ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ବିକ୍ରି କଲେ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର, ୨୦।୧(ଅସମାପିକା ସାହୁ)- ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ରାଜ୍ୟ ସରକାର ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡ଼ଲାଇନ୍‌ ଆଣିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍‌ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରିପାରିବେ ନାହିଁ। ଯଦି ବିକୁଥିବାର ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ(Drugs and Cosmetics) ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ପୂର୍ବରୁ ଏ ନେଇ ନିୟମ ରହିଛି।

ତେବେ ଆଣ୍ଟିବାୟୋଟିକ୍ସର ଯୁକ୍ତି ସଂଗତ ବ୍ୟବହାର ହେଉନଥିବାରୁ କେନ୍ଦ୍ର ସରକାର ଏଭଳି ଅପିଲ କରିଛନ୍ତି। ଏହା ସ୍ବାଗତଯୋଗ୍ୟ। ପ୍ରେସକ୍ରିପସନ ନ ଦେଖି ଦୋକାନୀ ଔଷଧ ବି ଦେବା କଥା ନୁହେଁ। ଏହା ଉପରେ ନିୟନ୍ତ୍ରଣ ଆସିବା ଦରକାର। ଯେଉଁଠି ଆବଶ୍ୟକତା ନାହିଁ ଆଣ୍ଟିବାୟୋଟିକ୍‌ ଦେବା ଉଚିତ ନୁହେଁ। ଏପରି କିଛି ଡ୍ରଗ୍ସ ଅଛି, ଯାହାକୁ ବିନା ପ୍ରେସକିପସନ୍‌ରେ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri