ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍‌ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ ବିଧାୟକଙ୍କୁ ଫେରାଇ ଆଣି ଆସନ ଦଖଲ କରିବାକୁ ଚେଷ୍ଟା କରୁଛି। ଏଣୁ ୨୦୨୪ ପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଲଢ଼େଇ ରୋମାଞ୍ଚକର ହେବ ବୋଲି ଆକଳନ କରାଯାଉଛି।
ଗତ ନିର୍ବାଚନରେ ବିଜେଡି ଟିକେଟରେ ଜଗନ୍ନାଥ ନାୟକ ୭୦ ହଜାର ୩୧୦ ଭୋଟ (୪୩.୭ ପ୍ରତିଶତ) ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ଭାବାନୀ ଶଙ୍କର ନାୟକ ୬୨ହଜାର ୫୧୪ ଭୋଟ (୩୮.୯ ପ୍ରତିଶତ) ପାଇଥିଲେ।  ତେବେ ଇତି ମଧ୍ୟରେ ଭବାନୀ ଶଙ୍କର ପଦ୍ମ ଛାଡ଼ି ଶଙ୍ଖ ଧରିଥିବାରୁ ଏହି ସିଟ ପାଇଁ ଭାଜପା ନୂଆ ପ୍ରାର୍ଥୀ ଖୋଜୁଛି। ଅପରପେକ୍ଷ କଂଗ୍ରେସ ଦଳର ବିନୋଦ ବିହାରୀ ନାୟକ ୧୩ ହଜାର ୫୮ ଭୋଟ (୮.୧ ପ୍ରତିଶତ)  ପାଇ ତୃତୀୟ ସ୍ଥାନରେ ରହିଥିଲେ।
ନିର୍ବାଚନରେ ବିଜେଡି ଟିକେଟରୁ ହୃଷୀକେଶ ନାୟକ ଜିତିଥିଲେ। ତେବେ ଦଳରେ ତାଙ୍କୁ ଅଲୋଡ଼ା ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ି ୨୦୨୩ରେ କଂଗ୍ରେସରେ ମିଶିଛନ୍ତି। ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରେ ସେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ହୃଷୀକେଶ ପୂର୍ବରୁ ଉକ୍ତ ଆସନରୁ ବିଭିନ୍ନ ଦଳରୁ ୬ ଥର ବିଜୟୀ ହୋଇଥିବାରୁ କଂଗ୍ରେସ ଉକ୍ତ ଆସନକୁ ଅକ୍ତିଆର କରିବା ନେଇ ଉତ୍ସାହୀ ଅଛି। ଏଥିସହ ସେ ବିଜେଡି ପାଇଁ ଚିନ୍ତାର କାରଣ ସାଜି ପାରନ୍ତି ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି।
 ଏହି ସିଟରେ ଭାଜପା ଦଳ କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ନେଇ ଦଳ ଆଗ୍ରହୀ ବୋଲି ଚର୍ଚ୍ଚା ହେଉଛି । ତେବେ  ଅନନ୍ତ ଲୋକସଭା ପାଇଁ ଲଢ଼ିବାକୁ ଇଛା ପ୍ରକଟ କରୁଥିବାରୁ ଦଳର ଆଦେଶକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହା ଛଡ଼ା ଭାଜପା ଦଳରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାୟକ, ବିଜେଡି ବିଧାୟକ ଜଗନ୍ନାଥଙ୍କ ଭାଇ ସତ୍ୟବ୍ରତ ନାୟକ, ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ଆଶାୟୀ ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ଟିକେଟ ନ ମିଳିବାରୁ ଭାଜପା ବିଦ୍ରୋହୀ ପ୍ରାର୍ଥୀ ଭାବରେ ଅଖିଳ ଚନ୍ଦ୍ର ନାୟକ  ସ୍ବାଧୀନ ପ୍ରାର୍ଥୀ ହୋଇ ମାତ୍ର  ୮,୦୭୪ (୫ ପ୍ରତିଶତ) ଭୋଟ ପାଇଥିଲେ। ଏଥି ପାଇଁ ତାଙ୍କୁ ଦଳରୁ ନିଲମ୍ବିତ ହେବାକୁ ପଡ଼ିଥିଲା, ଯାହାକି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି।
ତେବେ ୨୦୨୪ ନିର୍ବାଚନ ପାଇଁ ବିଧାୟକ ଜଗନ୍ନାଥ ପୁଣି ଥରେ ଟିକେଟ ପାଇବା ଅଧିକ ସମ୍ଭାବନା ଥିବାରୁ ବିଭିନ୍ନ ଅଞ୍ଚଳ ବୁଲି ସାମାଜିକ କାର୍ଯ୍ୟରେ ଯୋଗଦେବା ସହ ଉନ୍ନୟନ ମୂଳକ କାମ କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଦଳରେ ଥିବା ଅନ୍ତର୍ବିବାଦ ଯୋଗୁ କେତେକେ ଟିକେଟ୍‌ କାଟିବାକୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବାରୁ ତାଙ୍କ ସମର୍ଥକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
  ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ଉପଲବ୍ଧି ଓ ତାଙ୍କର କାର୍ଯ୍ୟଧାରାକୁ ନେଇ ଲଢ଼ିବେ। ପ୍ରତ୍ୟେକ ଦିନ ଭୋଟରଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନର ବାଟ ବାହାର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ବିକାଶମୂଳକ କାର୍ଯ୍ୟରୁ ଲୋକମାନେ ଲାଭବାନ ହେଉଥିବାରୁ ଦଳ ପ୍ରତି ଆସ୍ଥା ବଢୁଛି ବୋଲି ବିଧାୟକ ଜଗନ୍ନାଥ କହିଛନ୍ତି।
 ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ହୃଷୀକେଶ ନାୟକ କହିଛନ୍ତି, ବିଜେଡି ତାଙ୍କୁ ଅଲୋଡ଼ା କରିଦେବାରୁ ସେ ଦଳ ଛାଡି କଂଗ୍ରେସକୁ ଫେରିଛନ୍ତି। ତାଙ୍କ ପୂର୍ବର କାର୍ଯ୍ୟଧାରା ଓ ଲୋକ ସମ୍ପର୍କ ହିଁ ତାଙ୍କର ଲୋକପ୍ରିୟତାକୁ ଅଧିକ ବିକଶିତ କରିବ ବୋଲି ସେ କହିଛନ୍ତି।
  ଜନକଲ୍ୟାଣକାରୀ ଯୋଜନା ଏବଂ ମୋଦି ମନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ଲଢ଼ିବ। ଏଣୁ ଏହି ସିଟ୍‌ ହାତେଇବାକୁ ଭାଜପା ହାତଛଡ଼ା କରିବ ନାହିଁ ବୋଲି ଭାଜପା ଜିଲା ସଭାପତି ସବୁଜ ମହାନ୍ତ ବର୍ମା କହିଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀରେ ଭାଜପା ଜିଲା ସଭାପତି ଓ ଅନ୍ୟ ଭାଜପା ପଦାଧିକାରୀଙ୍କ ଘର ହୋଇଥିବାରୁ ଭାଜପା ଉକ୍ତ ଆସନ ହାତେଇବାକୁ ଉଦ୍ୟମ ଚଳାଇବ ଏବଂ ଏହା ଜିଲା ସଂଗଠନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ମତ ପ୍ରକାଶ ପାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri