ଅପେକ୍ଷାରେ ପ୍ରାର୍ଥୀ

Dillip Cherian

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନର ବହୁ ପ୍ରତୀକ୍ଷିତ ସାକ୍ଷାତ୍‌କାରକୁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ସ୍ଥଗିତ ରଖିଛି। ସାକ୍ଷାତ୍‌କାର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ଆସିଥିଲା, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶକ ଖୋଜିବା ଦାୟିତ୍ୱରେ ଥିବା ଏଫ୍‌ଏସ୍‌ଆଇବି ଅବସର ନେବାକୁ ଯାଉଥିବା ଦୀନେଶ ଖାରାଙ୍କ ସ୍ଥାନରେ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନେବାକୁ ସ୍ଥିର କରିଥିଲା। ଖାରା ଅଗଷ୍ଟ ୨୮ରେ ଅବସର ନେବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାରେ ସାଧାରଣତଃ ଏସ୍‌ବିଆଇର କାର୍ଯ୍ୟରତ ପରିଚାଳନା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଏ। ଏଫ୍‌ଏସ୍‌ଆଇବି ଜଣେ ପ୍ରାର୍ଥୀଙ୍କୁ ସୁପାରିସ କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ନିଯୁକ୍ତି କମିଟି (ସିଏଏ) ଜଣେ ପ୍ରାର୍ଥୀଙ୍କୁ ଶେଷରେ ନିଯୁକ୍ତ କରିଥାଏ। ଏବେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସାକ୍ଷାତ୍‌କାରଗୁଡ଼ିକ ସ୍ଥଗିତ ରଖାଯାଇଛି ଏବଂ ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଏହା ପୁନର୍ବାର ଆରମ୍ଭ ହେବା ସମ୍ଭାବନା ରହିଛି। ଏଫ୍‌ଏସ୍‌ଆଇବିର ନେତୃତ୍ୱ ନେଉଛନ୍ତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ପୂର୍ବତନ ସଚିବ ଭାନୁ ପ୍ରତାପ ଶର୍ମା ଏବଂ ଚୟନ କମିଟିରେ ରହିଛନ୍ତି ଆର୍ଥିକ ସେବା ସଚିବ, ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ବିଭାଗ ସଚିବ ଏବଂ ଆର୍‌ବିଆଇ ଡେପୁଟି ଗଭର୍ନର । ଅନ୍ୟ ସଦସ୍ୟମାନେ ହେଉଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ପୂର୍ବତନ ଚେୟାରମ୍ୟାନ ତଥା ଏମ୍‌ଡି ଅନିମେଶ ଚୌହାନ, ଆର୍‌ବିଆଇର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପକ ସିଂଘଲ ଏବଂ ଆଇଏନ୍‌ଜି ବୈଶ୍ୟ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଶୈଳେନ୍ଦ୍ର ଭଣ୍ଡାରୀ। ତେବେ ଏହି ପ୍ରାର୍ଥୀମାନେ ଅପେକ୍ଷାରେ ରହିଛନ୍ତି।
ସଂସଦ ସୁରକ୍ଷାରେ ସିଆଇଏସ୍‌ଏଫ୍‌
ସାଧାରଣ ନିର୍ବାଚନ ସମୟରେ ଦୁଇଟି ସଂସଦ ଭବନକୁ ଜଗିବାରେ ୧୪୦୦ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ବଦଳରେ ୩,୩୦୦ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ କାହିଁକି ରଖାଗଲା? ଏଭଳି ପରିବର୍ତ୍ତନ ଚିନ୍ତାର ବିଷୟ ହୋଇଛି ଏବଂ ସଂସଦ ସୁରକ୍ଷା ସେବା(ପିଏସ୍‌ଏସ୍‌)ର ଭବିଷ୍ୟତକୁ ନେଇ ଅନେକେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସିଆଇଏସ୍‌ଏଫ୍‌କୁ ପ୍ରମୁଖ ସୁରକ୍ଷା କାର୍ଯ୍ୟ ନ୍ୟସ୍ତ କରିବା ନିଷ୍ପତ୍ତିକୁ ନେଇ ପର୍ଯ୍ୟବେକ୍ଷକ ଏବଂ ବାବୁମାନେ ଚକିତ ହୋଇଯାଇଛନ୍ତି। କାରଣ ସିଆଇଏସ୍‌ଏଫ୍‌ର ବିମାନବନ୍ଦର ଏବଂ ମେଟ୍ରୋ ଷ୍ଟେଶନରେ ସର୍ବସାଧାରଣଙ୍କ ପରିଚାଳନାର ଅଭିଜ୍ଞତା ରହିଛି। ସଂସଦର ଅନନ୍ୟ ସୁରକ୍ଷାର ଆବଶ୍ୟକତା ଥିବାବେଳେ ସିଆଇଏସ୍‌ଏଫ୍‌ର ସୀମିତ ଅଭିଜ୍ଞତା ତଥା ପରିଚିତି ଚିନ୍ତା ବଢ଼ାଇଦେଇଛି । ଅନ୍ୟପକ୍ଷରେ ୧୯୫୦ରେ ଭାରତ ଏହାର ସମ୍ବିଧାନକୁ ଗ୍ରହଣ କରିବା ପରଠାରୁ ପିଏସ୍‌ଏସ୍‌ ସଂସଦ ନିରାପତ୍ତାର ମୂଳଦୁଆ ଭାବେ ରହିଆସିଛି। ତେବେ ସମ୍ପ୍ରତି ଏହି ପଦକ୍ଷେପ ସ୍ବାଭାବିକ ଭାବରେ ଅନେକ ପିଏସ୍‌ଏସ୍‌ ଅଧିକାରୀଙ୍କୁ ସେମାନଙ୍କ ଚାକିରି ବିଷୟରେ ଚିନ୍ତାରେ ପକାଇଦେଇଛି । ଗତ ୧୦ବର୍ଷ ମଧ୍ୟରେ କୌଣସି ନୂତନ ନିଯୁକ୍ତି ହୋଇ ନ ଥିବାରୁ ସେମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ପ୍ରଥମେ ସଂସଦ ସଚିବାଳୟ ଦ୍ୱାରା ପିଏସ୍‌ଏସ୍‌ ଅଧିକାରୀମାନେ ନିଯୁକ୍ତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଏହା ଭାରତ ସରକାରଙ୍କ ଅଧୀନରେ ଥିବାବେଳେ ୫୫ବର୍ଷ ବୟସରେ ବାଧ୍ୟତାମୂଳକ ଅବସର ନେବାର ଗୁଜବ ସେମାନଙ୍କୁ ଆହୁରି ଅସନ୍ତୁଷ୍ଟ କରିଛି। ସାଧାରଣତଃ ସାଂସଦ, ଭିଭିଆଇପି ଏବଂ କର୍ମଚାରୀଙ୍କୁ ଚିହ୍ନଟ କରିବାରେ ପିଏସ୍‌ଏସ୍‌ର ବିଶେଷ ଜ୍ଞାନ ଅଛି, ଯାହାଦ୍ୱାରା ଅନଧିକୃତ ପ୍ରବେଶକୁ ରୋକାଯାଇପାରିବ। ତେବେ ସଂସଦର ସୁରକ୍ଷା ସିଆଇଏସ୍‌ଏଫ୍‌ ଗ୍ରହଣ କରୁଥିବାରୁ ଏଭଳି ପାରଦର୍ଶିତାସମ୍ପନ୍ନ କାର୍ଯ୍ୟ ଉପରେ ବିପଦ ଦେଖାଦେଇଛି।
ଉତ୍ତରାଧିକାରୀ ଦୌଡ଼
ଭାରତର ଏବକାର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଚଳିତ ବର୍ଷ ଅଗଷ୍ଟରେ ଅବସର ନେବାର ଅଛି। ଯଦି ଏହା ହୁଏ, ତେବେ ଏହି ଦାୟିତ୍ୱରେ ଦୀର୍ଘତମ ସେବା କରିଥିବା ବ୍ୟକ୍ତି ଭାବରେ ସେ ଇତିହାସ ସୃଷ୍ଟି କରିବେ ଏବଂ ଝାଡ଼ଖଣ୍ଡର କ୍ୟାଡର ୧୯୮୨ ବ୍ୟାଚ୍‌ ଅଧିକାରୀ ଗୌବା ପି.କେ.ସିହ୍ନାଙ୍କୁ ଟପିଯିବେ। ସିହ୍ନା ମାତ୍ର ୪ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ଗୌବାଙ୍କ ଉତ୍ତରାଧିକାରୀ ଦୌଡ଼ରେ ୩ଜଣ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଛନ୍ତି। ସେମାନେ ହେଲେ ଅର୍ଥ ସଚିବ ଟି.ଭି. ସୋମନାଥନ, ଗୁଜରାଟର ମୁଖ୍ୟ ଶାସନ ସଚିବ ରାଜକୁମାର ଏବଂ ଜଳଶକ୍ତି ସଚିବ ବିିନି ମହାଜନ। ପ୍ରତ୍ୟେକଙ୍କର ଏକ ପ୍ରଭାବଶାଳୀ ପୃଷ୍ଠଭୂମି ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ପ୍ରମାଣ ରହିଛି। ତାମିଲନାଡୁ କ୍ୟାଡର ସୋମନାଥନ ବିଶ୍ୱ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ତାଙ୍କର ପ୍ରତିଷ୍ଠା ଏପରି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବ୍ୟାଙ୍କ ନେତୃତ୍ୱଙ୍କ ଅନୁରୋଧ କ୍ରମେ ବିଶ୍ୱ ବ୍ୟାଙ୍କରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ସୋମନାଥନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ଏଜେଣ୍ଡାର ସମର୍ଥକ, ଯାହା ତାଙ୍କ ଦାବିକୁ ଦୃଢ଼ କରେ। ଅନ୍ୟ ଜଣେ ପ୍ରାର୍ଥୀ ରାଜକୁମାର ପ୍ରତିରକ୍ଷା ଉପତ୍ାଦନର ସଚିବ ତଥା ଗୁଜରାଟ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। କୁମାର ସମ୍ବେଦନଶୀଳ ବିଭାଗଗୁଡ଼ିକୁ ସଫଳତାର ସହ ପରିଚାଳନା କରିଛନ୍ତି । ଉଲ୍ଲେଖନୀୟ ଯେ, ସେ ମୋଦିଙ୍କ ବିଶ୍ୱସ୍ତ। ତୃତୀୟ ପ୍ରତିଯୋଗୀ ଭାବେ ରହିଛନ୍ତି ବିିନି ମହାଜନ । ସେ ପଞ୍ଜାବର ମୁଖ୍ୟ ସଚିବ ଥିଲେ। ମନମୋହନ ସିଂଙ୍କ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri