Odisha Elections 2024

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି। ଉକ୍ତ ଟି-ଶାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଛୋଟ ଆକାରରେ ଥିବା ସହ ନେତ୍ରୀ ସ୍ମୃତିରେଖା ପହି ନିଜ ଫଟୋକୁ ବଡ଼ କରି ପ୍ରିଣ୍ଟ କରିଛନ୍ତି। କିନ୍ତୁ ବିଡ଼ମ୍ବନା ଯେ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫଟୋ ଉକ୍ତ ଟି-ଶାର୍ଟରେ ଦେଖିବାକୁ ମିଳିନାହିଁ। ଏଥିରୁ ରାଜ୍ୟ ଭାଜପା ସଭାପତିଙ୍କୁ ଅଣଦେଖା କରାଯାଇଛି ବୋଲି କେତେ ଜଣ ଭାଜପା କର୍ମୀ ମତବ୍ୟକ୍ତ କରିଛନ୍ତି। କିଛିଦିନ ହେବ ଧର୍ମଶାଳା ଭାଜପାରେ ଟିକେଟ୍‌ କଳି ଲାଗି ରହିଥିଲା। ଗୋଟିଏପକ୍ଷେ ହିମାଂଶୁ ଶେଖର ସାହୁ ଟିକେଟ୍‌ ପାଇଁ ଦାବିଦାର ଥିବାବେଳେ ଦଳ କିନ୍ତୁ ସ୍ମୃତିରେଖା ପହିଙ୍କ ନାମ ଘୋଷଣା କରିଛି, ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିବାକୁ ଲାଗିଥିଲା। ବଡ଼ କଥା ହେଲା ହିମାଂଶୁ ପୂର୍ବରୁ ଯେତେଥର ସାଧାରଣ ସଭାର ଆୟୋଜନ କରୁଥିଲେ ସେଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାୟ ସାମିଲ ହେଉଥିଲେ। ଏହି କାରଣରୁ ସ୍ମୃତିରେଖା ରାଜ୍ୟ ସଭାପତିଙ୍କ ଫଟୋ ପ୍ରିଣ୍ଟ କରି ନ ଥିବା ଆଲୋଚନାର ବିଷୟ ହୋଇଛି। ଏ ବିଷୟରେ ଭାଜପା ନେତା ଚନ୍ଦ୍ରମଣି ପଣ୍ଡିତ କହିଛନ୍ତି, ଏହା ଅନ୍ଧାରିଆ ଶୋଭାଯାତ୍ରା ଏବଂ ସ୍ଥାନୀୟ ଜଣେ ବିରୋଧୀ ନେତାଙ୍କ ଟଙ୍କାରେ କରାଯାଇଛି ।
ରାଜ୍ୟ ସଭାପତି ମନମୋହନ ହିମାଂଶୁଙ୍କୁ ସମର୍ଥନ କରୁଥିଲେ । ତେଣୁ ନେତ୍ରୀ ତାଙ୍କ ଫଟୋ କେମିତି ରଖିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ସେତେ ପଦାକୁ ଆସୁଛି। ସୂଚନା ମୁତାବକ, ସ୍ମୃତିରେଖା ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ମଙ୍ଗଳବାର ଏକ ବାଇକ୍‌ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହା ନାକପୋଲ ହାଟ ପଡ଼ିଆଠାରୁ ବାହାରି ଜାରକା ବଜାର ମଧ୍ୟ ଦେଇ ଉତ୍ତରପ୍ରତାପ ଗ୍ରାମପଞ୍ଚାୟତର ନରସିଂହପୁର ଖେଳପଡ଼ିଆଠାରେ ପହଞ୍ଚିଥିଲା। ଏ ସଂକ୍ରାନ୍ତରେ ସ୍ମୃତିରେଖାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri