”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ କାର୍ତ୍ତିକ ପାଣ୍ଡିଆନ। ଗୁରୁବାର ଖବର ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି ଯେ, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ମହାନ ମୂଲ୍ୟବୋଧର ଜଣେ ପ୍ରାକୃତିକ ଉତ୍ତରାଧିକାରୀ ଏବଂ ସେ ତାଙ୍କ ଗୁରୁଙ୍କୁ ସାହାଯ୍ୟ କରିବା ପାଇଁ ସୂର୍ଯ୍ୟଙ୍କ ପ୍ରକୋପ ମଧ୍ୟରେ ସବୁକିଛି କରିବେ। ଯାହାଦ୍ୱାରା ସେ ରାଜ୍ୟବାସୀଙ୍କ ସେବା କରି ପାରିବେ।

ତେବେ ଭାଜପା ଉପରେ କୌଣସି ପ୍ରତ୍ୟକ୍ଷ ଟାର୍ଗେଟ ନ କରି ପାଣ୍ଡିଆନ୍ ଏହା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅନେକ ଅନୁରୋଧ ପରେ ମଧ୍ୟ କେନ୍ଦ୍ରରେ ଶାସକ ଦଳ ହିଁ ‘ଓଡିଆ ଅସ୍ମିତା’ ପାଇଁ କିମ୍ବା ରାଜ୍ୟର ଭାଷା, କଳା ଏବଂ ସଂସ୍କୃତିର ପ୍ରଚାର ପାଇଁ କିଛି କରିନାହାଁନ୍ତି। ତେବେ କେବଳ ବିରୋଧୀମାନେ ହିଁ ମୋତେ ବାହାର ବ୍ୟକ୍ତି ବୋଲି କହୁଛନ୍ତି।

ଏହି ସାକ୍ଷାତକାରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁରୁ ବୋଲି କହିଛନ୍ତି। ସେ କହିଥିଲେ ”ମୁଁ ନବୀନ ବାବୁଙ୍କୁ ମୋର ଗୁରୁ ବୋଲି କହୁଛି ଏବଂ ମୁଁ ତାଙ୍କର ଶିଷ୍ୟ। ”

 


Enter your email to get our daily news in your inbox.

All Right Reserved By Dharitri.Com

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri