ରାଜ୍ୟରେ ବଢିବ ତାତି: ୪ ଦିନରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୦।୩(ଅନୁରାଧା ମହାରଣା)- ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଜିଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହା ପଛକୁ ମାଲକାନଗିରିରେ ୩୭.୧ ଡିଗ୍ରୀ ସେଲସିୟସ୍‌ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ତାପମାତ୍ରା ରହିଥିଲା। ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀରୁ ୩୭ ଡିଗ୍ରୀ ମଧ୍ୟରେ, ୫ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ, ୧୦ଟି ସ୍ଥାନରେ ୩୪ରୁ ୩୫ ଡିଗ୍ରୀ ମଧ୍ୟରେ, ୧୦ ସ୍ଥାନରେ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ଏବଂ ୭ଟି ସ୍ଥାନରେ ତାପମାତ୍ରା ୩୨ରୁ ୩୩ ଡିଗ୍ରର ସେଲସିୟସ୍‌ ରହିଥିଲା। ଦାରିଙ୍ଗିବାଡ଼ିରେ ସର୍ବନିମନ ୩୧ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ଧୀରେ ଧୀରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ଫଳରେ ରାଜ୍ୟର କେତକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଟପିବାର ଆଶଙ୍କା ରହିଛି। ଅନ୍ୟପଟେ ସୋମବାର ମାଲକାନଗିରି, କୋରାପୁଟ୍‌, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ...

୨ ପ୍ରିଜାଇଡିଂ ଅଫିସର୍‌ଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ...

ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍‌

ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର...

ନିର୍ବାଚନ ପରିଚାଳନାରେ ତ୍ରୁଟି: ସସ୍‌ପେଣ୍ଡ ହେଲେ ୨ ପୋଲିଂ ଅଫିସର

ଭୁବନେଶ୍ୱର,୧୩।୫: ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲା ନର୍ଲାର ଏକ ବୁଥରେ ନିୟୋଜିତ...

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା: ଅମିତ ଶାହା କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୫: ଦେଶରେ ନିର୍ବାଚନ ଚାଲିଥିବାବେଳେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri