Posted inଖେଳ

ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଭାରତୀୟ ଦଳରେ ୨ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁ ସୁଯୋଗ

ଧର୍ମଶାଳା,୭।୩: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ । ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୩-୧ରେ ଆଗୁଆ ରହିଛି। ତେବେ ଇଂଲଣ୍ଡ ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ଏହି ମ୍ୟାଚକୁ ଜିତି ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ତେବେ ଭାରତୀୟ ଦଳ ପ୍ଲେ-୧୧ରେ ୨ଟି ପରିବର୍ତ୍ତନ କରିଥିବା ବେଳେ ଦେବଦତ୍ତ ପଡିକ୍କଲଙ୍କୁ ଡେବ୍ୟୁ ସୁଯୋଗ ଦେଇଛି।

ଇଂଲଣ୍ଡ ଦଳ- ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପୋପ, ଜୋ ରୁଟ, ଜନି ବେୟରଷ୍ଟୋ, ବେନ ଷ୍ଟୋକ୍ସ (ଅଧିନାୟକ), ବେନ ଫୋକ୍ସ (ଉଇକେଟ୍‌ କିପର), ଶୋଏବ ବଶିର, ଟମ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ।

ଭାରତ ଦଳ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ସରଫରାଜ ଖାନ, ଦେବଦତ୍ତ ପଡିକ୍କଲ, ଧ୍ରୁଭ ଜୁରେଲ (ଉଇକେଟ୍‌୍‌ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍‌ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ...

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ LSG ମାଲିକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

କୋହଲି ନୁହେଁ, ଏହି ୨ ବ୍ୟାଟ୍‌ସମ୍ୟାନ୍‌ ଅରେଞ୍ଜ୍‌ କ୍ୟାପ୍‌ ଜିତିବାର ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍‌ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର...

ମାତ୍ର ୧୨ ରନ୍‌ରେ ଅଲଆଉଟ୍‌ ହେଲା ଏହି ଟିମ୍‌: ୭ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌

ନୂଆଦିଲ୍ଲୀ,୯।୫: ଆଜିକାଲି ଆଇପିଏଲ ୨୦୨୪ରେ ବିଭିନ୍ନ ବଡ଼ ସ୍କୋର କରୁଛନ୍ତି, କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ରେ ଗୋଟିଏ ଦଳ ମାତ୍ର ୧୨ ରନ ପାଇଁ...

୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ତାମିଲନାଡୁ,୯।୫: ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ବୁଧବାର ତାମିଲନାଡୁର ଏରୋଡରେ ଏହି ଦୁର୍ଘଟଣାର ଘଟିଛି। ଘଟଣାରେ ଡ୍ରାଇଭର ଏବଂ ଜଣେ...

ହେଡ୍‌-ଅଭିଷେକଙ୍କ ବ୍ୟାଟିଂ ଦେଖି ସଚିନଙ୍କ ହୋଶ୍‌ ଉଡିଲା: ଦେଲେ ଏମିତି ପ୍ରତିକ୍ରିୟା

ହାଇଦ୍ରାବାଦ୍‌,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ବୋଲରମାନଙ୍କୁ ପ୍ରହାର କରୁଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ

ହାଇଦ୍ରାବାଦ, ୯।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri