Posted inଫୁରସତ

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ। ପାଣି ବି ଶରୀର ପାଇଁ ଜରୁରୀ। ହେଲେ କେବେ ଶୁଣିଛନ୍ତି ଖାଦ୍ୟ ନ ଖାଇ କେବଳ ପାଣି ପିଇ କେହି ବର୍ଷ ବର୍ଷ ଧରି ଜିଇବା? କଥାଟି ଅସମ୍ଭବ ଲାଗୁଥିବ। ହେଲେ ଭିଏତନାମର୍‌ କ୍ୱାଙ୍ଗ ବିହ୍ନ ପ୍ରାନ୍ତର ବୁଇ ନାମ୍ନୀ ଜଣେ ମହିଳା ଦୀର୍ଘ ବର୍ଷ ଧରି କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ଜୀବନଧାରଣ କରୁଛନ୍ତି। ଏହି ମହିଳାଙ୍କ ବୟସ ଏବେ ୭୫ ବର୍ଷ। ଆଉ ସେ ୫୦ ବର୍ଷ ହେବ କିଛି ବି ଭାରି ଖାଦ୍ୟ ଖାଇ ନାହାନ୍ତି। କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ଜିଇଛନ୍ତି। ଏହାର ଆରମ୍ଭ ୧୯୬୩ରେ ଯେବେ ସେ ଅନ୍ୟ ମହିଳାଙ୍କ ସହ ମିଶି ଯୁଦ୍ଧରେ ଆହତ ହୋଇଥିବା ସୈନିକଙ୍କ ଚିକିତ୍ସା କରିବା ପାଇଁ ପାହାଡ ଚଢୁଥିଲେ ହୋଇଥିଲା। ସେହି ସମୟରେ ହଠାତ୍‌ ତାଙ୍କ ଉପରେ ବଜ୍ରାପାତ ହୋଇଥିଲା। ଫଳରେ ତାଙ୍କୁ ଖାଦ୍ୟ ବଦଳରେ କିଛିଦିନ ମିଠା ପାଣି ଦିଆଗଲା। ସେବେଠାରୁ ତାଙ୍କର ପାଣି ପିଇବା ଅଭ୍ୟାସ ରହିଗଲା। ଏମିତିକି ଖାଦ୍ୟ ବାସ୍ନାରେ ହିଁ ତାଙ୍କୁ ବାନ୍ତି ଲାଗିବାକୁ ଲାଗିଲା। ତେଣୁ ସେ ଖାଦ୍ୟ ଜମାରୁ ଖାଇଲେ ନାହିଁ। ସେ ନିଜ ପିଲାଙ୍କ ପାଇଁ ତ ରୋଷେଇ କରନ୍ତି। ହେଲେ ନିଜେ ଖାଆନ୍ତି ନାହିଁ। ଦୀର୍ଘ ୫୦ ବର୍ଷ ହେବ ସେ ଏମିତି ଜୀବନ ଜିଉଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri