମନ ଉତ୍‌ଫୁଲ୍ଲିତ ରହିବ। ଜମିଜମା କିଣା ବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପରିବାର ଭିତରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ଧନୁ
ଧନୁ
ଚତୁର୍ଥସ୍ଥ ରାହୁ ଯୋଗୁ ଅସାବଧାନତା କାରଣରୁ ଶାରୀରିକ ଆଘାତ ଆଶଙ୍କା ରହିଛି। ପରିବାରରେ ଘଟିଯାଇଥିବା ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିପାରନ୍ତି। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଆର୍ଥିକ ଅଭିବୃଦ୍ଧି ସହିତ ବିଳାସ ଉପକରଣ କ୍ରୟ କରିପାରନ୍ତି।
ମକର
ମକର
ଚନ୍ଦ୍ରଙ୍କ ପ୍ରଭାବରୁ ପରିବାରରେ ଅନୁରାଗ, ବ୍ୟବସାୟରେ ସଫଳତା, ଯାତ୍ରରେ ଆଶା ପୂରଣ ହେତୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହରେ ଚନ୍ଦ୍ର ସହ ଥିବାରୁ ହାତକୁ ନେଇଥିବା କାମଟି ବିଳମ୍ବରେ ସମ୍ପନ୍ନ ହେବ। ରବି ଓ ଶୁକ୍ରଙ୍କ ସଂଯୋଗରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ କିନ୍ତୁ ପରିବହନରେ କ୍ଷତିଗ୍ରସ୍ତ ହେବେ।
ମୀନମୀନ

ରାଶିରେ ରାହୁ ଏବଂ ଭାଗ୍ୟସ୍ଥାନକୁ ଗୁରୁ ଦୃଷ୍ଟି ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ। ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ସବୁଦିନ ସକାଶେ ସ୍ମରଣୀୟ ରହିଯାଇପାରେ । କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବାଦ୍ୱାରା ବହୁମୂଲ୍ୟ ଦେବାକୁ ପଡିପାରେ । ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ ନତୁବା ମତାନ୍ତରର ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri