ଡ୍ୟାମ୍‌ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଉଛନ୍ତି ଭଦ୍ରକ ଜିଲା ବରପଦା ପଞ୍ଚୁଗୋଛିଆ ଗ୍ରାମର ସ୍ବର୍ଗତଃ ମଦନ ଦାସଙ୍କ ପୁଅ ଈଶ୍ୱର(୨୩) ଏବଂ ତିହିଡି ଗ୍ରାମର ବାବୁ ନାୟକଙ୍କ ପୁଅ ସୋମହିତ (୨୨)। ଖବର ପାଇ ହାଟଡିହୀ ଅଗ୍ନିଶମ ବିଭାଗ ଏବଂ ସୋସୋ ଥାନା ଅଧିକାରୀ ବିଜୟ ବିହାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୀର୍ଘ ସମୟ ନଦୀ ଭିତରେ ଖୋଜା ଖୋଜି ପରେ ସୋମହିତ ଏବଂ ଈଶ୍ୱରଙ୍କୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୟୁଡ଼ି କେସ୍‌ ନଂ ୧୪/୨୪ ଏବଂ ୧୫/୨୪ରେ ଦୁଇଟି ମାମଲା ରୁଜୁ କରିଛି। ଈଶ୍ୱର ପଞ୍ଜାବ ଏବଂ ସୋମହିତ ଭୁବନେଶ୍ୱର କିଟରେ କମ୍ପ୍ୟୁଟର ସାଇନ୍ସରେ ବିସିଏ ଛାତ୍ର ଅଟନ୍ତି। ଥାନା ଅଧିକାରୀ ବିଜୟ ବିହାରୀଙ୍କ ସୂଚନା ଅନୁସାରେ ତିହିଡ଼ି ଅଞ୍ଚଳର ଆୟୁଷ୍ମାନ ପାଣିଗ୍ରାହୀ, ସୌମ୍ୟରଞ୍ଜନ ସାହୁ, ଅମୀୟ ନାୟକ, ଶୁଭମ ପରିଡ଼ା, ବେଦ ପ୍ରକାଶ ଏବଂ ସୋମହିତ ନାୟକ,ବରପଦାରୁ ଈଶ୍ୱର ଦାସ ସମସ୍ତେ ସାଙ୍ଗ ହୋଇ ହଦଗଡ଼ ଡ୍ୟାମ ବୁଲିବାକୁ ଆସିଥିଲେ। ସୋମହିତ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ନଦୀ ଭିତରକୁ ଖସି ଯାଇଥିଲେ। ସୋମହିତ ବୁଡ଼ି ଯାଉଥିବା ଦେଖି ଈଶ୍ୱର ଉଦ୍ଧାର କରିବାକୁ ଯାଇ ନଦୀ ଭିତରେ ବୁଡ଼ି ଯାଇଥିଲେ। ଉଭୟଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଛି। ଖବର ଦେବା ପରେ ପରିବାର ଲୋକେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri