ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କଲେ ୫-ଟି ଅଧ୍ୟକ୍ଷ: ୧୩,୪୨୩ ଛାତ୍ରୀଛାତ୍ରଙ୍କୁ ୧୩.୫ କୋଟି ପ୍ରଦାନ

ସମ୍ବଲପୁର,୨୬ା୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଓଡ଼ିଶା ସରକାରଙ୍କ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ମନ୍ଦଳିଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ସମୃଦ୍ଧି କାମନା କରିଥିଲେ। ଉଚ୍ଚଶିକ୍ଷାରେ କୌଣସି ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ଯେପରି ପ୍ରତିବନ୍ଧକ ନ ହୁଏ ସେହି ଲକ୍ଷ୍ୟରେ ଏହି ଛାତ୍ରବୃତ୍ତିର ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ଏହି ରାଶିକୁ ପାଠପଢ଼ା ବା କ୍ରୀଡ଼ା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଯଦି ଛାତ୍ରୀଛାତ୍ର ଏକମାସ ବା ତିନିମାସ ଅଥବା ବର୍ଷିକିଆ ବୃତ୍ତି ପାଇବେ ସେ ସମ୍ପର୍କରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚିତ କରିବାକୁ କହିଛନ୍ତି। ସେ ଆହୁରି କହିଥିଲେ, ଛାତ୍ରଛାତ୍ରଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୫ରେ ମ୍ୟାଜିକ୍‌ କାର୍ଡର ଶୁଭାରମ୍ଭ କରିବେ। ଏହି କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ସେମାନେ ୱାଇଫାଇ ଆକ୍ସେସ୍‌, ପୁସ୍ତକ କ୍ରୟରେ ରିହାତି, ବସ୍‌ ଓ ଟ୍ରେନ୍‌ ଯାତ୍ରାରେ ରିହାତି, ଅନ୍‌ଲାଇନ୍‌ କ୍ଲାସ, ଅନ୍‌ଲାଇନ୍‌ କ୍ୟାରିୟର କାଉନସେଲିଂ, ଫୋନ୍‌ ରିଚାର୍ଜ କରିବା ଭଳି ସୁବିଧା ପାଇବେ। ଏହି ମ୍ୟାଜିକ୍‌ କାର୍ଡ ଆଧାରକାର୍ଡ ସଦୃଶ। ଯଦି କୌଣସି ଛାତ୍ରୀ ବା ଛାତ୍ର ଭଲ ପ୍ରଦର୍ଶନ କରିବେ ତା’ହେଲେ ସେମାନଙ୍କ କାର୍ଡକୁ ସିଲଭର କାର୍ଡରେ ଅପଗ୍ରେଡ୍‌ କରାଯିବ ଓ ପର୍ଯ୍ୟାୟକ୍ରମେ ଏହାକୁ ଗୋଲ୍ଡେନ୍‌ ଓ ପ୍ଲାଟିନମ୍‌ କାର୍ଡକୁ ଅପଗ୍ରେଡ୍‌ କରାଯିବ। ଏହା ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ଅଧ୍ୟୟନ ଖର୍ଚ୍ଚକୁ ପରିଚାଳନା କରିପାରିବେ ବୋଲି ସେ ସୂଚନା ଦେଇଥିଲେ।

ଟିକସ ଦେଉ ନ ଥିବା ବେତନଧାରୀ ବେସରକାରୀ କର୍ମଚାରୀ ଭାବେ ଜୀବିକା ନିର୍ବାହ କରୁଥିବା ମାତାପିତାଙ୍କ ସନ୍ତାନମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ଟଙ୍କା ଲେଖାଏ ବୃତ୍ତି ପ୍ରଦାନ କରାଯାଇଛି। ଜିଲାର ୨୧ ଶିକ୍ଷାନୁଷ୍ଠାନର ୧୩,୪୨୩ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ମୋଟ ୧୩ କୋଟି ୫୦ ଲକ୍ଷ ଟଙ୍କାର ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରାଯାଇଛି। ସେଥିମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୨୩୬୪ ଜଣଙ୍କୁ ୨ କୋଟି ୩୫ ଲକ୍ଷ, ସରକାରୀ ମହିଳା କଲେଜ ସମ୍ବଲପୁରର ୧୬୫୭ ଛାତ୍ରୀଙ୍କୁ ୧କୋଟି ୭୧ ଲକ୍ଷ, ଏନ୍‌ଏସ୍‌ସିବି କଲେଜ ସମ୍ବଲପୁରର ୧୦୧୭ ଜଣଙ୍କୁ ୧ କୋଟି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୋଟ ୮୭୫ ଜଣଙ୍କୁ ୮୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ରାଶି ଅନ୍‌ଲାଇନ ମାଧ୍ୟମରେ ସମସ୍ତ ଛାତ୍ରୀଛାତ୍ରଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯାଇଛି। କାର୍ଯ୍ୟକ୍ରମରେ ଜିଲାର ୧୭ ଶିକ୍ଷାନୁଷ୍ଠାନର ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri