ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉ ପେନ୍‌ସନ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୮-ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ମାସିକ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦାବି କରିଛି । ଅଣ ସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ଏବେ ସାଧାରଣ ଓ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ସହାୟତା ପ୍ରଦାନ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିବା ଦର୍ଶାଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଅପରପକ୍ଷରେ ଅଣସଂଗଠିତ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ ପ୍ରଦାନରେ କେନ୍ଦ୍ର ସରକାରଙ୍କ ପ୍ରଚାରକୁ ସ୍ବାଗତ କରାଯାଇଛି। ତେବେ ସର୍ତ୍ତ ଓ ନିୟମାବଳୀ କଡ଼ାକଡ଼ି ହୋଇଥିବାରୁ ସାମ୍ମୁଖ୍ୟ ସମାଲୋଚନା କରିଛି । ଏହାକୁ କୋହଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଜିଲାର ନବ ନିର୍ବାଚିତ ଏମ୍‌ପି, ବିଧାୟିକା, ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରବିବାର ବ୍ରହ୍ମପୁରରେ ସ୍ବତନ୍ତ୍ର ସମାବେଶ ଜିଲା ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରବିବାର ବ୍ରହ୍ମପୁରରେ ସ୍ବତନ୍ତ୍ର ସମାବେଶ ଅନୁଷ୍ଠିତ ହୋଇଥିଲା। ପ୍ରକାଶମ୍‌ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ଜିଲା ସଭାପତି ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଉଜ୍ଜ୍ୱଳଚାନ୍ଦ ପାଢ଼ୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ଉପରୋକ୍ତ ପ୍ରସଙ୍ଗ ଉଠାଇଥିଲେ । ସେ ଆହୁରି ସୂଚାଇଥିଲେ, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଶ୍ରମିକ ପରିଚୟ ପତ୍ରରୁ ବଞ୍ଚତ୍ତମାନଙ୍କୁ ସାମ୍ମୁଖ୍ୟ ପକ୍ଷରୁ ଚିହ୍ନଟ କରାଯାଇ କାର୍ଡ ସୁବିଧା ଯୋଗାଇ ଦିଆଯାଇଛି। ଅଣସଂଗଠିତ ଶ୍ରମିକ ତଥା ରିକ୍ସା ଚାଳକ, ଅଟୋ ଚାଳକ, ମୋଚି ଶ୍ରମିକ, ବୁଲା ବିକାଳି, କ୍ଷୁଦ୍ର ଚା, ପାନ ଦୋକାନୀ, ଜଙ୍ଗଲରୁ ବିଭିନ୍ନ ସାମଗ୍ରୀ ଆଣୁଥିବା ଶ୍ରମିକଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ କରାଇ ସେମାନଙ୍କୁ ଲେବର କାର୍ଡ ପ୍ରଦାନ ସହ ସମସ୍ତ ସରକାରୀ ସୁବିଧା ଯୋଗାଇବାର ପଦକ୍ଷେପ ନିଆଯାଇଥିବା ସମ୍ପାଦକ ଦର୍ଶାଇଥିଲେ ।
ଏହି ଅବସରରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖଙ୍କୁ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଉଦ୍‌ବୋଧନ ଦେଇ ଶ୍ରମିକମାନଙ୍କ ସାମୂହିକ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ବିଜେଡି ରାଜ୍ୟ ସମ୍ପାଦକ ଟି. ଗୋପି, ମହିଳା ବିଜେଡି ଜିଲା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଯୁବ ବିଜେଡି ଜିଲା ସଭାପତି ଏନ୍‌. ଧନଞ୍ଜୟ ରାଓଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ଅନେକ ଶ୍ରମିକ ଉପସ୍ଥିତ ଥିଲେ। ସଭାପତି ଶ୍ରୀକାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri