Odisha Elections 2024
Posted inଜାତୀୟ

ପୁଣି ଏକ ନୂଆ ସ୍ବପ୍ନ ଦେଖାଇଲେ ନିତିନ ଗଡକରୀ

ନୂଆଦିଲ୍ଲୀ,୧୪।୧: ଦେଶକୁ ଉତ୍କୃଷ୍ଟ ରାଜପଥ ଏବଂ ଏକ୍ସପ୍ରେସୱେ ଦେଇଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବର୍ତ୍ତମାନ ଜନସାଧାରଣଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି। ଭବିଷ୍ୟତରେ ଲୋକଙ୍କୁ ଡ୍ରୋନ ଦେଇ ଯାତ୍ରା କରୁଥିବା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସେ ଡ୍ରୋନ ସେକ୍ଟରର ଭବିଷ୍ୟତକୁ ଅତ୍ୟନ୍ତ ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରିଛନ୍ତି। ବାୟୋ ଆଭିଏସନ ଇନ୍ଧନ ମଧ୍ୟ ଶୀଘ୍ର ବଜାରକୁ ଆସିପାରେ।
ନିତିନ ଗଡକରୀ କହିଛନ୍ତି ଯେ, ଆଗାମୀ ସମୟରେ ଡ୍ରୋନ ବହୁତ ବିକାଶ କରିବ। ଚାରି ଜଣ ଲୋକ ଡ୍ରୋନ ମାଧ୍ୟମରେ ସହରରୁ ବିମାନବନ୍ଦରକୁ ଯାତ୍ରା କରିପାରିବେ। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ଗଡକରୀ Mihan-SEZ ରେ ପହଞ୍ଚି maintenance, repair and overhaul (MRO)ଡିପୋ ଉଦ୍‌ଘାଟନ କରିଥିଲେ।
ଏଠାରେ ସେ ସୁଗାର ଫ୍ୟାକ୍ଟ୍ରିରେ ବାୟୋ ଆଭିଏସନ ଇନ୍ଧନ ଉପରେ ଚାଲିଥିବା ପରୀକ୍ଷଣ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ, ଭଙ୍ଗା ଚାଉଳରୁ ବାୟୋ ଆଭିଏସନ ଇନ୍ଧନ ତିଆରି କରିବାକୁ ଆମେ ଚିନ୍ତା କରୁଛୁ। ଭଙ୍ଗା ଚାଉଳ ଚାଷୀଙ୍କ ପାଇଁ ଏହା ଏକ ବଡ ସମସ୍ୟା। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ କେବଳ ବିମାନ ଶିଳ୍ପ ନୁହେଁ, କୃଷକମାନେ ମଧ୍ୟ ବହୁତ ଉପକୃତ ହେବେ। ସେ ୨୦୨୬ ସୁଦ୍ଧା ATFରେ ବାୟୋ ଆଭିଏସନ ଇନ୍ଧନର ବାଧ୍ୟତାମୂଳକ ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ନିତିନ ଗଡକରୀ ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ ଏମଆରଓ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଇବ। ଡ୍ରୋନ ରକ୍ଷଣାବେକ୍ଷଣ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ବିକାଶ ହେବ। ସେ ଏହାକୁ ଭବିଷ୍ୟତର ପରିବହନ ବ୍ୟବସ୍ଥା ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରିଲାଏନ୍ସ ଏବଂ ଫ୍ରାନ୍ସର କମ୍ପାନୀ ଡାସଲ୍ଟ (Dassault Reliance Aviation Limited) ମଧ୍ୟରେ ମିଳିତ ଉଦ୍ୟମ ସଠିକ ଦିଗରେ ଅଗ୍ରଗତି କରୁଛି। ବର୍ତ୍ତମାନ ନାଗପୁରରେ ରାଫାଲ ଯୁଦ୍ଧ ବିମାନ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri