ଓଡ଼ିଶାରେ କୌଣସି ବିକାଶ ହୋଇ ନାହିଁ: ରାଜନାଥ

ଖୋର୍ଦ୍ଧା,୨୦।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ହାବେଳି ପଡ଼ିଆରେ ରବିବାର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜନାଥ ସିଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଏବଂ ୨୫ ବର୍ଷ ବିଜେଡି ସରକାର ରହିଥିଲେ ମଧ୍ୟ ସେଭଳି କୌଣସି ବିକାଶ ହୋଇପାରିନାହିଁ। ଉଭୟ ସରକାର ଦୁର୍ନୀତିଗ୍ରସ୍ତ। ଏହି ସରକାରରେ ଓଡ଼ିଆ ତା’ର ସ୍ବାଭିମାନ ହରାଇଛି। ଓଡ଼ିଶାରେ ଭାଜପା ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ଏବଂ ଡୁପ୍ଲିକେଟ ଚାବି ମିଳିବା ଘଟଣାର ସରଜମିନ ତଦନ୍ତ କରାଯିବ ବୋଲି ରାଜନାଥ କହିଛନ୍ତି। ଏହି ଅବସରରେ ସେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି।

ଜୟ ଜଗନ୍ନାଥ କହି ରାଜନାଥ ଭାଷଣ ଆରମ୍ଭ କରିଥିଲେ। ପାଇକ ବିଦ୍ରୋହର ବୀରତ୍ୱ ଗାଥା ମନେପକାଇ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ସମେତ ପଞ୍ଚପାଇକଙ୍କୁ ସେ ସ୍ମରଣ କରିଥିଲେ। ସେ କହିଥିଲେ, ଓଡ଼ିଆ ବହୁତ ଭଲ ଭାଷା। ଖୋର୍ଦ୍ଧା ବୀରତ୍ୱର ମାଟି। ୭୫ ବର୍ଷ ପରେ ଓଡ଼ିଶାରେ ଭାଜପା ସରକାର ଗଢିବାକୁ ଯାଉଛି। ଭାଜପା ଯାହା କହେ, ତାହା କରେ। ରାମଲାଲା ମନ୍ଦିର ପ୍ରତିଷ୍ଠା ପରେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ଜାତି, ବର୍ଣ୍ଣ, ଧର୍ମ ଉପରେ ଭାଜପାର କାହା ସହ ମତାନ୍ତର ନାହିଁ। ସମସ୍ତ ବର୍ଗର ଭାରତୀୟଙ୍କ ପାଇଁ ଭାଜପା କାମ କରୁଛି। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କଠାରୁ ମନମୋହନ ସିଂଙ୍କ ପର୍ଯ୍ୟନ୍ତ ସମସ୍ତେ ଗରିବୀ ହଟାଅ ସ୍ଲୋଗାନ ଦେଉଛନ୍ତି। ମାତ୍ର ତାହା କେବଳ ସ୍ଲୋଗାନରେ ସୀମିତ ରହିଯାଉଛି।

ଭାଜପା ସରକାର ଆସିବା ପରେ ଗରିବ କଲ୍ୟାଣ ସମେତ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବାକୁ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ଦିନ ଥିଲା, ଅନ୍ତଃରାଷ୍ଟୀୟ ସ୍ତରରେ ଭାରତର ସେଭଳି କୌଣସି ଗୁରୁତ୍ୱ ନ ଥିଲା। ଆଜି ଭାରତ ବିଶ୍ୱର ୫ମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଥିବାବେଳେ ଆଗାମୀ ବର୍ଷରେ ୩ୟ ବୃହତ ଅର୍ଥନୈତିକ ରାଷ୍ଟ ଏବଂ ୨୦୪୭ ମସିହା ବେଳକୁ ଭାରତକୁ ବିଶ୍ୱର ମହାନ ଶକ୍ତିରେ ପରିଣତ କରିବାକୁ ଚାହେଁ ଭାଜପା ସରକାର। ସେ କଂଗ୍ରେସକୁ ଟାର୍ଗେଟ କରି କହିଲେ ଯେ, ବିରୋଧୀ ସବୁବେଳେ ଦେଶର ବିକାଶରେ ବାଧା ସୃଷ୍ଟି କରିଛନ୍ତି। ଜମ୍ମୁ କଶ୍ମୀରରୁ ୩୭୦ ଧାରା, ଟ୍ରିପଲ ତଲାକ ଉଚ୍ଛେଦକୁ ନେଇ ବିରୋଧୀ ଦେଶରେ ହଙ୍ଗାମା କରିଥିଲେ।

ଭାରତ ପାଇଁ ଯାହା ପ୍ରଯୁଜ୍ୟ, ତାହା ଭାଜପା କରିବ। ପାକ୍‌ ଅଧିକୃତ କଶ୍ମୀର ଅଧିବାସୀ ଏବେ ପାକିସ୍ତାନର ବଶତା ସ୍ବୀକାର କରିବା ପରିବର୍ତ୍ତେ ଭାରତ ସହ ଯୋଡ଼ିହେବାକୁ ଚାହୁଁଛନ୍ତି। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ଭେ ରିପୋର୍ଟ କହୁଛି, ଭାଜପା ବହୁମତରେ ବିଜୟ ହାସଲ କରି ଦେଶରେ ପୁଣି ସରକାର ଗଢ଼ିବ। ଓଡ଼ିଶାରେ ଭାଜପା ସରକାର ଗଢିବାକୁ ହେଲେ ଜନତାଙ୍କ ସହଯୋଗ ଜରୁରୀ। ଅପରାଜିତାଙ୍କ ସମ୍ପର୍କରେ ଇସାରା ଦେଇ ଭୁବନେଶ୍ୱର କେବଳ ସାଂସଦ ବାଛୁନାହିଁ, ବରଂ ବଡ଼ ଦାୟିତ୍ୱ ଦେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଏମ୍‌ପି ପ୍ରାର୍ଥୀ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ସେ ଆହ୍ବାନ ଦେଇଥିଲେ। ସଭାରେ ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ଜିଲା ଭାଜପା ସଭାପତି ରଶ୍ମି ମହାପାତ୍ର, ବରିଷ୍ଠ ନେତ୍ରୀ ବାସନ୍ତୀ ମହାପାତ୍ର, କୁନିଲତା ସ୍ବାଇଁ, ଲୋକ ସଭା ପ୍ରଭାରୀ ଜୀବନ ସାହୁ, ନିର୍ବାଚନମଣ୍ଡଳୀ ସଂଯୋଜକ ଦୀପକ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri