Odisha Elections 2024

ଏମ୍ସରେ କୃତ୍ରିମ ମୂତ୍ରାଶୟ ପ୍ରତିରୋପଣ

ଭୁବନେଶ୍ୱର,୧୮।୪(ଅସମାପିକା ସାହୁ)ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ରାଜ୍ୟରେ ପ୍ରଥମ କରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।

ପ୍ରୋଷ୍ଟ୍ରେଟ ସର୍ଜରି, ମେରୁଦଣ୍ଡରେ ଆଘାତ କିମ୍ବା ମୂତ୍ର ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି, ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରକ୍ରିୟାକୁ ବେଶ ପ୍ରଭାବିତ କରିଥାଏ। ଏୟୁଏସ୍‌ ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୂତ୍ରବାହି ନଳୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ, ଯାହାକି ଅନିୟନ୍ତ୍ରିତ ପରିସ୍ରାରୁ ମୁକ୍ତି ଦେବା ସହିତ ସାଧାରଣ ଜୀବନଯାପନକୁ ସ୍ବାଭାବିକ କରିଥାଏ। ଅସ୍ବାଭାବିକ ମୂତ୍ର ଅସନ୍ତୋଷ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହି ସେବା ବିଶେଷ ଭାବରେ ପ୍ରସ୍ତୁତ ହୋଇଛି। ଏହା ଅତ୍ୟନ୍ତ ପ୍ରଭାବଶାଳୀ ଓ ଫଳପ୍ରଦ ବୋଲି ଜଣାପଡ଼ିଛି। ଏମ୍ସ ଭୁବନେଶ୍ୱରରେ ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଜ୍ଞ ୟୁରୋଲୋଜିଷ୍ଟ ଏବଂ କୁଶଳୀ ସର୍ଜନଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହେବ। ରୋଗୀମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ସହାୟତା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ନିୟମିତ ଯାଞ୍ଚ ଏବଂ ସହାୟତା ପ୍ରଦାନ ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଏୟୁଏସ୍‌ ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା କିମ୍ବା ଏନେଇ ପରାମର୍ଶ କରିବାକୁ ଚାହୁଁଥିବା ରୋଗୀମାନେ ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଏହି ଅତ୍ୟାଧୁନିକ ଏୟୁଏସ୍‌ ପ୍ରତିରୋପଣ ସେବା ଆରମ୍ଭରେ ଖୁସି ବ୍ୟକ୍ତ କରିବା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ସେବା ପାଇଁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପଡ଼ୁଥିଲା। ବର୍ତ୍ତମାନ ଏମ୍ସରେ ଏହା ଆରମ୍ଭ ହେବା ଦ୍ୱାରା ରାଜ୍ୟ ତଥା ପୂର୍ବ ଭାରତର ଲୋକମାନେ ଏହି ସେବା ପାଇପାରିବେ ବୋଲି ଡା. ବିଶ୍ୱାସ ପ୍ରକାଶ କରିଛନ୍ତି। ଏମ୍ସ ମେଡିକାଲ ଅଧୀକ୍ଷକ ଡା. ଦିଲ୍ଲୀପ କୁମାର ପରିଡ଼ା ଏହି ଅବସରରେ ୟୁରୋଲୋଜି ବିଭାଗର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri