୧୧୮ ଅଙ୍ଗନୱାଡିର ନିଜସ୍ବ ଗୃହ ନାହିଁ

କଣାସ,୨୯୨(ବିଭୂତି ଭୂଷଣ ତ୍ରିପାଠୀ) ଶିଶୁ ଓ ମା’ଙ୍କ ସୁରକ୍ଷା ନିମନ୍ତେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ କଣାସ ବ୍ଲକରେ କେନ୍ଦ୍ରଗୁଡ଼ିକ ନାହିଁ ନାହିଁରେ ପରିଚାଳିତ ହେଉଛି। ବ୍ଲକରେ ୨୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୧୬୭ଟି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୧୧୮ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଗୃହ ନ ଥିବା କେନ୍ଦ୍ରଗୁଡ଼ିକ ଅଙ୍ଗନୱାଡି କର୍ମୀଙ୍କ ନଜ ଘରେ ପରିଚାଳିତ ହେଉଛି। ଫଳରେ ଅଙ୍ଗନୱାଡି କର୍ମୀ କୋମଳମତି ଶିଶୁଙ୍କୁ ଘର ଭିତରେ ବସାଇ ନିଜ ନିଜ ଘର କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ୨୬୮ଟି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଥିବାବେଳେ ୧୭ କେନ୍ଦ୍ରର ବିନା କର୍ମୀରେ ପରିଚାଳିତ ହେଉଛି। ୨୮୨ କେନ୍ଦ୍ରରେ ସହାୟିକା ଥିବାବେଳେ ୩ କେନ୍ଦ୍ରରେ ସହାୟିକା ପଦବୀ ଖାଲି ପଡ଼ିଛି। କେନ୍ଦ୍ରଗୁଡ଼ିକୁ ସୁପରଭିଜନ କରିବାକୁ ୧୨ଜଣ ସୁପଭାଇଜର ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ୮ଜଣ ସୁପରଭାଇଜରରେ କାର୍ଯ୍ୟ ଚାଲିଛି। ସୁପରଭାଇଜରମାନେ ନିୟମିତ କେନ୍ଦ୍ର ତଦାରଖ କରିବାକୁ ଆସୁ ନ ଥିବା ଅଭିଯୋଗ ରହିଛି। ପିଲା ଓ ମା’ମାନଙ୍କ ସୁଷମ ଖାଦ୍ୟ ନିମନ୍ତେ ପ୍ରତି ମାସରେ ଛତୁଆ ଦିଆଯାଉଥିଲା। ଏବେ ଜାନୁଆରୀ ଓ ଫେବୃଆରୀ ୨ ମାସ ହେଲା କୌଣସି କେନ୍ଦ୍ରକୁ ଛତୁଆ ଦିଆଯାଉନାହିଁ। ଏ ସମ୍ପର୍କରେ ସିଡିପିଓ ସ୍ମିତା ମହାନ୍ତିଙ୍କୁ ପଚାରିବାରେ, ୨ମାସ ହେଲା ଗହମ ମିଳୁ ନ ଥିବାରୁ ଛତୁଆ ଦିଆଯାଉନାହିଁ। ଅପରପକ୍ଷେ ଏହି କେନ୍ଦ୍ରଗୁଡ଼ିକୁ ସୁଷମ ଖାଦ୍ୟ ଯୋଗାଣ ନିମନ୍ତେ ବ୍ଲକରେ ୩ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନିଯୁକ୍ତି କରାଯାଇଥିଲା। କିନ୍ତୁ ୨ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ କୌଣସି କାରଣରୁ କଟାଯାଇଥିବାରୁ ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀ କଣାସ ବ୍ଲକର ସବୁ କେନ୍ଦ୍ରକୁ ଯୋଗାଇବାରେ ବ୍ୟତିକ୍ରମ ଘଟୁଛି। ବର୍ତ୍ତମାନ ବଜାରରେ ଅଣ୍ଡା ଦର ଗୋଟା ପିଛା ୮ଟଙ୍କା ହୋଇଥିବାବେଳେ ସରକାର ସେ ବାବଦକୁ ୫ଟା ୫୦ପଇସା ଦେଉଛନ୍ତି। ଫଳରେ ସମସ୍ତ ଶିଶୁ ଅଣ୍ଡା ପାଇବା ସମ୍ଭବ ହୋଇପାରୁନାହିଁ। ଅଙ୍ଗନୱାଡି କର୍ମୀଙ୍କ ସହିତ ଅଭିଭାବକଙ୍କ କଳିତକରାଳ ହେଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri