ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ର଼୍ୟାକେଟର ଭାରତ ମୁଖ୍ୟ ତଥା ରାଜସ୍ଥାନ ଅନୁପଗଡ଼ର ପୂର୍ବତନ କନ୍‌ଷ୍ଟେବଳ ବେଦ ପ୍ରକାଶ ଏବଂ ଓଡ଼ିଶା ମୁଖ୍ୟ ସୁନ୍ଦରଗଡ଼ର ସୁଧୀର ପଟେଲ। ଗତ ବୁଧବାର ରାଜସ୍ଥାନରୁ ବେଦ ପ୍ରକାଶଙ୍କୁ ଗିରଫ ପରେ ଅନୁପଗଡ଼ ଏସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଅଭିଯୁକ୍ତଦ୍ୱୟଙ୍କଠାରୁ ଠକେଇ ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ ହୋଇଛି। ସୋମବାର ଉଭୟଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଠକେଇର ଶିକାର ପ୍ରେମ ସାଗର ଖମାରୀଙ୍କ ଏତଲାକ୍ରମେ ୨୦୨୩ ଡିସେମ୍ବର ୭ରେ ଇଓଡବ୍ଲ୍ୟୁ ଏ ସଂକ୍ରାନ୍ତରେ ମାମଲା (ନଂ.୨୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବେଦ ପ୍ରକାଶ ରାଜସ୍ଥାନ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଥିଲେ। ୫ ବର୍ଷର ଚାକିରି ପରେ ଦୁର୍ନୀତି ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିଲା। କ୍ରିପ୍ଟୋ ନିବେଶରେ ବେଦ ପ୍ରକାଶ ନିଜକୁ ଭାରତ ମୁଖ୍ୟ ଓ ସୁଧୀର ଓଡିଶା ମୁଖ୍ୟ ବୋଲି କହୁଥିଲେ। ଅଭିଯୁକ୍ତମାନେ ୨୦୨୨ରେ ଓଡ଼ିଶାର ବିଭିନ୍ନ ହୋଟେଲ ଆଦିରେ ଇଭେଣ୍ଟ କରି ଲୋକଙ୍କୁ ନିବେଶ ଆଳରେ ଭୁଆଁ ବୁଲାଉଥିଲେ। ବିଶେଷକରି କମ୍ପ୍ୟୁଟରରେ ଜ୍ଞାନ ନ ଥିବା ସ୍ବଳ୍ପ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କଲେ ବହୁଗୁଣ ଲାଭ ସହ ଟଙ୍କା ଦୁଇଗୁଣା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଇଏନ୍‌ଜି କ୍ରିପ୍ଟୋ, ୟୁଏସ୍‌ବିଟି କ୍ଲବ୍‌ ଆଦି କ୍ରିପ୍ଟୋ ଏଜେନ୍ସି ଜରିଆରେ ଟଙ୍କା ନିବେଶ କରୁଥିବା ଅଭିଯୁକ୍ତମାନେ କହୁଥିଲେ। ବିଶ୍ୱାସ ଜନ୍ମାଇବାକୁ ଲାଭ ବାବଦକୁ ପ୍ରଥମ କିଛି ମାସ ଅଳ୍ପ ପରିମାଣର ଟଙ୍କା ଦେଇଥିଲେ। ହେଲେ କୌଣସି କ୍ରିପ୍ଟୋ କରେନ୍ସିରେ ସେମାନେ ନିବେଶ ନ କରି ଟଙ୍କା ହଡ଼ପ କରିଥିଲେ। ଅଭିଯୁକ୍ତଙ୍କ ଜରିଆରେ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଆଦି ଜିଲାରେ ୫୦୦ ନିବେଶକାରୀ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇର ଶିକାର ହୋଇଛନ୍ତି। ଏପରିକି ମହାରାଷ୍ଟ୍ରକୁ ମଧ୍ୟ ଏହି ଠକେଇର ଚେର ଲମ୍ବିଛି। ଠକେଇ ସଂକ୍ରାନ୍ତରେ ମହାରାଷ୍ଟ୍ର ପୋଲିସକୁ ଜଣାଇବ ଇଓଡବ୍ଲ୍ୟୁ। ଏଥିସହ ଠକେଇର ଶିକାର ଅନ୍ୟ ଲୋକମାନେ ଟୋଲ ଫ୍ରି ନଂ. (୧୮୦୦୩୪୫୭୧୦୩) ଜରିଆରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri